କେମିତି ବଢାଇବେ ବାଇକର ମାଇଲେଜ ? ଜାଣନ୍ତୁ ୫ ଟି ତରିକା

463

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ତୈଳଦର ଆକାଶଛୁଆଁ ହେବାରେ ଲାଗିଛି । ଦେଶରେ ଏବେ ପେଟ୍ରୋଲ ଲିଟର ପ୍ରତି ଦାମ ୧୦୦ ଟଙ୍କା ଉପରେ ରହିଛି । ଯାହାକି ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଭଳି ସ୍ଥଳେ ଆପଣ ସବୁବେଳେ ଭଲ ମାଇଲେଜ ଦେଉଥିବା ବାଇକ ଖୋଜୁଛନ୍ତି । ହେଲେ ଆପଣ ଜାଣନ୍ତି କି ଆପଣ ବି ଆପଣଙ୍କ ବାଇକର ମାଇଲେଜ ବଢାଇ ପାରିବେ ।

ଯଦି ଆପଣଙ୍କ ବାଇକ୍ କମ୍ ମାଇଲେଜ ଦେଉଛି ତେବେ ଆପଣଙ୍କୁ ଆମେ କିଛି ଟିପ୍ସ ଦେଉଛୁ । ଯାହାକୁ ଆପଣ ପାଳନ କରିପାରିଲେ ଆପଣଙ୍କ ବାଇକ ବି ଅଧିକ ମାଇଲେଜ ଦେବ । କହିରଖୁ କି ମାଇଲେଜ ବୃଦ୍ଧି କରିବାରେ ବାଇକ୍ ଇଂଜିନର ଏକ ସ୍ୱତନ୍ତ୍ର କ୍ଷମତା ଥାଏ । ଇଂଜିନ ନିଜ କ୍ଷମତା ଆଧାରରେ ମାଇଲେଜ ପ୍ରଦାନ କରିଥାଏ । ମାତ୍ର ବେଳେ ବେଳେ ଏଭଳି ହୋଇଥାଏ କି ଆପଣଙ୍କ ବାଇକର ଇଂଜିନ ଅଧିକ ମାଇଲେଜ ଦେବାକୁ ସକ୍ଷମ ଥିବା ବେଳେ ଆପଣଙ୍କ ଗାଡି ଚାଳନା କରିବାର ଭୁଲ ଯୋଗୁଁ ବାଇକର ମାଇଲେଜ କମିଯାଇଥାଏ । ଏହାସହ କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ବି ବାଇକର ମାଇଲେଜ କମିଥାଏ । ଆସନ୍ତୁ ଜାଣିବା କେମିତି ବଢାଇବେ ଆପଣଙ୍କ ବାଇକର ମାଇଲେଜ ?

 

  • ବାଇକକୁ ଠିକ୍ ସମୟରେ ସର୍ଭିସ କରନ୍ତୁ , ମେଣ୍ଟେନାନ୍ସ ଉପରେ ଧ୍ୟାନ ଦିଅନ୍ତୁ, ଏହା ଠିକ ସମୟରେ ନକରିବା ଦ୍ୱାରା ଆପଣଙ୍କ ବାଇକର ଇଂଜିନ ଠିକଭାବେ କାମ କରିନଥାଏ । ଏହାର ପ୍ରଭାବ ମାଇଲେଜ ଉପରେ ପଡିଥାଏ । ଗାଡିର ଏୟାର ଫିଲଟର ବି ଉଚିତ ସମୟରେ ସଫା କରିବାର ଆବଶ୍ୟକତା ରହିଛି । କାରଣ ପବନରେ ପ୍ରର୍ଦୁଶଣ ଓ ଧୂଳି ଥିବାରୁ ଏହା ଜମିଗଲେ ଇଂଜିନ ଠିକ ଭାବେ ପାରଦର୍ଶିତା ଦେଖାଇପାରି ନଥାଏ ।
  • ଆପଣ ନିଜ ବାଇକର ଚେନ, ଇଂଜିନ ଓ ବାକି ଜରୁରୀ ସ୍ଥାନରେ ଆବଶ୍ୟକ ମୁତାବକ ତେଲ ଲଗାନ୍ତୁ । ଏସବୁ ସ୍ଥାନ ପର୍ଯ୍ୟାପ୍ତ ପରିମାଣର ଅଏଲିଂ ହେବାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ଗାଡିର ଚେନ ଠିକଭାବେ କାମ କରୁଛି ତେବେ ଏହା ଅଧିକ ମାଇଲେଜ ଦେବାରେ ସହାୟକ ହୋଇଥାଏ ।
  • ଯଦି ଆପଣ ଗାଡିର କ୍ଷମତା ଠାରୁ ଅଧିକ ଲୋଡ ଦେଉଛନ୍ତି ତେବେ ତାହା ଇଂଜିନ ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ ସିଧାସଳଖ ଇଂଜିନର ପାରଦର୍ଶିତା ଉପରେ ପଡିଥାଏ । ସର୍ବଦା ବାଇକର ଲୋଡ କାପାସିଟି ମୁତାବକ ଗାଡିରେ ଲୋଡ କରନ୍ତୁ ।
  • ଗାଡି ଚଳାଇବା ବେଳେ ବ୍ରେକ ଓ କ୍ଲଜକୁ ଯଥା ସମ୍ଭବ କମ୍ ବ୍ୟବହାର କରନ୍ତୁ । ଏହାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବାଇକର ମାଇଲେଜ କମିଥାଏ । ଯଦି ଆପଣ ଏହାର ବ୍ୟବହାର କମ କରିବେ ତେବେ ନିଶ୍ଚିତ ଭାବେ ବାଇକର ମାଇଲେଜ ବୃଦ୍ଧି ପାଇବ ।
  • ବାଇକକୁ ମନ ଇଚ୍ଛା ଚଳାନ୍ତୁ ନାହିଁ । ଅଧିକ ବେଗରେ ବାଇକ ଚଳାଇବା ଦ୍ୱାରା ବାଇକର ମାଇଲେଜ କମ ହୋଇଥାଏ । ଏହାସହ ବେଗ ତୁଳନାରେ ସଠିକ ଗିଅର ପକାଇ ଆପଣ ଆପଣଙ୍କ ଗାଡିର ମାଇଲେଜ ବି ବଢାଇ ପାରିବେ ।