କେମିତି ଚାଲିବ ଶ୍ରୀମନ୍ଦିରର ନୀତିକାନ୍ତି । ୨୫୦ରୁ ଅଧିକ ସେବାୟତଙ୍କୁ କରୋନା : ପାଳିଆ ସେବାୟତଙ୍କୁ ଦିଆଯାଇପାରେ ଦାୟିତ୍ୱ

977

କନକ ବ୍ୟୁରୋ : ଶ୍ରୀମନ୍ଦିରର ନୀତିକାନ୍ତି ଏବଂ ସେବାପୂଜା ନେଇ ଏଇଥିପାଇଁ ପ୍ରଶ୍ନ ଉଠୁଛି, କାରଣ ସେବାପୂଜାରେ ନିଯୁକ୍ତ ଥିବା ସେବାୟତଙ୍କ ମଧ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗ୍ରାଫିକ୍ସ ପୁରୀ ଶ୍ରୀମନ୍ଦିରରେ ଦୈନିକ ୧୨୦ ଜଣ ସେବାୟତ ନୀତିକାନ୍ତି ଏବଂ ସେବାପୂଜା ନିୟୋଜିତ ହୁଅନ୍ତି । ଏମାନଙ୍କ ମଧ୍ୟରେ ସାମିଲ ଥାନ୍ତି ୫୦ ପାଳିଆ ସେବାୟତ । ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବାଡ଼ରେ ୧୫ ଜଣ ପୂଜାପଣ୍ଡା ସେବାୟତ ପୂଜାର୍ଚ୍ଚନା କରନ୍ତି । ହେଲେ ବର୍ତମାନ ୮ଜଣ ପୂଜାପଣ୍ଡା କୋଭିଡ୍ ଆକ୍ରାନ୍ତ । ଆଉ ମୋଟ୍ ପ୍ରାୟ ୨୫୦ରୁ ଅଧିକ ସେବାୟତ କରୋନା ପିଜିଟିଭ୍ । ୭ଜଣ ସେବାୟତଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ଏଭଳି ସ୍ଥିତିରେ ଅନ୍ୟବାଡ଼ର ପୂଜାପଣ୍ଡାଙ୍କୁ ଅଣାଯାଇ ନୀତି ସମ୍ପାଦନ କରାଯିବା ନେଇ ଚିନ୍ତା କରାଯାଉଛି ।

କରୋନା ମହାମାରୀ ଯୋଗୁଁ ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ଦର୍ଶନ ଏବେ ବି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି, ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ପୂର୍ବଭଳି ସ୍ୱାଭାବିକ୍ ଢ଼ଙ୍ଗରେ ଚାଲିଛି । କିନ୍ତୁ ଶ୍ରୀମନ୍ଦିର ସେବାୟତମାନଙ୍କ ଭିତରେ କ୍ରମାଗତ ଭାବରେ ଧିରେ ଧିରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବର୍ତମାନ ପ୍ରାୟ ୨୫୦ରୁ ଅଧିକ ସେବାୟତ କରୋନା ଆକ୍ରାନ୍ତ । ନଜର ପକାନ୍ତୁ ପୁରୀ ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ।

ଜିଲ୍ଲା ମୋଟ୍ ଆକ୍ରାନ୍ତ ସକ୍ରିୟ ମାମଲା ସୁସ୍ଥ ମୃତ
ପୁରୀ ୭, ୫୮୭ ୨,୦୭୧ ୫,୪୭୯ ୩୪

ଆଉ ଏହାରି ଭିତରେ ପୁରୀ ପୌରପାଳିକା ଅଂଚଳରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଟପିଗଲାଣୀ । ଏପଟେ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସଂଖ୍ୟାଧିକ ସେବାୟତ କରୋନା ଆକ୍ରାନ୍ତ ହେବା ପରିସ୍ଥିତିକୁ ଜଟିଳ କରିଛି । ହୁଏତ ବର୍ତମାନ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତି ଓ ସେବାପୂଜାରେ କୌଣସି ସମସ୍ୟା ନାହିଁ କିନ୍ତୁ ପରର୍ବତୀ ସମୟ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ।