ସେଲ୍ସରେ ସଫଳତାର ପାଇବାକୁ ୩-‘ସି’ର ଫର୍ମୁଲା । କିଭଳି ବଢାଇବେ ଦକ୍ଷତା, ବିଶେଷଜ୍ଞ ଦେଲେ ପରାମର୍ଶ ।

ଯଦି ୩-‘ସି’ର ଫର୍ମୁଲା ଉପରେ ଗୁରୁତ୍ୱ ଦିଆଯାଏ, ତେବେ ସଫଳତା ନିଶ୍ଚିତ ମିଳିବ । ଏହି ୩-‘ସି’ ହେଲା – କନଫିଡେନସ, କମ୍ୟୁନିକେସନ ଆଉ କ୍ଲାରିଟି ।

309

ସେଲସରେ କ୍ୟାରିୟର କଲେ କିଭଳି ପାଇବେ ସଫଳତା? କିଭଳି ଜଣେ କ୍ଲାଏଂଟଙ୍କ ଠାରୁ ଦକ୍ଷତାର ସହିତ କାର୍ଯ୍ୟ ହାସଲ କରିପାରିବେ? କାହିଁକି ଜଣେ ସେଲସ ଏକଜିକ୍ୟୁଟିଭ ଡିଲ୍ ଫାଇନାଲ କଲା ସମୟରେ, ବେଳେ ବେଳେ ବିଫଳ ହୋଇଯାଆନ୍ତି? ଆଜିର ସମୟରେ ସେଲସକୁ ନେଇ ଅନେକ ଯୁବକ ଯୁବତୀ କ୍ୟାରିୟର କରିବା ପାଇଁ ଚିନ୍ତା କରୁଥିବା ବେଳେ ଏନେଇ ଗୁରୁମନ୍ତ୍ର ରଖିଛନ୍ତି ଡିପିଏସ କଳିଙ୍ଗର ଆଡମିନିଷ୍ଟ୍ରେଟର ପ୍ରଶାନ୍ତ କୁମାର ପାଙ୍ଗୀ । ଜଣେ ବିଜିନେସ କୋଚ, ବିଜନେସ ଆନାଲିଷ୍ଟ ଭାବେ ପ୍ରଶାନ୍ତଙ୍କର ରହିଛି ସ୍ୱତନ୍ତ୍ର ପରିଚୟ ।

ପ୍ରଶାନ୍ତଙ୍କ କହିବା ଅନୁସାରେ, ଯଦି ୩-‘ସି’ର ଫର୍ମୁଲା ଉପରେ ଗୁରୁତ୍ୱ ଦିଆଯାଏ, ତେବେ ସଫଳତା ନିଶ୍ଚିତ ମିଳିବ । ଏହି ୩-‘ସି’ ହେଲା – କନଫିଡେନସ, କମ୍ୟୁନିକେସନ ଆଉ କ୍ଲାରିଟି । ଅର୍ଥାତ୍ ଯେତେବେଳେ ଜଣେ ସେଲସ ଏକଜିକ୍ୟୁଟିଭ କୈାଣସି କ୍ଲାଏଂଟଙ୍କ ପାଖକୁ ଯାଉଛନ୍ତି, ସେତେବେଳେ ଦକ୍ଷତାର ସହ ନିଜ କଥା ସ୍ପଷ୍ଟ ଭାବେ ରଖିବାର ଆବଶ୍ୟକତା ରହିଛି । ଆଉ ନିଜେ ଉପସ୍ଥାପନ କରୁଥିବା ଯୁକ୍ତି ବେଳେ ଯେମିତି ମନରେ କିଛି ଦ୍ୱନ୍ଦ୍ୱ ନଥିବ ସେନେଇ ମଧ୍ୟ ଯତ୍ନବାନ ହେବାକୁ ପଡିବ ।

ଆଉ ଏହି ଫର୍ମୁଲା ବଳରେ ଯେକୈାଣସି ଡିଲକୁ ଜଣେ ହାସଲ କରିପାରିବ ବୋଲି କହିଛନ୍ତି ପ୍ରଶାନ୍ତ କୁମାର ପାଙ୍ଗୀ । ଏଥିସହ ନେତୃତ୍ୱର ବିକାଶ କିଭଳି କରିପାରିବେ, କାର୍ଯ୍ୟକ୍ଷେତ୍ରରେ କିଭଳି କମ ଚାପମୁକ୍ତ ରହିବେ ସେନେଇ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ପ୍ରଶାନ୍ତ । ବାର୍ଷିକ ଏକ ଟାର୍ଗେଟ ନେଇ କାମ କରୁଥିବା ସେଲସ ଏକଜିକ୍ୟୁଟିଭ ମାନେ ଅନେକ ସମୟରେ ଚାପଯୁକ୍ତ ରହିଥାନ୍ତି । ଷ୍ଟ୍ରେସ ଯୋଗୁଁ ଅନେକ ସମସ୍ୟା ସାମ୍ନା କରୁଥିବାରୁ ସେଥିରୁ କିଭଳି ଦୂରରେ ରହିବେ, ସେନେଇ ପରାମର୍ଶ ମଧ୍ୟ ଦେଇଥିଲେ ।

 

ପାଖାପାଖି ୨ ଘଂଟାର ଏହି ଟ୍ରେନିଂ ସେସନ୍ ସମ୍ବାଦ ଭବନରେ ଆୟୋଜିତ ହୋଇଥିଲା । ଯେଉଁଥିରେ ସମ୍ବାଦ ଗ୍ରୁପର ଡିଜିଟାଲ ଟିମକୁ ସେ ପରାମର୍ଶ ଦେବା ସହ ଆଗକୁ ବଢିବାର ପ୍ରେରଣା ଯୋଗାଇଥିଲେ ।