ସହଜ ନଥିଲା ଓଏଏସ୍ ପରୀକ୍ଷା ! ଫଳ ପାଇଁ କେତେ କସରତ କରିଥିଲେ ଟପ୍ପର? କନକ ନ୍ୟୁଜରେ କହିଲେ ସଫଳତାର ସୂତ୍ର ।

566

କନକ ବ୍ୟୁରୋ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇବା ପାଇଁ କଡା ପ୍ରଶ୍ନର ମୁକାବିଲା କରିବାକୁ ପଡିଥାଏ । ଏସବୁ ପ୍ରଶ୍ନର ସମ୍ପୃକ୍ତି ରହିଥାଏ ସାମ୍ପ୍ରତିକ ଘଟଣାବଳି ଉପରେ । ଆଉ ଭାବିଚିନ୍ତି ବେଶ ଦୃଢତାର ସହିତ ଏହାର ଉତର ରଖିଥାନ୍ତି ପରୀକ୍ଷାର୍ଥୀ । ଏଥର ଓଏଏସ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ମଧ୍ୟ କିଛି ଏପରି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ପଢ଼ନ୍ତୁ… କଣ ଥିଲା ପ୍ରଶ୍ନ ଆଉ କି ଉତ୍ତର ରଖିଥିଲେ ସଫଳ ପରୀକ୍ଷାର୍ଥୀ ।

ଭବାନୀ ପାଟଣା ଅଂଚଳର ବିବାଦୀୟ ଯାତ୍ରା ଛତର ଯାତ୍ରାକୁ ରୋକାଯାଇପାରିବ କି?
ଆଉ ଉତରରେ ପରୀକ୍ଷାର୍ଥୀ ଋତୁପର୍ଣ୍ଣା ମହାପାତ୍ର କହିଥିଲେ ଏହି ଯାତ୍ରା ବନ୍ଦ ହେବା ତ ଦରକାର କିନ୍ତୁ ସମ୍ଭିଧାନ ଅନୁସାରେ କୌଣସି ଧାର୍ମିକ ପର୍ବକୁ ପାଳନ କରିବା ଆମର ଅଧିକାର । ତେବେ ଏହାକୁ ବନ୍ଦ କରିବା ଦିଗରେ ସଚେତନତା କରାଯାଇପାରିବ ।
ଋତୁପର୍ଣ୍ଣା ମହାପାତ୍ର, ଓଏଏସ ରାଙ୍କ-୨

ଆଉ ଏକ ପ୍ରଶ୍ନ ହେଲା, ପିଆଜ ଦରବୃଦ୍ଧିକୁ କିପରି ରୋକାଯାଇପାରିବ ? ଏହି ପ୍ରଶ୍ନର ଉତରରେ ଋତୁପର୍ଣ୍ଣା କହିଥିଲେ କମ ପଇସାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ସହିତ ପିଆଜର ଦର ସମ୍ପର୍କିତ ସୂଚନା ସଠିକ ଭାବରେ ପହଂଚାଇବା ।
ଋତୁପର୍ଣ୍ଣା ମହାପାତ୍ର, ଓଏଏସ ରାଙ୍କ-୨

ପରୀକ୍ଷାର୍ଥୀ ଅସିମା ପାଢୀଙ୍କୁ ପ୍ରଶ୍ନ ଥିଲା, ଆପଣଙ୍କ ଅଂଚଳରେ ମହିଳା ସଶକ୍ତିକରଣ କିପରି କରାଯାଇପାରିବ ? ଏହାର ଜବାବରେ ଅସିମା କହିଥିଲେ, ସରକାରଙ୍କ ବିଭିନ୍ନ ସ୍କିମ ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଯିବା ଦରକାର । ଏଥିସହ ବିଭିନ୍ନ ଅନୁଷ୍ଠାନ ଗଠନ କରି ମହିଳାମାନଙ୍କୁ ସେଥିରେ ସମ୍ପୃକ୍ତ କରାଯାଇ ସଶକ୍ତ କରାଯାଇପାରିବ । ‘
ଅସିମା ପାଢୀ, ଓଏଏସ ରାଙ୍କ-୪୬

ଆଉ ଏକ ପ୍ରଶ୍ନ ଥିଲା କିପରି ପ୍ଲାଷ୍ଟିକ କଟକଣାକୁ କାର୍ଯ୍ୟକାରୀ କରାଯାଇପାରିବ ? ଏହାର ଉତରରେ ଅସିମା କହିଥିଲେ, ପ୍ଲାଷ୍ଟିକକୁ ରିସାଇକେଲିଂ କରିବା ଉପରେ ଗୁରୁତ୍ୱ ଦେବା ସହିତ କଟକଣା ଆଇନ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇପାରିବ ।
ଅସିମା ପାଢୀ, ଓଏଏସ ରାଙ୍କ-୪୬

ତେବେ ଏପରି କିଛି ପ୍ରଶ୍ନର ଉତ୍ତର ରଖି ଏହି ପରୀକ୍ଷାର୍ଥୀମାନେ ଓଏଏସ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ଆଉ ଆଗାମୀ ପିଢ଼ୀ କିଭଳି ଏହାକୁ ଅନୁକରଣ କରି ନିଜର ଭବିଷ୍ୟତ ଗଢ଼ିବେ ଓ ବିଭିନ୍ନ ପରୀକ୍ଷା ସଫଳତା ହାସଲ କରିବେ ସେନେଇ ପରୀକ୍ଷାର୍ଥୀ ବାଟ ଦେଖାଇଛନ୍ତି ।