ନା କିଛି ଟଙ୍କା, ନା କୌଣସି ଡକ୍ୟୁମେଣ୍ଟ । ଜାଣନ୍ତୁ କେମିତି ତୁରନ୍ତ ପାଇବେ ପାନ୍ କାର୍ଡ ।

326

କନକ ବ୍ୟୁରୋ : ଆପଣ ଏଯାଏଁ ଆପଣଙ୍କ ପାନ୍ କାର୍ଡ କରିନାହାନ୍ତି କି ? ଯଦି କରିନାହାନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସରଳ ଉପାୟ କହିବୁ, ଯେଉଁଥିରେ ଆପଣ ବିନା ଶୁଳ୍କରେ ବିନା କୌଣସି ଡକ୍ୟୁମେଣ୍ଟରେ ମଧ୍ୟ ପାନ୍ କାର୍ଡ ପାଇପାରିବେ । ଏଥିପାଇଁ କେବଳ ଆଧାର କାର୍ଡର ଆବଶ୍ୟକତା ପଡିବ । ତେବେ ଆସନ୍ତୁ ଜାଣିବା ଏହି ସରଳ ଉପାୟ ।

*ନୂଆ ପାନ କାର୍ଡ ପାଇବା ପାଇଁ ପ୍ରଥମେ ଆପଣ ନୂଆ ଇନକମ୍ ଟ୍ୟାକ୍ସ ପୋର୍ଟାଲକୁ ଯାଆନ୍ତୁ । ସେଠାରେ ଇନଷ୍ଟାଣ୍ଟ ପାନ୍ ବିକଳ୍ପକୁ ଯାଆନ୍ତୁ ।
*ଏହା ପରେ ‘ଗେଟ୍ ନ୍ୟୁ ଇ-ପାନ୍’ ଉପରେ କ୍ଲିକ୍ କରନ୍ତୁ ।
*ଏହା ପରେ ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ, ଏବଂ ଚେକ୍ ବକ୍ସରେ ଚେକ୍ କରନ୍ତୁ । ଏହା ପରେ ଆୟକର ବିଭାଗ ଆପଣଙ୍କୁ କିଛି ପଏଣ୍ଟ ଭେରିଫାଏ କରାଇବ । ଏହା ଉପରେ କ୍ଲିକ୍ କରି ଆପଣଙ୍କ ତଥ୍ୟ ଯାଞ୍ଚ କରାନ୍ତୁ । ତେବେ ପ୍ରଶ୍ନ କିଛି ଏହିପରି ରହିଥିବ..

୧. ଆପଣ ଆଗରୁ କେବେ ପାନ୍ କାର୍ଡ ପାଇନାହାନ୍ତି ?
୨. ଆପଣଙ୍କ ଆକ୍ଟିଭ ମୋବାଇଲ୍ ନମ୍ବର ଆଧାର ସହ ସଂଯୋଗ ହୋଇଛି ?
୩. ଆପଣଙ୍କ ଜନ୍ମର ପୂରା ବିବରଣୀ ଆଧାରରେ ଉପଲବ୍ଧ ଅଛି ?

ଏହିପରି କିଛି ତଥ୍ୟ ଭେରିଫାଏ ହେବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଏହା ସବମିଟ୍ କରିବା ପରେ ୧୫ ଅଙ୍କ ବିଶିଷ୍ଟ ଆକନଲେଜମେଣ୍ଟ ନମ୍ବର ଜେନେରେଟ୍ ହେବ ।
ଏହା ପରେ ଆପଣଙ୍କ ଆଧାର କାର୍ଡ ସହ ସଂଯୋଗ ରହିଥିବା ମେଲ୍ ଆଇଡିରେ ଆପଣଙ୍କ ପାନ୍ କାର୍ଡର ଏକ କପି ପଠାଇଦିଆଯିବ ।