କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ମାର୍ଚ୍ଚ ୪ରେ ଶେଷ ହେବ ପରୀକ୍ଷା । ମୋଟ ୨୯୯୧ ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବା ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ୨୩ ତାରିଖରେ ଇଂରାଜୀ ହେବ । ଓଡିଆ ସ୍କୁଲର ପିଲା ଇଂରାଜୀ ଭାଷାରେ ପରୀକ୍ଷା ଦେଉଥିବାରୁ ଏହାକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ତେବେ କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇଛନ୍ତି ଅଭିଜ୍ଞ ଶିକ୍ଷକ ।

Advertisment

ମାଟ୍ରିକ୍ ପରୀକ୍ଷା-ଇଂରାଜୀ ଟିପ୍ସ

  • ପାଠକୁ ଭଲ ଭାବେ ରିଭିଜନ୍ କରନ୍ତୁ
  • ସିଲାବସ୍ ଅନୁଯାୟୀ ରିଭିଜନ କରନ୍ତୁ
  • ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
  • ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ
  • ଅବଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ପ୍ରଥମେ ଉତ୍ତର ଲେଖନ୍ତୁ
  • ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଲେଖନ୍ତୁ
  • ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ମଧ୍ୟ ସେହି ଅନୁଯାୟୀ ଦିଅନ୍ତୁ
  • ଉତ୍ତର ଲେଖିବା ପରେ ପୁଣିଥରେ ତାକୁ ଭଲ ଭାବେ ପଢ଼ନ୍ତୁ
  • ଭାଷା ପରୀକ୍ଷା ହୋଇଥିବାରୁ ବନାନ ନିର୍ଭୁଲ ଭାବେ ଲେଖନ୍ତୁ
  • ସୁନ୍ଦର ଅକ୍ଷର ଲେଖିବା ଉପରେ ମଧ୍ୟ ନଜର ଦିଅନ୍ତୁ
  • କୌଣସି ଭାଷାଜନିତ ବିଷୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟାକରଣ
  • ବିଶେଷକରି ଭଲ ମାର୍କ ରଖିବା ପାଇଁ ବ୍ୟାକରଣ ଗୁଡ଼ିକୁ ସଠିକ୍ ଭାବେ ଲେଖନ୍ତୁ
  • ଅନାବଶ୍ୟକ ନଲେଖି କମ୍ ଲେଖନ୍ତୁ, ସଠିକ୍ ଲେଖନ୍ତୁ
  • ଭାଷାରେ ଦକ୍ଷତା ପାଇଁ ନୋବେଲ, ଖବରକାଗଜ, ଆର୍ଟିକଲ ପଢ଼ନ୍ତୁ