କନକ ବ୍ୟୁରୋ: ଦିନକ ପରେ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବ । ତୃତୀୟ ଭାଷା ପରୀକ୍ଷା ଭାବେ ପରୀକ୍ଷାର୍ଥୀ ସଂସ୍କୃତ କିମ୍ବା ହିନ୍ଦୀ ପରୀକ୍ଷା ଦେଇଥାନ୍ତି । ତେବେ ସଂସ୍କୃତ ଭଳି ହିନ୍ଦୀ ପରୀକ୍ଷା ସେତେଟା ସହଜ ନୁହେଁ । କାରଣ ହିନ୍ଦୀରେ ଅଧିକ ମାର୍କ ରଖିବା ସହଜ ହୋଇନଥାଏ । କେବେ କେମିତି ହିନ୍ଦୀରେ ଭଲ ମାର୍କ ରଖିବେ, ସେ ନେଇ ଶିକ୍ଷାବିତ ଟିପ୍ସ ଦେଇଛନ୍ତି ।

Advertisment

ମାଟ୍ରିକ ପରୀକ୍ଷା - ହିନ୍ଦୀ ଟିପ୍ସ

  • ଉତ୍ତର ଲେଖିଲା ବେଳେ କେତେ ମାର୍କ ଓ ଶବ୍ଦରେ ଲେଖିବେ, ତାହା ଭୁଲନ୍ତୁ ନାହିଁ
  • ଏହା କରିବା ଦ୍ୱାରା ସମୟ ବଞ୍ଚିବ ଏବଂ ପ୍ରଶ୍ନର ସଠିକ ଉତ୍ତର ଲେଖିପାରିବେ
  • ଗୁରୁତ୍ୱପୂର୍ଣ୍ଣ ଶବ୍ଦକୁ ନିଶ୍ଚିତ ଅଣ୍ଡରଲାଇନ୍ କରନ୍ତୁ
  • କୌଣସି ଭାଷାଜନିତ ପରୀକ୍ଷାରେ ଉପସ୍ଥାପନା ଓ ଭଲ ଅକ୍ଷର ଅତି ଗୁରୁତ୍ୱପୂର୍ଣ୍ଣ
  • ଯେତେ ପାରୁଛନ୍ତି ସେତେ ଲେଖିବା ଅଭ୍ୟାସ କରନ୍ତୁ, ଏହାଦ୍ୱାରା ଆପଣଙ୍କ ହସ୍ତାକ୍ଷର ଭଲ ହେବ
  • ପ୍ରଶ୍ନ-ଉତ୍ତରକୁ ସେକ୍ସନ ଆଧାରରେ ସମାଧାନ କରନ୍ତୁ
  • ଏହାଦ୍ୱାରା ଶିକ୍ଷକଙ୍କୁ ଖାତା ଦେଖିବାରେ ସହଜ ହୋଇଥାଏ
  • କୌଣସି ପ୍ରଶ୍ନର ଉତ୍ତର ପରେ ଲେଖିବାକୁ ଚାହୁଁଥିଲେ, ସେଥିପାଇଁ ଜାଗା ଛାଡ଼ି ଦିଅନ୍ତୁ
  • ରଚନା ଲେଖିବା ପାଇଁ ସହଜ ବିଷୟବସ୍ତୁ ଚୟନ କରନ୍ତୁ
  • ରଚନା ଲେଖିବା ପାଇଁ ଶବ୍ଦର ସୀମା ମଧ୍ୟ ଚୟନ କରନ୍ତୁ
  • ଲେଖିଲା ବେଳେ କୌଣସି ବାକ୍ୟର ପୁନରାବୃତ୍ତି ନହେବା ଆବଶ୍ୟକ
  • ଆବଶ୍ୟକତା ଠାରୁ ଅତ୍ୟଧିକ ଲେଖିବା ଉପରେ ଗୁରୁତ୍ୱ ଦିଅନ୍ତୁ ନାହିଁ