କନକ ବ୍ୟୁରୋ : ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ସେଥିମଧ୍ୟରୁ ତ୍ୱଚା ଜନିତ ସମସ୍ୟା ଦେଖିଦିଏ । ତେବେ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା କ’ଣ କରିବା ଦରକାର ?
ତ୍ୱଚାରେ କେମିତି ଆସିବ ଚମକ ?
- ହରମୋନାଲ ବାଲାନ୍ସ ନଥିଲେ ତ୍ୱଚାରେ ଦାଗ ଦେଖାଦିଏ
- ସୁଷମ ଖାଦ୍ୟ ଖାଇବା ସହିତ ସତେଜ ଫଳ ଖାଇବା ଆବଶ୍ୟକ
- ଫଳମୁଳ ସହ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ
- ଫାଷ୍ଟ ଫୁଡକୁ ଖାଇବା ମେନରୁ ସାମିଲ କରନ୍ତୁ ନାହିଁ
- ପ୍ରଚୁର ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତୁ
- ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟ ଏବଂ ଚିନି ଥିବା ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ
- ଭିଟାମିନ୍ ଇ, ସି ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ
- ବ୍ୟାୟମ କରି ଝାଳ ବାହାରିବା ଦ୍ୱାରା ତ୍ୱଚାରେ ଚମକ ଆସିବ
- ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ
- ନିଜକୁ ଅବସାଦରୁ ଦୂରେଇ ରଖିବା ଆବଶ୍ୟକ
- ସୂର୍ଯ୍ୟ କରିଣରୁ ତ୍ୱଚାକୁ ଦୁରେଇ ରଖନ୍ତୁ
- ଖରାରେ ବାହାରକୁ ଯାଉଥିଲେ ସନକ୍ରିନ୍ ଲୋସନ ଲଗାନ୍ତୁ