କନକ ବ୍ୟୁରୋ: ଏବେ ଦେଶରେ ଜାତୀୟକରଣ ବ୍ୟାଙ୍କମାନେ ଘୋଷଣା କରିଛନ୍ତି କି ସେମାନଙ୍କ ନିକଟରେ ୧୦.୨୪ କୋଟି ଆକାଉଣ୍ଟରେ ଥିବା ୩୫,୦୧୨କୋଟି ଟଙ୍କାର କେହି ଦାବିଦାର ନାହାଁନ୍ତି । ଏହି ସଂଖ୍ୟା ୨୦୨୩ ଫେବୃଆରୀ ମାସ ପର୍ଯ୍ୟନ୍ତ ହିସାବ କରାଯାଇଛି । ଏହାସହ ଏହି ଆକାଉଣ୍ଟଗୁଡିକ ୧୦ ବର୍ଷ ହେବ ପରିଚାଳିତ ହୋଇ ନାହିଁ । ଅର୍ଥାତ ୧୦.୨୪ କୋଟି ଆକାଉଣ୍ଟରେ ଥିବା ୩୫.୦୧୨ କୋଟି ଟଙ୍କାର ନେଣଦେଣ ଦୀର୍ଘ ୧୦ ବର୍ଷ ହେବ ହୋଇନାହିଁ । ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦାବିଦାର ନଥିବା ଟଙ୍କାର ପରିମାଣ ୪୮.୨୬୨ କୋଟି ଟଙ୍କା ଥିବା ନେଇ ଲୋକସଭାରେ ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଡ ଲିଖିତ ଜବାବ ଦେଇଥିଲେ ।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଦାବିଦାର ନଥିବା ଡିପୋଜିଟ ଟଙ୍କାକୁ ଡିପୋଜିଟର୍ସ ଏଜୁକେଶନ ଅ୍ଧତ୍ପ ଆୱାରନେଓ ପାଣ୍ଠିକୁ ନେଇଯାଇଥାଏ । ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟବ୍ୟାଙ୍କ ପାଖରେ ଦାବିଦାର ନଥିବା ଜମାରାଶିର ପରିମାଣ ୮.୦୮୬ କୋଟି ଟଙ୍କା ଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ୫,୩୪୦ କୋଟି ଟଙ୍କା ଥିଲା । ସେହିଭଳି କାନାଡା ବ୍ୟାଙ୍କ ନିକଟରେ ୪,୫୫୮ କୋଟି ଟଙ୍କା ରହିଥିବା ବେଳେ ସମାନ ଅବଧି ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା ନିକଟରେ ୩,୯୦୪ କୋଟି ଟଙ୍କା ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ ଯଦି କୌଣସି ଖାତାଧାରକ ୧୦ ବର୍ଷ ଧରି ବ୍ୟାଙ୍କ ଖାତାରେ ଦେଣନେଣ ନକରେ ତେବେ ଏହାକୁ ଅଣଦାବିଦାର ଆକାଉଣ୍ଟ ଭାବେ ଘୋଷିତ କରାଯାଇଥାଏ ।

ଆପଣଙ୍କ ନାମରେ ଥିବା ସଂଚୟ ଖାତା, କରେଣ୍ଟ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ ଓ ଆରଡି ଖାତାକୁ ଯଦି ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ନେଣଦେଣ ନକରନ୍ତି ତେବେ ଏହାକୁ ଅଣଦାବିଦାର ଖାତା ବୋଲି କୁହାଯାଇଥାଏ । ସେପଟେ ଅଣଦାବିଦାର ଡିପୋଜିଟ ବାବଦରେ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଏହା ବ୍ୟାଙ୍କର ୱେବସାଇଟରେ ଉପଲବ୍ଧ ରହିଛି । ପ୍ୟାନକାର୍ଡ,ଜନ୍ମ ତାରିଖ, ନାମ କିମ୍ବା ଠିକଣା ସହାୟତାରେ ଏହି ଅଣଦାବିଦାର ଜମାରାଶି ବାବଦରେ ଆପଣ ଜାଣିପାରିବେ । ଏହାସହ କିଛି ସାମାନ୍ୟ ସୂଚନା ଓ ଆବଶ୍ୟକ ପ୍ରମାଣପତ୍ର ଜମା କରିବା ପରେ ବ୍ୟାଙ୍କ ଆପଣଙ୍କୁ ଏହି ଅଣଦାବିଦାର ଜମାରାଶିକୁ ସୁଧ ସହ ଫେରସ୍ତ କରିଦେଇଥାଏ ।