ଆପ୍ ପାଇଁ ଏକ୍ସପର୍ଟଙ୍କ ଟିପ୍ସ : ଟିକଟକ୍ , ହେଲୋ କିମ୍ବା ଲାଇକି ଆପ୍ ବ୍ୟବହାର କରୁଛନ୍ତି କି? ବ୍ୟାନ୍ ପରେ ଚିନ୍ତା ଘାରିଛି କି ଆଗକୁ କ’ଣ କରିବେ , ତେବେ ଭିଡ଼ିଓ କିମ୍ବା କଣ୍ଟେଣ୍ଟ୍ ର ସୁରକ୍ଷା ପାଇଁ ଆପଣାନ୍ତୁ ଏକ୍ସପର୍ଟଙ୍କ ଏହି ଟିପ୍ସ ।

Advertisment
ଆପ୍ ପାଇଁ ଏକ୍ସପର୍ଟଙ୍କ ଟିପ୍ସ : ଟିକଟକ୍ , ହେଲୋ କିମ୍ବା ଲାଇକି ଆପ୍ ବ୍ୟବହାର କରୁଛନ୍ତି କି? ବ୍ୟାନ୍ ପରେ ଚିନ୍ତା ଘାରିଛି କି ଆଗକୁ କ’ଣ କରିବେ , ତେବେ ଭିଡ଼ିଓ କିମ୍ବା କଣ୍ଟେଣ୍ଟ୍ ର ସୁରକ୍ଷା ପାଇଁ ଆପଣାନ୍ତୁ ଏକ୍ସପର୍ଟଙ୍କ ଏହି ଟିପ୍ସ ।

ଡ଼ାଟା ସେଫ୍ଟି ଏବଂ ପ୍ରାଇଭେସିକୁ ନଜରରେ ରଖି ଭାରତ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶର ଇଣ୍ଟରନେଟ୍ , ସୋସିଆଲ୍ ମିଡିଆ ଭଳି ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ୟୁଜର୍ସଙ୍କ ପାଇଁ ଅନେକ କିଛି ବଦଳିଯାଇଛି । ସରକାରଙ୍କ ଏହି ଷ୍ଟେପ୍ ଦେଶରେ ପ୍ରସ୍ତୁତ ହୋଇଥିବା ସବୁ ମୋବାଇଲ୍ ଆପ୍ ପାଇଁ ବରଦାନ ସଦୃଶ । ସରକାର ସୋମବାର ଆଇଟି ଆକ୍ଟ ୨୦୦୦ର ଧାରା ୬୯ (ଏ) ଅନୁସାରେ ଲୋକପ୍ରିୟ ଭିଡ଼ିଓ କଣ୍ଟେଣ୍ଟ୍ ପ୍ଲାଟଫର୍ମ ଟିକଟକ୍ ସମେତ ୫୯ ଟି ଚୀନ୍ ଆପକୁ ବ୍ୟାନ୍ କରିଛନ୍ତି । ଯେଉଁଥିରେ ଭିଗୋ ଭିଡ଼ିଓ ,ସେୟାର୍ ଇଟ୍ , ୟୁସି ବ୍ରାଉଜର୍ , ହେଲୋ ଏବଂ ଲାଇକି ଭଳି ଆପ୍ ରହିଛି । ଯାହାକୁ ଭାରତରେ ଅନେକ ସଂଖ୍ୟାରେ ୟୁଜର୍ ବ୍ୟବହାର କରୁଥିଲେ ।

publive-image

ଏଭଳି ସ୍ଥିତିରେ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା ପଶିଛି ଯେ ସେମାନେ ଏବେ ତାଙ୍କ ଫୋନରେ ଇନଷ୍ଟଲ୍ ଥିବା ଡାଟା ଏବଂ ଆପ୍ସର କରିବେ କ’ଣ? ଯେଉଁମାନେ ଟିକଟକରେ କଣ୍ଟେଣ୍ଟ୍ ପ୍ରସ୍ତୁତ କରୁଥିଲେ ସେମାନେ କ’ଣ କରିବେ? ଏହି କଥାକୁ ଧ୍ୟାନରେ ରଖନ୍ତୁ ଯେ ବ୍ୟାନ୍ ପରେ ଏହି ସବୁ ଆପ୍ ଆପଣଙ୍କ ଫୋନରୁ ଗାୟବ୍ ହୋଇଯିବନି କେବଳ ଏଥିରେ ଆପ୍ ସର୍ଭର୍ କନେକ୍ସନ୍ ହୋଇପାରିବନି । ଏମିତିରେ କ’ଣ କୁହନ୍ତି ସାଇବର୍ ଏକ୍ସପର୍ଟ ଆସନ୍ତୁ ଜାଣିବା ।

publive-image

ସାଇବର୍ ଏକ୍ସପର୍ଟଙ୍କ କହିବାନୁସାରେ , ଏହି ସବୁ ଆପକୁ ଫୋନରୁ ଅନଇନଷ୍ଟଲ୍ କରିବା ବଦଳରେ ଫ୍ୟାକ୍ଟ୍ରି ରିସେଟ୍ କରିଦିଅନ୍ତୁ । ଏହାପୂର୍ବରୁ ଡାଟା ବ୍ୟାକଅପ୍ ନିଶ୍ଚୟ କରନ୍ତୁ । ଏହି ସବୁ ଆପ୍ ଫୋନରେ କାମ କରୁଥିଲେ ହେଁ ଏଥିରେ ହ୍ୟାକ୍ ହେବାର ଅଧିକ ବିପଦ ରହିଛି । କାରଣ ଏସବୁ ଆପ୍ ଆଉ ଅପଡ଼େଟ୍ ହେବନାହିଁ । ଯେଉଁଥିପାଇଁ ହ୍ୟାକର୍ସ ଆପଣଙ୍କ ଫୋନକୁ କଣ୍ଟ୍ରୋଲରେ ନେଇପାରିବେ । ଟିକଟକ୍ ରେ କଣ୍ଟେଣ୍ଟ୍ ପ୍ରସ୍ତୁତ କରୁଥିବା ୟୁଜର୍ସ ଲୋଗୋ ରିମୁଭିଙ୍ଗ୍ ଆପ୍ ସାହାଯ୍ୟରେ ଏହି ଭିଡିଓରୁ ଲୋଗୋ ହଟାଇପାରିବେ ଏବଂ ଆପଣଙ୍କ କଣ୍ଟେଣ୍ଟ୍ କୁ ଭାରତରେ ପ୍ରସ୍ତୁତ ଆପରେ ଅପଲୋଡ଼୍ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe