କନକ ବ୍ୟୁରୋ: ଟ୍ରେନ ଭିତରେ ଆତଙ୍କବାଦୀ, ଟ୍ରେନ ବାହାରେ ସଶସ୍ତ୍ର ସେନା । ପୋଲିସ ଛାଉଣୀରେ ପୂରା ଷ୍ଟେସନ । ସବୁ ରାସ୍ତାକୁ ସିଲ କରିଛନ୍ତି ସେନା । ରାଜଧାନୀ ଭୁବନେଶ୍ୱରର ରେଳଧାରଣାରେ ଅଟକିଥିବା ଟ୍ରେନକୁ ନିଜ କବଜାକୁ ନେଇଛନ୍ତି ଯବାନ । ଆତଙ୍କବାଦୀଙ୍କୁ ଧରିବାକୁ ଟ୍ରେନର କବାଟ ପାଖରେ, ଟ୍ରାକର ଅନତି ଦୂରରେ ଲୁଚି ରହିଛନ୍ତି ସଶସ୍ତ୍ର ସେନାବାହିନୀ ।
ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ପ୍ରାୟ ୨୦ ମିନିଟ ଖୋଜାଖୋଜି କରି ଟ୍ରେନରେ ପଶିଥିଲେ ସଶସ୍ତ୍ର ସେନା । ଟ୍ରେନ ଭିତରେ ଯାତ୍ରୀଙ୍କୁ ବନ୍ଦୀ ରଖିଥିବା ଆତଙ୍କବାଦୀଙ୍କୁ ଧରିବାକୁ ଭୁବନେଶ୍ୱର ରଙ୍ଗାମାଟିଆ ପାଖରେ ଛାଇ ଯାଇଥିଲେ ଯବାନ । ଆତଙ୍କବାଦୀର ଭୟ ଆଉ ସଶସ୍ତ୍ର ସେନାଙ୍କୁ ଦେଖି ଡରି ଯାଇଥିଲେ ସ୍ଥାନୀୟ ଲୋକେ । ଦୀର୍ଘ ସମୟର ଅପରେସନ ପରେ ଶେଷରେ ଟ୍ରେନ ବଗି ଭିତରୁ ଆତଙ୍କବାଦୀକୁ ଧରିଥିଲେ ଯବାନ ଆଉ କରିଥିଲେ ଯାତ୍ରୀଙ୍କୁ ଉଦ୍ଧାର ।
୨୨ ମିନିଟର ଏ ତମାମ ଅପରେସନ ସତସତିକା ନଥିଲା ବରଂ ମକଡ୍ରିଲ ଥିଲା । ଯଦି ଭବିଷ୍ୟତରେ ଭୁବନେଶ୍ୱରକୁ ଆତଙ୍କବାଦୀ ପଶି ଆସନ୍ତି କିମ୍ବା ଟ୍ରେନରେ ଯାତ୍ରୀଙ୍କ ଜୀବନ ନେବାକୁ ସେମାନଙ୍କୁ ବନ୍ଦୀ କରି ରଖନ୍ତି ତେବେ କେମିତି କରାଯିବ ଏହାର ମୁକାବିଲା ? କେଉଁ କୌଶଳ ଆପଣେଇ ଆତଙ୍କବାଦୀଙ୍କୁ କବଜା କରିବେ ପୋଲିସ, ଯବାନ ? ସେନେଇ ଯବାନଙ୍କ ପକ୍ଷରୁ ଏକ ମକଡ୍ରିଲ କରାଯାଇଛି । ନକ୍ସଲ, ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାକୁ ଏହି ମକଡ୍ରିଲରେ ଶିଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/1-1.jpg)
/kanak/media/post_attachments/wp-content/uploads/2020/02/WhatsApp-Image-2020-02-01-at-10.24.16.jpeg)
/kanak/media/post_attachments/wp-content/uploads/2020/02/WhatsApp-Image-2020-02-01-at-10.24.15-1.jpeg)