ନିପାହ ଭାଇରସକୁ ନେଇ ଆତଙ୍କିତ କି ? ଜାଣନ୍ତୁ ଏହି ଭୟଙ୍କର ଭାଇରସରୁ ରକ୍ଷା ପାଇବାର ଉପାୟ ।

58
ଭାରତରେ ଆତଙ୍କ ଖେଳାଇଥିବା ନିପାହ ଭାଇରସ ବିଶେଷ କେରଳର କରି କୋଝିକୋଡ ଅଞ୍ଚଳରେ ବ୍ୟାପିବାର ଲାଗିଛି । ଏପରିକି ଏହି ଭାଇରସର ଶିକାର ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହାସହ ୨୫ଜଣଙ୍କ ରକ୍ତ ନମୂନାରେ ଭାଇରସ ଥିବା ଜଣାପଡିଛି  । ତେଣୁ ଘଟଣା ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏନସିଡିସିର ଏକ ପ୍ରତିନିଧି ଦଳକୁ କେରଳ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କ’ଣ ଏହି ନିପାହ ଭାଇରସ :
ନିପାହ ଭାଇରସ ମୁଖ୍ୟତଃ ବାଦୁଡି ଠାରେ ଥିବା ଏକ ସଂକ୍ରମିତ ରୋଗ ବା ଭାଇରସ ଦ୍ୱାରା ହିଁ ହୋଇଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।  ଏହି ଭାଇରସ ଫଳମୂଳରେ ଦେଖାଯାଉଥିବା ରୋଗ ହେଣ୍ଡ୍ରା ଭାଇରସ ଭଳି ଉଭୟ ମଣିଷ ଏବଂ ଫଳକୁ ମଧ୍ୟ ବ୍ୟାପିଥାଏ । ପ୍ରାରମ୍ଭିକ ପରୀକ୍ଷାରୁ ଏହି ଭାଇରସ ଖଜୁରୀ ଚାଷ କରୁଥିବା ଲୋକଙ୍କୁ ସଂକ୍ରମିତ କରିଥିବା ଜଣାପଡିଛି ।
ଏହାର ଲକ୍ଷଣ :
ଏହି ଭାଇରସରେ ଆପଣ ଆକ୍ରାନ୍ତ ହେଲେ ଆପଣଙ୍କୁ ପ୍ରଥମେ ନିଶ୍ୱାସ ନେବାରେ ଅସୁବିଧା ହେବ । ଏବଂ ମସ୍ତିଷ୍କରେ ଜଳାପୋଡା, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଭବ କରିବେ ଯଦି ଏହାର ପ୍ରାଥମିକ ଚିକିତ୍ସା ନ ହୁଏ ତେବେ ଏହି ଆକ୍ରାନ୍ତକାରୀଙ୍କ ମୃତ୍ୟୁ ହୋଇଯିବାର ଅଧିକ ଆଶଙ୍କା ଥାଏ ।
ଭାଇରସ ପ୍ରତିରୋଧ ପାଇଁ କ’ଣ କରିବା ଉଚିତ୍ : 
ବର୍ତ୍ତମାନ ପର୍ଯ୍ୟନ୍ତ ନିପାହ ଭାଇରସ ପାଇଁ କୌଣସି ଭ୍ୟାକସିନ ବାହାରି ନାହିଁ । ତେଣୁ ଏହି ଭାଇରସରୁ ରକ୍ଷା ପାଇବାକୁ ହେଲେ ମୁଖ୍ୟତଃ ଆପଣଙ୍କୁ ଖଜୁରୀ କୋଳି ଠାରୁ ଦୂରେଇ ରହିବାକୁ ପଡିବ । ଗଛରୁ ତଳେ ପଡିଥିବା ଫଳକୁ ମଧ୍ୟ ଖାଇବା ନିଷେଦ୍ଧ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭାଇରସ ମଣିଷଙ୍କ ଠାରୁ ଅନ୍ୟ ମଣିଷକୁ ବ୍ୟାପିଥାଏ । ତେଣୁ ସଂକ୍ରମିତ ବ୍ୟକ୍ତିଠାରୁ ଯଥା ସମ୍ଭବ ଦୂରେଇ ରହିବା ହିତକାରକ । ତେବେ ଏହି ଭାଇରସକୁ ବର୍ତ୍ତମାନ ରୋକିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । କାରଣ କେରଳ ପରେ ଏବେ ଭାରତର କେଉଁ କୋଣରେ ବି ଏହି ଭାଇରସର ଆତଙ୍କ ଦେଖା ଦେଇପାରେ ।