କିପରି ହେବ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନ? ବିଶେଷଜ୍ଞ ରଖିଲେ ଭିନ୍ନ ଭିନ୍ନ ମତ । ସେପଟେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି ।

ସିବିଏସଇ ପଲିସିକୁ ଅନୁଧ୍ୟାନ କରି ମାର୍କ ଦିଆଯିବା ନେଇ ସରକାରଙ୍କ ଉଦ୍ୟମ

171

କନକ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଛି । ହେଲେ, କେମିତି କରାଯିବ ମୂଲ୍ୟାୟନ? ଏହାକୁ ନେଇ ହରଡଘଣାରେ ପଡିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଗତବର୍ଷ ଅଳ୍ପ କେତେକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ହୋଇଥିଲା । କିନ୍ତୁ କରୋନା ସଂକ୍ରମଣ ବଢ଼ିବାରୁ ସରକାର ଏକାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ କରିଥିଲେ । ତେଣୁ ଦୁଇ ବର୍ଷ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କର କୌଣସି ବି ଗୋଟିଏ ପରୀକ୍ଷାର ମାର୍କ ନଥିବାରୁ ଚିନ୍ତା ବଢ଼ି ଯାଇଛି ।

ଦୁଇ ବର୍ଷ ଭିତରେ ସମସ୍ତ କଲେଜ ଓ ପରିଷଦ ପାଖରେ ଛାତ୍ରଛାତ୍ରୀଙ୍କ କୌଣସି ଗୋଟିଏ ବି ପରୀକ୍ଷାର ମାର୍କ ନଥିବାରୁ କେମିତି ମୂଲ୍ୟାୟନ କରାଯିବ, ତାକୁ ନେଇ ଦ୍ୱନ୍ଦ୍ୱ ବଢିଛି । ଏହି ଦ୍ୱନ୍ଦ୍ୱ ଭିତରେ, ଶିକ୍ଷାବିତମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ମାଟ୍ରିକ ରେଜଲ୍ଟ ଆଧାରରେ ମୂଲ୍ୟାୟନ ପାଇଁ କେହି କେହି ପ୍ରସ୍ତାବ ଦେଇଥିବାବେଳେ କଲେଜରେ ନାମ ଲେଖା ପାଇଁ ପ୍ରବେଶିକା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।

୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ସିବିଏସଇ ପଲିସିକୁ ଅନୁଧାନ କରି ନିଆଯିବ ନିଷ୍ପତ୍ତି

ଏପଟେ ମୂଲ୍ୟାୟନକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ସିବିଏସଇ ପଲିସିକୁ ଅନୁଧାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ଏହାପରେ ନିଷ୍ପତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ ।