ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର୍? ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ ।

778

କନକ ବ୍ୟୁରୋ: ହୋମ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ କେମିତି ଖାଇବେ ଫାଭିପିରାଭିର । ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନ ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି, ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିବିରାଭିର୍ । ଏଥିପାଇଁ ରୋଗୀଙ୍କ ଆବଶ୍ୟକ ସୂଚନା ଯୋଗାଇ ଦେବ ର୍ୟାପିଡ ରେସପନ୍ସ ଟିମ୍ । ଆବଶ୍ୟକ ସ୍ଥଳେ ଆକ୍ରାନ୍ତଙ୍କ ସହ ପରିବାର କିମ୍ବା ସଂପର୍କୀୟଙ୍କୁ ଟାବଲେଟ୍ ଖାଇବା ବାବଦରେ ସବିଶେଷ ସୂଚନା ଦିଆଯିବ ।

ଏପରିକି ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ କଣ ସାବଧାନତା ଗ୍ରହଣ କରିବେ ସେବାବଦ ମଧ୍ୟ ସୂଚନା ଦେବେ । ତେବେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ହି ଫାଭିପିରାଭର୍ ଖାଇବାକୁ କୁହାଯାଇଛି । ଟାବଲେଟ୍କୁ ଭାଙ୍ଗିବା କିମ୍ବା ଚୋବାଇବା ପାଇଁ ବାରଣ କରାଯାଇଛି । ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଏହାକୁ ନେଇ ପାରିବେ । କିନ୍ତୁ ଦିନର ନିର୍ଦିଷ୍ଟ ସମୟରେ ହିଁ ଖାଇବେ । ପ୍ରଥମ ଦିନରେ ୧୮ଶହ ମିଲିଗ୍ରାମ ଲେଖାଏଁ ଦିନକୁ ୨ ଥର ଏବଂ ଦ୍ୱିତୀୟ ଦିନରେ ୮ଶହ ମିଲିଗ୍ରାମ ଦିନକୁ ୨ଟି ଲେଖାଏଁ ବଟିକା ଖାଇପାରିବେ ।

ତେବେ ୬୦ ବର୍ଷରୁ ଅଧିକ କରୋନା ଆକ୍ରାନ୍ତ ଟାବଲେଟ୍ ଖାଇବା ପରେ ହେଇଥିବା ପାଶ୍ୱର୍ ପ୍ରତିକ୍ରିୟା ବାବଦରେ ନିୟମିତ ଡାକ୍ତରଙ୍କୁ ଜଣାଇବେ । ଏସଓପିରେ କହାଯାଇଛି ଫାଭିପିରାଭିର୍ ଖାଇବା ପରେ ରକ୍ତରେ ୟୁରିକ୍ ଏସଡିର ମାତ୍ରା ବଢିବା, ଡାଇରିଆ, ଶ୍ୱେତ ରକ୍ତକଣିକା ବୃଦ୍ଧି ଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳେ ।