ବୁଧବାର ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ । ରାୟରେ କୋର୍ଟ ତରଫରୁ ବ୍ୟାଙ୍କ୍ ଆକାଉଣ୍ଟ,ମୋବାଇଲ୍ ଫୋନ୍ ଏବଂ ସ୍କୁଲ ଆଡମିଶନ୍ ସମୟରେ ଆଧାର କାର୍ଡର ଅନିବାର୍ଯ୍ୟତାକୁ ଶେଷ କରାଯାଇଛି । କୋର୍ଟ ତରଫରୁ ଦୁନିଆର ସବୁଠାରୁ ବଡ ବାୟୋମେଟ୍ରିକ୍ ସ୍କିମକୁ ସାମ୍ବିଧାନିକ ରୂପରେ ମାନ୍ୟତା ଦିଆଗଲା । ତେବେ ଯଦି ଦେଖିବେ ତ ଆପଣଙ୍କ ପେଟିଏମ୍ ଆକାଉଣ୍ଟ କିମ୍ବା ଅନ୍ୟ ମୋବାଇଲ୍ ୱଲେଟ୍ ପାଇଁ ମଧ୍ୟ ଆଧାର ଅନିବାର୍ଯ୍ୟ ନୁହେଁ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଯଦି ଆପଣ ପୂର୍ବରୁ ହିଁ ଆଧାର ସଂଯୋଗ କରିଛନ୍ତି ତେବେ ଏହାକୁ କିଭଳି ଭାବେ ଡି-ଲିଙ୍କ୍ କରିବେ?
ପେଟିଏମ୍ ରୁ କିଭଳି ଆଧାର ଡି-ଲିଙ୍କ୍ କରିବେ?
ଯଦି ଆପଣ ପେଟିଏମ୍ ରୁ ନିଜ ଆଧାର ଡି-ଲିଙ୍କ୍ କରିବାକୁ ଚାହାନ୍ତି ତେବେ ଆପଣ ପେଟିଏମ୍ କଷ୍ଟମର କେୟାର୍ ରେ କଥାବାର୍ତ୍ତା କରିପାରିବେ । ସର୍ବପ୍ରଥମେ ଆପଣଙ୍କୁ ପେଟିଏମ୍ ର କଷ୍ଟମର କେୟାର୍ (୦୧୨୦୪୪୫୬୪୫୬) ରେ କଲ୍ କରି ପଚାରିବାକୁ ପଡିବ । ପ୍ରଥମେ ଆପଣ ତାଙ୍କୁ ଆଧାରକୁ ଡି-ଲିଙ୍କ୍ କରିବା ପାଇଁ ଇମେଲ୍ ପଠାଇବାକୁ କୁହନ୍ତୁ । ଉତ୍ତରରେ ସେ ଆପଣଙ୍କ ପରିଚୟକୁ ସୁନିଶ୍ଚିତ କରିବା ପାଇଁ ଆପଣଙ୍କ ଆଧାର କାର୍ଡର ସ୍କାନ୍ କପି ମାଗିବେ । ଏହାପରେ ଆପଣଭ୍କୁ ୭୨ ଘଣ୍ଟା ଭିତରେ ଆଧାର ଡି-ଲିଙ୍କ୍ ର ଫାଇନାଲ୍ ଇମେଲ୍ ମିଳିଯିବ ।
ବ୍ୟାଙ୍କ୍ ଆକାଉଣ୍ଟରେ ଆଧାର ଡି-ଲିଙ୍କ୍ :
ପ୍ରଥମେ ନିଜ ବ୍ୟାଙ୍କର ବ୍ରାଞ୍ଚକୁ ଯାଆନ୍ତୁ । ବ୍ୟାଙ୍କରେ ଆଧାର ଅନଲିଙ୍କ୍ କରିବା ଭଳି ଫର୍ମ ନେଇ ଫର୍ମ ପୂରଣ କରି ଭରିଦିଅନ୍ତୁ । ଫର୍ମ ପୂରଣ କରିବାର ୪୮ ଘଣ୍ଟା ଭିତରେ ଆପଣଙ୍କର ଆଧାରକୁ ଡି-ଲିଙ୍କ୍ କରିଦିଆଯିବ ।
ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରରୁ ଆଧାର ଡି-ଲିଙ୍କ୍ କରନ୍ତୁ :
ଏବେ ପର୍ଯ୍ୟନ୍ତ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡର କମ୍ପାନୀ ଆଧାରକୁ ଡି-ଲିଙ୍କ୍ କରିବା ପଦ୍ଧତିର ଅପସନ୍ ଦେଇନାହାନ୍ତି । ତେବେ ଏଭଳି ହୋଇପାରେ ଯେ ଆଗକୁ ଡି-ଲିଙ୍କ୍ କରିବା ପ୍ରକ୍ରିୟାର ସୁବିଧା ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/unnamed.jpg)
/kanak/media/post_attachments/wp-content/uploads/2018/09/thequint2F2018-092F8de51100-ac1d-4637-ba40-c79c05410b782Fkyc_paytm-300x169.jpg)
/kanak/media/post_attachments/wp-content/uploads/2018/09/Aadhaar-Supreme-Court-Verdict-644x362-300x169.jpg)
/kanak/media/post_attachments/wp-content/uploads/2018/09/main-qimg-4ca81b4011d6d96011f72d4953bff2d5-300x169.jpg)