ଚିନ୍ତା ବଢ଼ାଉଛି ସେପ୍ଟେମ୍ବର, ଖୋର୍ଦ୍ଧାରେ ଉପରମୁହାଁ କରୋନା ମିଟର: ନିୟନ୍ତ୍ରଣକୁ ଆଣିବା ପାଇଁ ବସିଲା ବୈଠକ, ସଂକ୍ରମଣ କମାଇବାକୁ ଗଞ୍ଜାମ ମଡେଲ ଉପରେ ଗୁରୁତ୍ୱ

155

କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ କରୋନାଗ୍ରାଫ । ରାଜ୍ୟରେ ଗତ ୨୪ଘଂଟାରେ ଆଉ ୩ ହଜାର ୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ ଶହ ୮୬ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ  ୧୫ ଶହ ୨୪ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଖୋର୍ଦ୍ଧାରେ  ସର୍ବାଧିକ ୭୯୭ ପଜିଟିଭ  ଚିହ୍ନଟ ହୋଇଥିବାବେଳେ  କଟକରେ ୩୨୨ ଅଛନ୍ତି ।  ବାଲେଶ୍ୱରରୁ ୧୨୦, ବରଗଡରୁ ୩୯୬, ଭଦ୍ରକରୁ ୧୦୭, ଗଞ୍ଜାମରୁ ୧୦୮, ଝାରୁସୁଗୁଡା ୧୯୨, କେନ୍ଦ୍ରାପଡାରୁ ୧୦୩, , ମୟୁରଭଞ୍ଜରୁ ୧୪୨,  , ରାୟାଗଡାରୁ ୧୦୧ ଓ ସୋନପୁରରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୩ ଦିନରେ ଖୋର୍ଦ୍ଧାରେ ସଂକ୍ରମଣ ଅଢ଼େଇ ହଜାର ଟପିଯାଇଛି । କେବଳ ଭୁବନେଶ୍ୱରରେ  ୩ ଦିନ ଭିତରେ ଦେଢ଼ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିପରି ସ୍ଥିତି ନିୟନ୍ତ୍ରଣକୁ ଆସିବ ଏ ନେଇ ଆରମ୍ଭ ହୋଇଛି ପ୍ରଶାସନିକ ସ୍ତରରେ ତନାଘନା ।

ନଜର ପକାନ୍ତୁ ଗତ ତିନି ଦିନରେ ଖୋର୍ଦ୍ଧାରେ କେମିତି ବଢ଼ୁଛି କରୋନା ସଂକ୍ରମଣ?

ସେପ୍ଟେମ୍ବର ୬ – ୭୯୭

ସେପ୍ଟେମ୍ବର ୫ – ୮୭୮

ସେପ୍ଟେମ୍ବର ୪ – ୮୫୯ ଟି ନୂଆ ମାମଲା ସାମନାକୁ ଆସିଛି । 

ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ସଂଗୀନ ସ୍ଥିତି ଦେଇ ଗତି କରୁଛି କରୋନା । ମାତ୍ର ୩ ଦିନ ମଧ୍ୟରେ ଆଢ଼େଇ ହଜାରରୁ ଅଧିକ ପଜିଟିଭ୍ ସାମନାକୁ ଆସିଛି । ତେବେ ଅଧିକ ଚିନ୍ତାଜନକ ରହିଛି ଭୁବନେଶ୍ୱରର କରୋନା ସ୍ଥିତି । ନଜର ପକାନ୍ତୁ ରାଜଧାନୀ ଭୁବନେଶ୍ୱରରେ କିପରି ବଢୁଛି କରୋନା?

ସେପ୍ଟେମ୍ବର ୫ – ୪୦୯ ନୂଆ ପଜିଟିଭ୍ 

ସେପ୍ଟେମ୍ବର ୪ – ୫୫୦ 

ସେପ୍ଟେମ୍ବର ୩ – ୫୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି । 

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରେ କିପରି ଅଣାୟତ ହୋଇ ପଡିଥିବା କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରାଯିବ, ଏ ନେଇ ବୈଠକ ବସିଥିଲା । ବିଶେଷ କରି ଗଂଜାମ ମଡେଲ ଉପରେ ଆଲୋଚନା ହୋଇଛି । ଗଂଜାମ କୋଭିଡ୍ ଦାୟିତ୍ୱରେ ଥାଇ ସ୍ଥିତି ସମ୍ଭାଳିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଶାଳ ସିଂ ଏହି ବୈଠକରେ ସାମିଲ ହୋଇଥିଲେ ।  କରୋନା ପରିଚାଳନା ପାଇଁ ଗଂଜାମ ପଠା ଯାଇଥିବା ଦୁଇ ବରିଷ୍ଠ ଆଇଏଏସ ଅଧିକାରୀ ପାରୁଲ ପଟୱାରୀ ଓ ବିଶାଳ ସିଂଙ୍କୁ ଖୋର୍ଦ୍ଧା ଅଣାଯାଇଛି । ଗଂଜାମ ଭଳି ଖୋର୍ଦ୍ଧା ଜିଲ୍ଲାରେ କଂଟାକ୍ଟ ଟେସିଂକୁ ଗୁରୁତ୍ୱ ଦିଆଯିବା ସହ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିଷ୍ପତି ନିଆଯାଇଛି ।