ଅସହ୍ୟ ହେଉଛି ଖରା ! ଜାଣନ୍ତୁ ଘରକୁ କିପରି ଥଣ୍ଡା ରଖିବେ ?

981

ଖରାଦିନେ ଘରକୁ ପଶିବା ମାତ୍ରେ ସମସ୍ତେ ଚାହାନ୍ତି ଘର କିପରି ଥଣ୍ଡା ରହୁ । ଏହା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି ମଧ୍ୟ ବଜାୟ ରଖେ । କିନ୍ତୁ ଏଥିପାଇଁ ଫ୍ୟାନ, କୁଲର ଓ ଏସି ଏକମାତ୍ର ବିକଳ୍ପ ନୁହଁ । ଆପଣ ଚାହିଁଲେ କେତୋଟି ସାଧାରଣ ତଥା ସଜହ ଉପାୟ ଆପଣାଇ ଘରକୁ ଥଣ୍ଡା ରଖିପାରିବେ ।

• ଘର ଭିତରକୁ ଯେପରି ସୂର୍ଯ୍ୟ କିରଣ ନଆସେ ସେଥିପାଇଁ କବାଟ ଓ ଝରକାରେ ମୋଟା ଓ ଗାଢ଼ ରଙ୍ଗର ପରଦା ପକାନ୍ତୁ ।

• ଯଦି ଘରେ କୁଲର ଲଗାଇଛନ୍ତି, ତେବେ ଗୋଟିଏ ଝରକା ଖୋଲା ରଖନ୍ତୁ । ଏପରି କରିବା ଦ୍ୱାର କ୍ରସ ଭେଣ୍ଟିଲେସନ ହୋଇ ଘର ଥଣ୍ଡା ରହିବ ।

• ଏହାସହ ଘରେ ଓଦା ବେଣାଚେର ପକାଇବା ଦ୍ୱାରା ମଧ୍ୟ ଘର ଥଣ୍ଡା ରହେ ।

• ଛାତ ଘର ହୋଇଥିଲେ ଛାତରେ ମୋଟା ଚୂନ ରଙ୍ଗ ବୋଳନ୍ତୁ ଏବଂ ରାତିରେ ଆପଣ ଛାତରେ ପାଣି ମଧ୍ୟ ଢ଼ାଳିପାରିବେ ।

• ସୂର୍ଯ୍ୟାସ୍ତ ପରେ କିଛି ସମୟ ଘରର କବାଟ, ଝରକା ଖୋଲି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରକୁ ବାୟୁ ଚଳାଚଳ ହେବ ଓ ଘର ଥଣ୍ଡା ରହିବ ।