କେନ୍ଦ୍ର ସରକାରଙ୍କ ପାର୍ବଣ ଭେଟି... ଦିୱାଲୀ ପୂର୍ବରୁ ବେସରକାରୀ କର୍ମଚାରୀଙ୍କ ଆକାଉଂଟକୁ ଆସିବ ପିଏଫର ସୁଧ ପଇସା! ଏସଏମଏସ କିମ୍ବା ମିସଡ୍ କଲ କରି ମୁହୂର୍ତ୍ତକ ମଧ୍ୟରେ ଏଭଳି ଜାଣନ୍ତୁ ପିଏଫ ବାଲାନ୍ସ

କେନ୍ଦ୍ର ସରକାରଙ୍କ ପାର୍ବଣ ଭେଟି... ଦିୱାଲୀ ପୂର୍ବରୁ ବେସରକାରୀ କର୍ମଚାରୀଙ୍କ ଆକାଉଂଟକୁ ଆସିବ ପିଏଫର ସୁଧ ପଇସା! ଏସଏମଏସ କିମ୍ବା ମିସଡ୍ କଲ କରି ମୁହୂର୍ତ୍ତକ ମଧ୍ୟରେ ଏଭଳି ଜାଣନ୍ତୁ ପିଏଫ ବାଲାନ୍ସ

କନକ ବ୍ୟୁରୋ: ଚାକିରି କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଦରମାରୁ ପ୍ରତିମାସ କିଛି ଟଙ୍କା କାଟି ରଖିଥାନ୍ତି କଂପାନୀ ମାଲିକ । ଯାହାକୁ ଇପିଏଫ ଆକାଉଂଟରେ ଜମା ରଖାଯାଇଥାଏ । ତେବେ ଯେତେ କଂଟ୍ରିବ୍ୟୁସନ କର୍ମଚାରୀ କରିଥାନ୍ତି ସେତିକି ହିଁ ଆମାଉଂଟ ନିଯୁକ୍ତିକର୍ତ୍ତା ନିଜ କର୍ମଚାରୀଙ୍କର ଇପିଏଫ ଆକାଉଂଟରେ ଜମା କରିଥାନ୍ତି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତ ସରକାର ଦୀପାବଳି ପୂର୍ବରୁ  ପିଏଫର ୮.୫ ପ୍ରତିଶତ ସୁଧର ପ୍ରଥମ କିସ୍ତି ପିଏଫ ଆକାଉଂଟରେ ଜମା ହୋଇପାରେ । ଯଦି ଆପଣ ଆପଣଙ୍କ ପିଏଫ ଆକାଉଂଟରେ କେତେ ଟଙ୍କା ଅଛି ଏନେଇ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମିସଡ କଲ କିମ୍ବା ଏସଏମଏସ ଜରିଆରେ ଘରେ ବସି ବାଲାନ୍ସ ଜାଣିପାରିବେ ।

• ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କର ୟୁନିଭର୍ସାଲ ଆକାଉଂଟ ନମ୍ବର ତଥା ୟୁଏଏନ ସହିତ ରେଜିଷ୍ଟର ଏବଂ ୟୁଏଏନ ପୋର୍ଟାଲ ଉପରେ ଆକ୍ଟିଭ ରହିଛି ତେବେ ଆପଣ କେବଳ ଏକ ମିସଡ କଲ କରି ହିଁ ନିଜ ଇପିଏଫ ଆକାଉଂଟର ବାଲାନ୍ସ ଜାଣିପାରିବେ ।

• ଏଥିପାଇଁ ଆପଣଙ୍କୁ ଆପଣଙ୍କର ରେଜିଷ୍ଟର ନମ୍ବରରୁ ୦୧୧-୨୨୯୦୧୪୦୬  ରେ ଏକ ମିସଡ କଲ କରିବାକୁ ହେବ । ଏହାପରେ ମୁହୂର୍ତ୍ତକ ଭିତରେ ହିଁ ଆପଣଙ୍କ ମୋବାଇଲ ନମ୍ବରକୁ ମେସେଜ ଚାଲିଆସିବ । ଯେଉଁଥିରେ ମେମ୍ବରର ନାଁ, ୟୁଏଏନ ନମ୍ବର, ଜନ୍ମତାରିଖ, ଆଧାର ଏବଂ ପାନ ନମ୍ବର, ଟୋଟାଲ ବାଲାନ୍ସ , ଲାଷ୍ଟ କଂଟ୍ରିବ୍ୟୁସନ ଆମାଉଂଟ ଏବଂ କଂଟ୍ରିବ୍ୟୁସନ ମଂଥ ସଂପର୍କିତ ସମସ୍ତ ସୂଚନା ଆପଣ ଜାଣିପାରିବେ ।

ସେହିଭଳି ଆପଣ ୟୁଏଏନ ସହିତ ରେଜିଷ୍ଟର୍ଡ ନିଜର ମୋବାଇଲ ନମ୍ବରରୁ ଏକ ଟେକ୍ସ ମେସେଜ ପଠାଇ ବି ନିଜ ଇପିଏଫ ବାଲାନ୍ସ ଚେକ୍ କରିପାରିବେ । ଏଥିପାଇଁ ଆପଣ ମେସେଜ ବଡିରେ EPFOHO UAN ଲେଖି ୭୭୩୮୨୯୯୮୯୯ରେ ମେସେଜ ପଠାଇବାକୁ ହେବ । ତେବେ ମେସେଜ ପଠାଇବାର କିଛି ସମୟ ପରେ ଇପିଏଫ ହେଡ ଅଫିସ ତରଫରୁ ଆପଣଙ୍କୁ ମେସେଜ ଆସିବ, ଯେଉଁଥିରେ ଆପଣଙ୍କର ଇପିଏଫ ଆକାଉଂଟ ବାଲାନ୍ସ ସହିତ ସମସ୍ତ ସୂଚନା ମିଳିବ ।

ଏହାଛଡା ଆପଣ ଉମଙ୍ଗ ଆପରୁ ମଧ୍ୟ ଇପିଏଫ ବାଲାନ୍ସ ଚେକ୍ କରିପାରିବେ । ସେହିଭଳି ଇପିଏଫଓର ଆଧିକାରୀକ େଓବସାଇଟ୍ www.epfindia.gov.in କୁ ବି ଯାଇ ପିଏଫ ବାଲାନ୍ସ ଚେକ୍ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe