ଟ୍ରେନ ଟିକେଟ ବାତିଲ ନକରି କେମିତି ବଦଳାଇବେ ଯାତ୍ରା ତାରିଖ? ଜାଣନ୍ତୁ ନିୟମ…

278

କନକ ବ୍ୟୁରୋ: ଭାରତୀୟ ରେଳକୁ ଦେଶର ଜୀବନ ରେଖା କୁହାଯାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରିଥାନ୍ତି । ଆଉ ଏହି ଯାତ୍ରାକୁ ଆରାମ ଦାୟକ କରିବା ପାଇଁ ଲୋକମାନେ ଆଗୁଆ ଟିକେଟ ବୁକିଂ କରିଥାନ୍ତି । ହେଲେ ଅନେକ ସମୟରେ ଆମକୁ ଟିକେଟ ବାତିଲ କରିବାକୁ ପଡେ । ହେଲେ ଏବେ ବିନା ଟ୍ରେନ ଟିକେଟ ବାତିଲ କରି ବଦଳାଇବେ ଆପଣଙ୍କ ଯାତ୍ରା ତାରିଖ । ଆସନ୍ତୁ ଜାଣିବା କେମିତି ?

ଆଇଆରସିଟିସି ତରଫରୁ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ହୋଇଛି । ସମୟ ସମୟରେ ଏହି ସବୁ ନିୟମରେ ପରିବର୍ତ୍ତନ ବି ହୋଇଥାଏ । ଏଭଳି ଏକ ନିୟମ ଟିକେଟ ବାତିଲ ହେବାକୁ ନେଇ ହୋଇଛି । ଯଦି କୌଣସି କାରଣରୁ ଆପଣ ଆପଣଙ୍କ ଯାତ୍ରାର ତାରିଖ ବଦଳାଇବାକୁ ଚାହୁଁଛନ୍ତି । ତାହାଲେ ରେଳ ନିୟମ ଅନୁସାରେ କନଫର୍ମ/ଆରଏସି/ ବେଟିଙ୍ଗ ଲିଷ୍ଟର ଟିକେଟକୁ ବିନା ବାତିଲ କରି ତାରିଖ ବଦଳାଇପାରିବେ । କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ମିଳିପାରିବ ।

ଆପଣ ଚାହିଁଲେ ଟିକେଟ କ୍ଲାସକୁ ବି ପରିବର୍ତ୍ତନ କରିପାରିବେ । ଏଥିପାଇଁ ଆପଣଙ୍କୁ ଟ୍ରେନର ଡିର୍ପାଚର ସମୟର ୪୮ ଘଣ୍ଟା ପୂର୍ବରୁ ରିସରଭେସନ କାଉଣ୍ଟରରେ ଆପଣଙ୍କ ଟିକେଟ ଦେବାକୁ ହେବ । ପୂର୍ବରୁ ଟିକେଟ ବାତିଲ କରିବା ପାଇଁ ଯାତ୍ରୀଙ୍କୁ ଫାଇନ ଦେବାକୁ ପଡୁଥିଲା । ବାତିଲ ପାଇଁ ରେଲୱ ଆପଣଙ୍କଠାରୁ କିଛି ଟଙ୍କା କାଟୁଥିଲା । ହେଲେ ଏବେ ଏମିତି ନିୟମ ରହିଛି ବିନା ବାତିଲ କରି ବି ଆପଣ ଯାତ୍ରା ତାରିଖ ବଦଳାଇପାରିବେ ।