ଧନ ତେରାସରେ କେମିତି କିଣିବେ ସୁନା? ବିଶେଷଜ୍ଞଙ୍କ ପରାମର୍ଶ, ସୁନା ବଣ୍ଡରେ ନିବେଶ ଅଧିକ ଲାଭଦାୟକ

189

କନକ ବ୍ୟୁରୋ: ଧନ ତେରାସ ଯେତିକି ପାଖେଇ ଆସୁଛି, ଗହଣା ଦୋକାନରେ ସେତିକି ଭିଡ଼ ବଢ଼ିବାରେ ଲାଗିଛି । ଧନ ତେରାସ ଓ ଦୀପାବଳି ଅବସରରେ ସୁନା କିଣିଲେ, ଧନ ବଢ଼ିବ ବୋଲି ବିଶ୍ୱାସ କରାଯାଏ । ଏହାଛଡ଼ା ପୂର୍ବ ଅପେକ୍ଷା ସୁନା ଦର କମ ଥିବାରୁ ସୁନା କିଣିବାକୁ ଚାହୁଁଛନ୍ତି ଲୋକ । ଭୁବନେଶ୍ୱରରେ ୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ୍ ସୁନା ଦର ୪୪ ହଜାର ୭୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ ୪୯ ହଜାର ୧୩୦ ଟଙ୍କା ରହିଛି । ଆଗକୁ ବିବାହ ସିଜିନ୍ ଥିବାରୁ ସୁନାର ଚାହିଦା ବଢ଼ିବ ଏବଂ ଦର ମଧ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ନିବେଶ ଦୃଷ୍ଟିରୁ ସୁନା ଗହଣା ଅପେକ୍ଷା ସୁନା ବଣ୍ଡରେ ନିବେଶ ଅଧିକ ଲାଭଦାୟକ ବୋଲି କହିଛନ୍ତି ବିଶେଷଜ୍ଞ । ତେଣୁ ନଜର ପକାନ୍ତୁ ସୁନା ବଣ୍ଡ କ’ଣ ଓ କାହିଁକି ଲାଭଦାୟକ?

  • ଆପଣଙ୍କୁ ପ୍ରକୃତ ସୁନା କିଣିବାକୁ ପଡିବନି
  • ବଣ୍ଡରେ ଅର୍ଥାତ୍ କାଗଜପତ୍ରରେ ସୁନା କିଣିବେ
  • ଗ୍ରାମ ପିଛା ଅର୍ଥ ଜମା କରି ବଣ୍ଡ କିଣିପାରିବେ
  • ଚୋରି ବା କେହି ନେଇଯିବାର ଭୟ ନାହିଁ
  • ଲକ୍ରରେ ରଖିବାକୁ ପଡ଼ିବନାହିଁ
  • ଏଥିରେ ସୁନା କ୍ଷୟ ହେବା ଆଶଙ୍କା ନାହିଁ
  • ମେକିଂ ଚାର୍ଜ କ୍ଷତି ମଧ୍ୟ ହେବନାହିଁ
  • ବଣ୍ଡ ବଦଳରେ ପ୍ରକୃତ ସୁନାର ମୂଲ୍ୟ ପାଇପାରିବେ
  • ଆଉ ବଣ୍ଡ ବାବଦକୁ ବାର୍ଷିକ ସୁଧ ମଧ୍ୟ ମିଳିବ