ଲୋନ୍ ନେବା ଅପେକ୍ଷା ବିନା ଲୋନରେ କାର୍ କିଣିବା ଖୁବ୍ ଲାଭଦାୟକ ! ବଚିଂଯିବ ଆପଣଙ୍କ ୨ ଲକ୍ଷ ଟଙ୍କା । 

364

ବର୍ତ୍ତମାନ କାର୍ ଏକ ଏଭଳି ବସ୍ତୁ ହେଲାଣି ପ୍ରତ୍ୟେକଙ୍କ ଘରେ ଏହାର ଆବଶ୍ୟକତା ଦେଖିବାକୁ ମିଳୁଛି । କାର୍ କିଣିବାକୁ କିଛି ଲୋକ ଲୋନ୍ ବି ନେଇଥାନ୍ତି । କିନ୍ତୁ ବେଳେବେଳେ ଲୋନ୍ ନେବାର କିସ୍ତି ଗ୍ରାହକଙ୍କ ଉପରେ ଭାରି ପଡିଯାଏ । କିନ୍ତୁ ଯଦି କାର୍ କିଣିବା ପୂର୍ବରୁ ଆପଣ ଭଲ ଭାବେ ପ୍ଲାନିଙ୍ଗ୍ କରି କାର୍ କିଣିବେ ତେବେ ଆପଣଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବାକୁ ପଡିବ । ଏହାପରେ ଯେତେ ଟଙ୍କା ମିଳିବ ଏହାର ୫ ଲକ୍ଷ ଟଙ୍କା କାର୍ ବିନା ଲୋନରେ କିଣିହେବ ।

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ମ୍ୟୁଚୁଆଲ୍ ଫଣ୍ଡ ସବୁଠାରୁ ଭଲ ଜରିଆ ହୋଇପାରେ । ଯଦି ୫ ଲକ୍ଷ ଟଙ୍କାର କାର୍ କିଣିବାକୁ ଚାହୁଁଛନ୍ତି ତେବେ ୫ ବର୍ଷିଆ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ । ତେବେ ୬,୫୦୦ ଟଙ୍କାର ପ୍ରତି ମାସରେ ନିବେଶ ଆରମ୍ଭ ହେବ  ।ଯଦି ଏହା ଉପରେ ୧୦ ପ୍ରତିଶତ ରିଟର୍ଣ୍ଣ ମିଳୁଛି ତେବେ ୫ ବର୍ଷରେ ୫ ଲକ୍ଷ ଟଙ୍କା ମିଳିଯିବ । ଏଥିରେ ଆପଣଙ୍କ ନିବେଶ ମୋଟ ୩.୯୦ ଲକ୍ଷ ଟଙ୍କା ହେବ । ଅନ୍ୟପକ୍ଷେ ୧.୧୦ ଲକ୍ଷ ଟଙ୍କାର ଲାଭ ମଧ୍ୟ ମିଳିବ ।

କିଭଳି କରିବେ ନିବେଶ :

କାର୍ କିଣିବା ପାଇଁ ଆପଣଙ୍କୁ ଲାର୍ଜକେପ୍ ,ବେଲେସ୍ଡ ଫଣ୍ଡ କିମ୍ବା ଇକ୍ୱିଟି ସେଭିଙ୍ଗ୍ ଫଣ୍ଡରେ ନିବେଶ କରିବାକୁ ପଡିବ । ଅନ୍ୟ ପକ୍ଷେ ବେଲେସ୍ଡ ଫଣ୍ଡରେ ଏଚଡିଏଫସି ହାଇବ୍ରିଡ୍ ଫଣ୍ଡରେ ନିବେଶ କରିପାରିବେ । ତେବେ ଇକ୍ୱିଟି ଅପ୍ସନ୍ ଫଣ୍ଡ ମଧ୍ୟ ଏଥିପାଇଁ ଖୁବ୍ ଭଲ ।

୨ ଲକ୍ଷ ଟଙ୍କା ବଞ୍ଚାଇପାରିବେ । 

ଯଦି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରି କାର୍ କିଣୁଛନ୍ତି ତେବେ ଆପଣଙ୍କୁ ୩.୯୦ ଲକ୍ଷ ଟଙ୍କାର ଲାଭ ହେବ ଏବଂ ଆପଣ ୫ ଲକ୍ଷ ଟଙ୍କାର କାର୍ କିଣିପାରିବେ । କିନ୍ତୁ ଯଦି ଆପଣ ଲୋନ୍ ନେଇ କାର୍ କିଣିବେ ତେବେ କାର୍ ଅଧିକ ମହଙ୍ଗା ପଡିବ ।