ଟ୍ରେନ ଯାତ୍ରୀଙ୍କୁ ସତର୍କ କଲା ଭାରତୀୟ ରେଳବାଇ : ଟ୍ରେନ୍ ଯାତ୍ରା ସମୟରେ ପାଇପାରିବେ ଶସ୍ତା ଓ ଉତ୍ତମ ମାନର ଖାଦ୍ୟ, ଯଦି ଏହି ଉପାୟରେ କରିବେ ବୁକ୍

ଆଇଆରସିଟିସି ଖାଦ୍ୟ ବୁକ୍  କରିବାର ସହଜ ଉପାୟ ଜଣାଇଛି । 

431

ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଟ୍ରେନ ଯାତ୍ରୀଙ୍କୁ ସତର୍କ କରି କହିଛନ୍ତି କି, ଯଦି ଆପଣ ଯାତ୍ରା ସମୟରେ ଖାଦ୍ୟ ଓ ରେଳ ଯାତ୍ରୀ ଭଳି ଅନାଧିକୃତ ୱେବସାଇଟ୍ସ କିମ୍ବା ଆପରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ତାହାର ଗୁଣ, ଠିକ୍ ପରିମାଣ ଓ ଡେଲିଭରିକୁ ନେଇ କେହି ଦାୟୀ ହେବେନି । ଆଇଆରସିଟିସି ଖାଦ୍ୟ ବୁକ୍  କରିବାର ସହଜ ଉପାୟ ଜଣାଇଛି ।

ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ ecatering.irctc.co.in ସାଇଟକୁ ଯିବାକୁ ପଡିବ, ଯେଉଁଠି ତାକୁ ପେସେଂଜର ନେମ୍ ରେକର୍ଡ ଭରିବାକୁ ପଡିବ । ଡ୍ରପ୍ ମେନ୍ୟୁରେ ରେଲୱେ ଷ୍ଟେସନର ସୂଚୀରେ ନିଜର ଷ୍ଟେସନ ଦେବାକୁ ପଡିବ । ତା’ପରେ ମେନ୍ୟୁ ଓ ଖାଦ୍ୟର ମୂଲ୍ୟ ସାମନାକୁ ଆସିବ । ନିଜ ପସନ୍ଦ ଅନୁସାରେ ଖାଦ୍ୟ ବାଛିପାରିବେ । ଆଗକୁ ପେମେଣ୍ଟ ପ୍ରକ୍ରିୟା ପଚରାଯିବ, ଯାହା ପରେ ଅର୍ଡର କନଫର୍ମ ହେବ । ଟ୍ରାଂଜେକ୍ସନ୍ ପୁରା ହେବା ପରେ ଯାତ୍ରୀଙ୍କ ପାଖକୁ ଇମେଲ୍ ଓ ମେସେଜ୍ ବି ଆସିବ, ଯେଉଁଥିରେ ଅର୍ଡରର ସୂଚୀ ଥିବ ।

କରିପାରନ୍ତି ଆପ୍ ର ବ୍ୟବହାର : ଆପ୍ ଷ୍ଟୋରରୁ ଫୁଡ୍ ଅନ୍ ଟ୍ରାକ୍ ଡାଉନଲୋଡ୍ କରନ୍ତୁ । ଆପଣଙ୍କ ଯାତ୍ରା ସମୟରେ ଷ୍ଟେସନରେ ଯେଉଁ ଭେଣ୍ଡର ଓ ଖାଦ୍ୟ ଉପଲବ୍ଧ ଥିବ, ତାହାର ସୂଚୀ ଆସିଯିବ । ଖାଦ୍ୟ ଚୟନ କରି ଅର୍ଡର କରିବେ । ପେମେଣ୍ଟରେ କ୍ୟାସ ଅନ୍ ଡେଲିଭରିର ବିକଳ୍ପ ମଧ୍ୟ ରହିବ । ପରେ ଆପଣଙ୍କ ଡିଟେଲ କନଫର୍ମ କରାଯିବ, ଯେଉଁଠି ନାମ , ନମ୍ବର, କୋଚ୍ ଏବଂ  ସିଟ୍ ନମ୍ବରର ସୂଚନା ଦେବାକୁ ପଡିବ ।