ସହଜରେ ମିଳିବ ତତ୍କାଳ ରେଳ ଟିକଟ । ଆଇଆରସିଟିସିରେ ରହିଛି ଏହି ଫିଚର । କେମିତି ପାଇବେ ଟିକେଟ ପଢନ୍ତୁ …

351

କନକ ବ୍ୟୁରୋ: ବ୍ୟସ୍ତ ବହୁଳ ରୁଟରେ ଆଇଆରଟିସିର ତତ୍କାଳ ଟିକେଟ ବୁକ କରିବା ବହୁତ କଷ୍ଟ । ତେବେ ବର୍ତ୍ତମାନ ଏହା ଆହୁରି ସରଳ ହୋଇଛି । ଆଇଆରସିଟିସି ପକ୍ଷରୁ ଏହି ନୂଆ ବ୍ୟବସ୍ଥା କରାଯାଇଛି, ଯାହା ଲୋକଙ୍କୁ ଅତି ସହଜରେ ଟିକେଟ ମିଳିବାରେ ସହୟତା କରିବ ।

ଖରାଛୁଟିରେ ବାହାରେ ରହୁଥିବା ଅନେକ ଲୋକ ଘରକୁ ଫେରିବାକୁ ଚାହାନ୍ତି । ତେବେ ଟ୍ରେନରେ ଟିକେଟ ଏତେ ସହଜରେ ମିଳିନଥାଏ । ଟିକେଟ କନଫର୍ମ ହେବା ବି ବହୁତ କମ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତେବେ ଏହି ସମୟରେ ଆପଣ ତତକାଳ ଟିକଟ ଆବେଦନ କରିଥାନ୍ତି । ଏହି ଟିକେଟ ୨୪ ଘଣ୍ଟା ପୂର୍ବରୁ ବୁକ କରାଯାଇଥାଏ । ତେବେ ବ୍ୟସ୍ତ ବହୁଳ ରୁଟରେ ଅନେକ ଯାତ୍ରୀ ହେବା କାରଣରୁ ଏହି ଟିକେଟ ମିଳିବା ବି ବହୁତ କଷ୍ଟ ହୋଇପଡେ । ତେବେ ଅନେକ ସମୟରେ ଏଜେଣ୍ଟଙ୍କ ସାହାର୍ଯ୍ୟ ନେଇଥାନ୍ତି ଲୋକେ । ତେବେ ଯଦି ଆପଣ କିଛି ଟିପ୍ସକୁ ଫଲୋ କରିବେ ତେବେ ଆପଣଙ୍କୁ ଆଉ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ଆଇଆରସିଟିସି ଆପରେ ମାଷ୍ଟର ଲିଷ୍ଟ ଫିଚରର ବାବହାର କରିବାକୁ ପଡିବ ।

ତେବେ ଆପଣ ଭାବୁଥିବେ ଏହି ମାଷ୍ଟର ଲିଷ୍ଟ ଫିଚର କଣ । ତେବେ ପ୍ରଥମେ ଆପଣ ପ୍ଲେ ଷ୍ଟୋର ହେଉ ବା ଆଇ ଷ୍ଟୋରରୁ ଆଇଆରସିଟିସି ଆପ ଡାଉନଲୋଡ କରିବେ । ଆପଣଙ୍କ ଆଇଡିରେ ଲଗଇନ୍ କରିବା ପରେ ଏଥିରେ ଥିବା ମାଷ୍ଟର ଲିଷ୍ଟ ଫିଚରକୁ ବ୍ୟବହାର କରିବାକୁ ପଡିବ । ଏହି ଫିଚରରେ ଆପଣ ଯାତ୍ରୀଙ୍କ ସମସ୍ତ ତଥ୍ୟ ଦେବେ । ଏହା କରିବା ଦ୍ୱାରା ଆପଣଙ୍କୁ ଆଉ ବୁକିଂ ସମୟରେ ନିଜର ତଥ୍ୟ ଦେବାକୁ ପଡିବ ନାହିଁ । ଯାହା ଦ୍ୱାର ଆପଣଙ୍କ ଅନେକ ସମୟ ବଞ୍ଚିବ । ତତକାଳ ଟିକେଟରେ ଟାଇମିଂର ଅନେକ ମହତ୍ତ୍ୱ ଥାଏ । ଏଣୁ ଏହି କାରଣରୁ ମାଷ୍ଟର ଲିଷ୍ଟ ଫିଚର ବ୍ୟବହାର କରିବା ଯୋଗୁ ଆପଣଙ୍କ ଟିକେଟ କନଫର୍ମ ହେବାର ଯଥେଷ୍ଟ ସମ୍ଭାବନା ବଢିଯାଇଥାଏ ।

ମାଷ୍ଟର ଲିଷ୍ଟ ଫିଚରକୁ ଆଡ କରିବା ପାଇଁ ଆପଣଙ୍କୁ ଆଇଆରସିଟିସିରେ ଲଗ୍ ଇନ୍ କରିବାକୁ ପଡିବ । ଏହା ପରେ ଦିଆଯାଇଥିବା ଅପସନରେ ସିଲେକ୍ଟ କରିବାକୁ ପଡିବ । ପରେ ସବୁ ତଥ୍ୟ ଦେଇ ସେଭ କରିବାକୁ ପଡିବ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ ତତକାଳ ବୁକିଂ ୧୦ଟାରୁ ଆରମ୍ଭ ହେଉଥିବା ବେଳେ ସ୍ଲିପର ସିଟ୍ ପାଇଁ ତକ୍ରାଳ ବୁକିଂ ୧୧ଟାରେ ଆରମ୍ଭ ହୋଇଥାଏ । ତତକାଳ ବୁକିଂ ଆରମ୍ଭ ହେବାର ଗୋଟିଏ କିମ୍ବା ୨ ମିନିଟ ପୂର୍ବରୁ ଆପଣ ଆପ ଖୋଲି ଲଗଇନ୍ କରିରଖିବେ । ଏହା ପରେ ଯାତ୍ରା ରୁଟ ସିଲେକ୍ଟ କରି ଯାତ୍ରୀଙ୍କ ଡିଟେଲ୍ସକୁ ମାଷ୍ଟର ଲିଷ୍ଟ ଜରିଆରେ ଆଡ କରି ରଖିବେ । ପରେ ଆପଣ ପେମେଣ୍ଟ ପାଇଁ ୟୁପିଆଇର ଅପସନ ସିଲେକ୍ଟ କରି ଟଙ୍କା ପୈଠ କରିବେ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ସମୟ ବଞ୍ଚିବ । ଯାହା ଆପଣଙ୍କୁ ତତକାଳର କନଫର୍ମ ଟିକେଟ ଦେବ । ଆଉ ଆପଣଙ୍କୁ ଟିକେଟ ମିଳିବାର ବି ସମ୍ଭାବନା ଅଧିକ ରହିବ ।