ଜାଣନ୍ତୁ କିପରି ଜଣେ ବ୍ୟକ୍ତି ହୁଅନ୍ତି ଆଇଏଏସ୍ ଅଧିକାରୀ ! କ’ଣ ଅଛି ପରୀକ୍ଷା ପାଟର୍ଣ୍ଣ ଏବଂ କିଭଳି ମିଳେ ବେତନ?

422

UPSC ତଥା ସଂଘ ଲୋକ ସେବା ଆୟୋଗ ପାଇଁ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି । ଯେଉଁଥିରେ ପାଖାପାଖି ୧ ହଜାର ଜଣ ଚୟନ ହୋଇଥାନ୍ତି । ସରକାରୀ ଅଫିସର ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଥାଏ ଯେ ସେ କିଭଳି ଆଇଏଏସ୍ ପରୀକ୍ଷାକୁ ପାସ୍ କରିବେ । ତେବେ ଆଇଏଏସ୍ ଅଫିସର ହେବା ପାଇଁ ସଂଘ ଲୋକ ସେବା ଆୟୋଗ ଦ୍ୱାରା କରାଯାଇଥିବା ପରୀକ୍ଷା ପ୍ରକ୍ରିୟା କିଭଳି ହୋଇଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସର୍ବପ୍ରଥମେ ହୋଇଥାଏ ପ୍ରାରମ୍ଭିକ ପରୀକ୍ଷା : ଆଇଏଏସ୍ ଅଫିସର ହେବା ପାଇଁ UPSC ପରୀକ୍ଷାର ୩ ଟି ପର୍ଯ୍ୟାୟକୁ କ୍ଲିୟର୍ କରିବାକୁ ପଡିଥାଏ । ପ୍ରଥମଟି ହେଉଛି ପ୍ରିଲିମିନାରୀ ପରୀକ୍ଷା , ଏହି ପରୀକ୍ଷାର ଘୋଷଣା ପ୍ରତିବର୍ଷ ଫେବୃୟାରୀ-ମାର୍ଚ୍ଚ ମାସରେ ହୋଇଥାଏ । ପରୀକ୍ଷା ଜୁନ୍ –ଜୁଲାଇ ମାସରେ ହୁଏ ଏବଂ ଅଗଷ୍ଟ ମଧ୍ୟଭାଗରେ ଫଳାଫଳ ବାହାରିଯାଏ । ପରୀକ୍ଷାରେ କରେଣ୍ଟ୍ ଆଫାୟାର୍ସ ପ୍ରଶ୍ନ ପଚରା ଯାଇଥାଏ । ଆପଣଙ୍କୁ କହିରଖୁଛୁ ୨୦୧୯ ର ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ମାତ୍ର ଅଳ୍ପ ସମୟ ବାକି ରହିଛି । ଜୁନ୍ ୨ ତାରିଖରେ ଏହି ପରୀକ୍ଷା ହେବା କଥା ଜଣାପଡିଛି ।

ମେନ୍ ପରୀକ୍ଷା : ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ହେଉଛି ମେନ୍ ପରୀକ୍ଷା । ଏହି ପରୀକ୍ଷା ପ୍ରତିବର୍ଷ ଅକ୍ଟୋବର ମାସରେ ହୋଇଥାଏ । ଫଳାଫଳ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ଘୋଷଣା କରାଯାଏ ।

ବ୍ୟକ୍ତିତ୍ୱ ପରୀକ୍ଷା : ପରୀକ୍ଷାର ତୃତୀୟ ପର୍ଯ୍ୟାୟ ହେଉଛି ବ୍ୟକ୍ତିତ୍ୱ ପରୀକ୍ଷା । ଯାହା ପ୍ରତିବର୍ଷ ଡିସେମ୍ବରରେ ହୋଇଥାଏ । ଫାଇନାଲ୍ ଫଳାଫଳ ମେ ମାସରେ ଘୋଷଣା ହୋଇଥାଏ ।

ମୁଖ୍ୟ ପରୀକ୍ଷାରେ ଏହି ପ୍ରାର୍ଥୀଙ୍କୁ ମିଳିଥାଏ ମଉକା : ପ୍ରିଲିମିନାରୀ ପରୀକ୍ଷା ଆଧାରରେ ମେନ୍ ପରୀକ୍ଷା ପାଇଁ କ୍ୱାଲିଫାଇ ମନା ଯାଇଥାଏ । ମେନ୍ ପରୀକ୍ଷା ଏବଂ ପିଟି ପରୀକ୍ଷା ଆଧାରରେ ର୍ୟାଙ୍କ୍ କରାଯାଏ । ପ୍ରିଲିମିନାରୀ ପରୀକ୍ଷାର ପାଟର୍ଣ୍ଣ ୨୦୧୦ ପର୍ଯ୍ୟନ୍ତ କୋଠରୀ ଆୟୋଗଙ୍କ ସୁପାରିସରେ ଆଧାରିତ ଥିଲା ଯେଉଁଥିରେ ୨ ଟି ପରୀକ୍ଷା ହେଉଥିଲା । କିନ୍ତୁ ପରେ ଏଥିରେ ପରିବର୍ତ୍ତନ ଅଣାଯାଇ ସିଭିଲ୍ ସର୍ଭିସ୍ ଏପ୍ଟିଟ୍ୟୁଡ୍ ଟେଷ୍ଟ୍ କୁହାଯାଉଛି । ୨ ଘଣ୍ଟା ସମୟ ଭିତରେ ୨ ଟି ପେପର୍ ର ୨୦୦ ଅଙ୍କର ପରୀକ୍ଷା ହୋଇଥାଏ । ମେନ୍ ପରୀକ୍ଷାରେ ୯ ଟି ପେପର୍ ରହିଥାଏ । ଯେଉଁଥିରେ ୨ ଟି କ୍ୱାଲିଫାଇ କରିବାକୁ ପଡିଥାଏ ଏବଂ ୭ ଟି ର୍ୟାଙ୍କିଙ୍ଗ୍ ପେପର୍ ରହିଥାଏ । କ୍ୱାଲିଫାଇ କରିଥିବା ପ୍ରାର୍ଥୀଙ୍କୁ ଅଙ୍କ ଅନୁସାର ର୍ୟାଙ୍କ୍ ଦିଆଯାଏ । ଚୟନ ପ୍ରାର୍ଥୀଙ୍କୁ ସାକ୍ଷାତକାରରେ ଡକାଯାଏ । ଯେଉଁଠାରେ ବ୍ୟକ୍ତିତ୍ୱ ପରୀକ୍ଷଣ କରାଯାଏ ।

ଆଇଏଏସ୍ ବେତନ 7th Pay Commission ଙ୍କ ମୁତାବକ : 

ଟଚଝଉ ସିଭିଲ୍ ସେବା ଏବଂ ଆଇଏଏସ୍ ପ୍ରାର୍ଥୀଙ୍କ ବେତନ ୫୬,୧୦୦ ରୁ ନେଇ ୨,୫୦,୦୦୦ ପର୍ଯ୍ୟନ୍ତ ମିଳିଥାଏ  । ଆଇଏଏସ୍ ପାଇଁ ସବୁ ପ୍ରାର୍ଥୀ sub-divisional magistrate level/ undersecretary/assistant secretary ରେ ଚୟନ ହୋଇଥାନ୍ତି । ଯାହାଙ୍କ ବେତନ ୫୬,୧୦୦ ଟଙ୍କା ହୋଇଥାଏ । ଉପଯୁକ୍ତ ପ୍ରାର୍ଥୀ ଏହି ପଦରେ ୧ ରୁ ୪ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି ।