ହାର୍ଟ ଆଟାକ୍ କ’ଣ? ହୃଦରୋଗରୁ ରକ୍ଷା ପାଇବେ କେମିତି?

245

କନକ ବ୍ୟୁରୋ : କାର୍ଡିଆକ ଆରେଷ୍ଟରେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସତୀଶ କୌଶିକଙ୍କ ମୃତ୍ୟୁ ହୋଇଛି । ଏହାପରେ ପୁଣି ଥରେ ହୃଦରୋଗକୁ ନେଇ ଚର୍ଚ୍ଚା ବଢିଛି । ଯେମିତି ହାର୍ଟ ଆଟାକ୍ କଣ ଓ କାର୍ଡିଆକ୍ ଆରେଷ୍ଟ କଣ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ହାର୍ଟ ଆଟାକ ଓ କାର୍ଡିଆକ ଆରେଷ୍ଟ ମଧ୍ୟରେ ଅନେକ ଫରକ ରହିଛି । ଗତ କିଛି ବର୍ଷ ମଧ୍ୟରେ ହୃଦରୋଗରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂଖ୍ୟା ଦିନକୁ ଦିନ ଅଧିକରୁ ଅଧିକ ହେଉଛି । ପୂର୍ବରୁ ଅନେକ ସମୟରେ ବୟସ୍କଙ୍କ ମଧ୍ୟରେ ହାର୍ଟ ଆଟାକ ଓ କାର୍ଡିଆକ ଆରେଷ୍ଟ ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ଯୁବା ବୟସରେ ହୃଦରୋଗ ଯୋଗୁଁ ଅନେକଙ୍କ ମୃତ୍ୟୁ ହେଉଛି । କରୋନା ପରେ କାର୍ଡିଆକ ଆରେଷ୍ଟରେ ଅନେକଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି ।

କାର୍ଡିଆକ୍ ଆରେଷ୍ଟ କ’ଣ?
– କାର୍ଡିଆକ୍ ଆରେଷ୍ଟରେ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥାଏ
– ହୃଦସ୍ପନ୍ଦନ ବନ୍ଦ ହୋଇଗଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ବନ୍ଦ ହୋଇଯାଏ
– କାର୍ଡିଆକ୍ ଆରେଷ୍ଟ ହେଲେ କିଛି ମିନିଟ୍ ମଧ୍ୟରେ ବ୍ୟକ୍ତି ଜଣକ ବେହୋସ ହୋଇଯାଏ
– ଏପରି ସ୍ଥିତିରେ ତୁରନ୍ତ ଚିକିତ୍ସା ନମିଳିଲେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ
– କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ମଧ୍ୟରେ ଫରକ ରହିଛି

ହାର୍ଟ ଆଟାକ୍ କ’ଣ?
– ହୃଦୟକୁ ରକ୍ତ ସଂଚାଳନ କରୁଥିବା ଧମନୀରେ ବାଧା ଆସିଲେ ବା ଏହା ୧୦୦% ବ୍ଲକ ହୋଇଗଲେ ଜଣେ ବ୍ୟକ୍ତି ହାର୍ଟ ଆଟାକ୍ର ଶିକାର ହୋଇଥାଏ
– ହାର୍ଟ ଆଟାକ୍ର କିଛି ସମୟ ପୂର୍ବରୁ ଓ ହାର୍ଟ ଆଟାକ୍ ସମୟରେ କିଛି ଲକ୍ଷଣ ଦେଖାଯାଏ
– ହୃଦୟ ସଙ୍କୁଚିତ ହେବା, କଷ୍ଟ ଅନୁଭବ ହେବା, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା, ବାନ୍ତି ହେବା, ଥକ୍କାପଣ ବଢ଼ିବା ଏହାର ଲକ୍ଷଣ

ହୃଦରୋଗରୁ ରକ୍ଷା ପାଇବେ କେମିତି?
– ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ନିଜର ଜୀବନଶୈଳୀ ଠିକ୍ ରଖିଲେ, ହୃଦୟ ସୁସ୍ଥ ରହିବ
– ଠିକ୍ ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ବ୍ୟାୟାମ କରିବା, ନିଶାସେବନ ଠାରୁ ଦୂରେଇ ରହିବା
– ମାନସିକ ଚାପରୁ ଦୂରେଇ ରହିବା ସହ ନିୟମିତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍