ରାସନକାର୍ଡକୁ ନେଇ ପୁଣି ଆସିଲା ବଡ ଖବର: ଜନତାଙ୍କ ସୁବିଧା ପାଇଁ ସରଳ ହେଲା ରାସନକାର୍ଡ ଆବେଦନ; ଘରେ ବସି ନିଜ ମୋବାଇଲରୁ ମାତ୍ର କେଇ ସେକେଣ୍ଡରେ ପ୍ରସ୍ତୁତ କରିପାରିବେ ରାସନକାର୍ଡ, ଜାଣନ୍ତୁ ପୂରା ପ୍ରକ୍ରିୟା…

ଦୌଡିବାକୁ ପଡିବନି କୌଣସି ବି କାର୍ଯ୍ୟାଳୟ ନା ହିଁ ଖର୍ଚ୍ଚ ହେବ ଅଧିକ ଟଙ୍କା

787

କନକ ବ୍ୟୁରୋ: ଯଦି ଆପଣଙ୍କ ରାସନ କାର୍ଡ ରଦ୍ଦ ହୋଇଯାଇଛି କିମ୍ବା ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନକାର୍ଡ ତାଲିକାରେ ଆପଣଙ୍କ ନାଁ ନାହିଁ । ତେବେ ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ମୋଦି ସରକାରଙ୍କ ତରଫରୁ ଏଭଳି ଲୋକଙ୍କୁ ପୁନର୍ବାର ସୁଯୋଗ ଦିଆଯାଉଛି । ଯଦି କୌଣସି କାରଣରୁ ରାସନକାର୍ଡ ହିତାଧିକାରୀ ତାଲିକାରେ ନାଁକୁ ହଟାଇ ଦିଆଯାଇଛି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଆପଣଙ୍କ ନାଁ ଘରେ ବସି ପୁଣି ଥରେ ଏଥିରେ ସାମିଲ କରିପାରିବେ । ଖାଲି ଏତିକି ନୁହେଁ ଆପଣ ଚାହିଁଲେ ଆପଣଙ୍କ ପତ୍ନୀ କିମ୍ବା ପିଲାଛୁଆଙ୍କ ନାଁକୁ ମଧ୍ୟ ଏଥିରେ ଯୋଡି ପାରିବେ ।

କେଉଁମାନେ କରିପାରିବେ ରାସନକାର୍ଡ?

• ଆପଣଙ୍କ ନାଁ ଅନ୍ୟ କୌଣସି ରାସନକାର୍ଡରେ ନଥିଲେ

• ଜଣେ ବ୍ୟକ୍ତି କେବଳ ଗୋଟିଏ ରାସନ କାର୍ଡ କରିପାରିବେ

• ରାସନକାର୍ଡଧାରୀଙ୍କ ବସୟ ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର

• ୧୮ ବର୍ଷରୁ କମ ବୟସର ପିଲାଙ୍କ ନାଁ ବାପାମାଆଙ୍କ ରାସନକାର୍ଡରେ ରହିବ

• ଆବେଦନକାରୀ କିମ୍ବା ପରିବାରରେ କେହି ସରକାରୀ ଚାକିରିଆ ନଥିଲେ

ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ରାସନ କାର୍ଡ ବନାଇପାରିବେ ।

ରାସନକାର୍ଡ ପାଇଁ  ଲାଗିବ ଶୁଳ୍କ !

ଉଭୟ ଅନଲାଇନ୍ ଓ ଅଫଲାଇନରେ କରିପାରିବେ କାର୍ଡ?

ଭାରତରେ ସାଧାରଣତଃ ତିନି ପ୍ରକାରର ରାସନକାର୍ଡ ରହିଛି । ଗରିବ ସୀମା ରେଖା ଉପରେ ଥିବା ପରିବାର ପାଇଁ ଏପିଏଲ, ଗରିବ ସୀମା ରେଖା ତଳେ ରହିଥିବା ପରିବାର ପାଇଁ ବିପିଏଲ ଏବଂ ସବୁଠାରୁ ଗରିବ ପରିବାରଙ୍କ ପାଇଁ  କେନ୍ଦ୍ର ସରକାର ଅନ୍ତଦ୍ୟୋୟ କାର୍ଡ ଜାରି କରିଛନ୍ତି । ସେହିଭଳି ବିଭିନ୍ନ ରାଜ୍ୟର ରାଜ୍ୟ ସରକାରମାନେ ମଧ୍ୟ ନିଜ ନାଗରିକଙ୍କୁ ରାସନକାର୍ଡ  ଜାରି କରିଛନ୍ତି । ଯାହା ଏକ ପରିଚୟ ପ୍ରମାଣପତ୍ର ଭାବେ କାମ କରିଥାଏ । ସେହିଭଳି ଦେଶର ପ୍ରତ୍ୟେକ ରାଜ୍ୟର ସରକାରଙ୍କ ଅଧିନରେ ଆସୁଥିବା ଖାଦ୍ୟ ସୁରକ୍ଷା ବିଭାଗକୁ ହିଁ ରାସନ କାର୍ଡ ପସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି । ଯଦି ଆପଣ ରାସନକାର୍ଡ ତିଆରି କରିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆପଣଙ୍କୁ ଓଡିଶା ସରକାରଙ୍କ ଆଧିକାରୀକ ୱେବସାଇଟ୍ http://www.foododisha.in/କୁ ଯାଇ ରାସନକାର୍ଡ ଫର୍ମ ଡାଉନଲୋଡ କରିଦିଅନ୍ତୁ । ତେବେ ପଂଚାୟତ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଆପଣ ଏହି ଫର୍ମ ନେଇ ପାରିବେ । ଏହାପରେ ଫର୍ମରେ ଦର୍ଶାଯାଇଥିବା ସମସ୍ତ ତଥ୍ୟକୁ ସଠିକ୍ ଭାବେ ଭରନ୍ତୁ । ଫର୍ମରେ ନିଜ ଏବଂ ପରିବାର ସଦସ୍ୟଙ୍କ ନାଁ ଲେଖିବା ପରେ ସମସ୍ତଙ୍କ ଫଟୋ ମଧ୍ୟ ଦିଅନ୍ତୁ । ଏଥିସହ ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଖାତା ସହ ଜଡିତ ତଥ୍ୟ ଦେଇ, ଫର୍ମର ଶେଷ ପର୍ଯ୍ୟାୟରେ  ଦିଆଯାଇଥିବା ଶପଥ ପତ୍ରକୁ ଭରନ୍ତୁ ।

ରାସନକାର୍ଡ ପାଇଁ କେଉଁ ସବୁ ଦସ୍ତାବିଜ ଦରକାର

ରାସନକାର୍ଡ ତିଆରି କରିବା ପାଇଁ ଆଇଡି ପ୍ରୁଫ ଭାବେ ଆଧାରକାର୍ଡ, ସରକାରୀ ବ୍ୟାଙ୍କରେ ଥିବା ଖାତା, ଭୋଟର ଆଇଡି, ପାସପୋର୍ଟ, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ବି ଆଇଡି କାର୍ଡ , ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ  କିମ୍ବା ଦୁଇଟି ଯାକ ମଧ୍ୟରୁ ଯେକୌଣସି ଗୋଟିଏ  ଥିଲେ ଆପଣ ରାସନ କାର୍ଡ ତିଆରି କରିପାରିବ । ସେହିଭଳି ବିଜୁଳି ବିଲ୍, ଗ୍ୟାସ କନେକ୍ସନ ବୁକ୍, ଟେଲିଫୋନ ବିଲ, ଆଦି ଦେଇପାରିବେ ।