ମୁକେଶ ଅମ୍ବାନୀଙ୍କ ସହ କାମ କରିବାର ବଡ ସୁଯୋଗ: ଦେଶରେ ଖୋଲିବ ୩୫ ଶହରୁ ଅଧିକ ଜିଓ ପେଟ୍ରୋଲ ପମ୍ପ; ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ପେଟ୍ରୋଲ ପମ୍ପ ଖୋଲିବାର କଣ ରହିଛି ନିୟମ

ମୁକେଶ ଅମ୍ବାନୀଙ୍କ ସହ କାମ କରିବାର ବଡ ସୁଯୋଗ: ଦେଶରେ ଖୋଲିବ ୩୫ ଶହରୁ ଅଧିକ ଜିଓ ପେଟ୍ରୋଲ ପମ୍ପ; ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ପେଟ୍ରୋଲ ପମ୍ପ ଖୋଲିବାର କଣ ରହିଛି ନିୟମ

କନକ ବ୍ୟୁରୋ: ଜିଓ ମୋବାଇଲ ଏବଂ ଜିଓ ମାର୍ଟ ପରେ ଏବେ ଖୋଲିବ ଜିଓ ପେଟ୍ରୋଲ ପମ୍ପ । ଦେଶରେ ଏବେ ହଜାର ହଜାର ସଂଖ୍ୟକ ଜିଓ ପେଟ୍ରୋଲ ପମ୍ପ ଖୋଲିବାକୁ ଯୋଜନା କରୁଛନ୍ତି ମୁକେଶ ଅମ୍ବାନୀ । ମିଳିଥିବା ସୂଚନା ଅନୁସାରେ, ଅମ୍ବାନୀଙ୍କ କଂପାନୀରେ ଶହେ କୋଟି ଟଙ୍କା ନିବେଶ କରିବାକୁ ଚୁକ୍ତି ସ୍ୱାକ୍ଷର କରିଛି ବ୍ରିଟିସ ପେଟ୍ରୋଲିୟମ । ତେବେ ବ୍ରିଟିସ ପେଟ୍ରୋଲିୟମ ତରଫରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିରେ ଶହେ କୋଟି ଟଙ୍କାର ପୁଂଜିନିବେଶ କରି ୪୯ ପ୍ରତିଶତ ଅଂଶୀଦାର ନିଜ ନାଁରେ କରିଛି । ତେବେ ରିଲିଆନ୍ସ ବିପି ମୋବିଲିଟି ଲିମିଟେଡ୍ ନାଁରେ ଏହି ମିଳିତ ଉଦ୍ୟୋଗ ଭାରତରେ ଇନ୍ଧନ ଏବଂ ମୋବିଲିଟି ବଜାରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଉଛି ।
ତେବେ ପରବର୍ତ୍ତୀ ସମୟରେ କଂପାନୀ ରିଲାଏନ୍ସ ପେଟ୍ରୋଲ ପମ୍ପର ନାଁକୁ ବଦଳାଇ ଜିଓ ବିପି ରଖିବ ବୋଲି କୁହାଯାଉଛି । ଏଥିସହିତ ପ୍ରାୟ ୩୫ ଶହ ନୂଆ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ଯୋଜନା ରଖିଛି କଂପାନୀ । ଅର୍ଥାତ୍ ଆଗାମୀ ଦିନମାନଙ୍କରେ ମୁକେଶ ଅମ୍ବାନୀଙ୍କ ସହ କାମ କରିବାକୁ ଆପଣଙ୍କୁ ମିଳିପାରେ ଏକ ବଡ ସୁଯୋଗ ।

କିଭଳି କରିବେ ପେଟ୍ରୋଲ ପମ୍ପ ପାଇଁ ଆବେଦନ ?

ରିଲାଏନ୍ସ ବିପି ପେଟ୍ରୋଲ ପମ୍ପ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ଆପଣ www.reliancepetroleum.comକୁ ଯାଇ ସମସ୍ତ ସୂଚନା ପାଇପାରିବେ । ଯଦି ଆପଣ ଜିଓ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କଂପାନୀକୁ ନିଜର ବେସିକ ଡିଟେଲ୍ ତଥା ଆପଣଙ୍କ ନାଁ, ଗାଁ ଏବଂ ଠିକଣା, ଏଥିସହିତ ଯେଉଁ ସହରରେ ଆପଣ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଛନ୍ତି ତାର ମଧ୍ୟ ତଥ୍ୟ କଂପାନୀକୁ ଦେବାକୁ ପଡିବ ।

ପେଟ୍ରୋଲ ପମ୍ପ ଖୋଲିବା ପାଇଁ କଣ ରହିଛି ନିୟମ?

• ଆପଣଙ୍କ ବୟସ ୨୧ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଦରକାର

• ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆପଣଙ୍କୁ ୧୫ରୁ ୨୦ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ

• ଆପଣଙ୍କ ପାଖରେ ୧୨ଶହରୁ ୧୬ ଶହ ସ୍କୋୟାର ଫୁଟ୍ ଜମି ଥିବା ଦରକାର

• ଯଦି ଆପଣ ସହରରେ ଅଛନ୍ତି ତେବେ ୮ଶହ ସ୍କୋୟାର ଫୁଟ୍ ଜମି ଥିଲେ ବି ଚଳିବ

• ଆପଣଙ୍କ ନିକଟରେ ସଂପୃକ୍ତ ଜମିର ସଠିକ୍ କାଗଜପତ୍ର ଥିବା ଦରକାର

• କାରଣ ଜମିର ଭେରିଫିକେସନ କଲା ପରେ ଯାଇ କଂପାନୀ ତରଫରୁ ଆପଣଙ୍କୁ ଡିଲର୍ସିପ ମିଳିପାରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe