ତାଲାବନ୍ଦ ସମୟରେ ଅନ୍ୟ ରାଜ୍ୟ ତଥା ସହରକୁ ଯିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ...ରାସ୍ତାରେ ହେବନି କୌଣସି ବି ଅସୁବିଧା

Advertisment
ତାଲାବନ୍ଦ ସମୟରେ ଅନ୍ୟ ରାଜ୍ୟ ତଥା ସହରକୁ ଯିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ...ରାସ୍ତାରେ ହେବନି କୌଣସି ବି ଅସୁବିଧା

କନକ ବ୍ୟୁରୋ: ଲକଡାଉନ ମଧ୍ୟରେ କୌଣସି ଦରକାରୀ କାମ ପାଇଁ ଆପଣଙ୍କୁ ବି ଅନ୍ୟ ସହର ତଥା ରାଜ୍ୟ ଯିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଆପଣଙ୍କ ବଡ ଚ୍ୟାଲେଂଜ ହୋଇଥାଏ କି, କେମିତି ଯିବେ ? କେଉଁଠି ମିଳିବ ପରମିଟ୍ ? ଆଉ ଏଥିପାଇଁ କେତେ ସମୟ ଲାଗିପାରେ? ଏଭଳି ସବୁ ପ୍ରଶ୍ନର ଜବାବର ଏକମାତ୍ର ତରିକା ହେଲା ଇ-ପରମିଟ୍ ବା ଇ-ପାସ୍ । ତେବେ ଏହି ଇ-ପାସକୁ ପାଇବା ପାଇଁ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ । କାହିଁକି ନା ଏହି ପାସ୍ ନେବା ବହୁତ ସହଜ । ତେବେ କେମିତି , ଜାଣନ୍ତୁ ...

ପାସ୍ ପାଇଁ କେଉଁଠି କରିବେ ଆବେଦନ

ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ତଥା ସହରକୁ ଯିବାକୁ ଚାହୁଁଥିଲେ ଆପଣଙ୍କୁ ଏଥିପାଇଁ ସରକାରୀ ୱେବସାଇଟରେ ଅନଲାଇନ ଅପ୍ଲାଏ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ http://serviceonline.gov.inକୁ ଯିବାକୁ ହେବ ଏବଂ ଏଠାରେ ଥିବା ଇ-ପରମିଟ ଅପସନକୁ ଯାଇ ଆବେଦନ କରିପାରିବେ ।

କିଭଳି ମିଳିବ ପରମିଟ୍

ଗୋଟିଏ ଅନ୍ୟ ଏକ ରାଜ୍ୟ ତଥା ସହରକୁ ଯିବା ପାଇଁ ସମସ୍ତଙ୍କୁ ମିଳିବନି ଅନୁମତି । କେବଳ ଛାତ୍ରଛାତ୍ରୀ, ଜରୁରୀ ସେବା ଯୋଗାଉଥିବା କର୍ମଚାରୀ, ପର୍ଯ୍ୟଟକ, ତୀର୍ଥଯାତ୍ରୀ , ଇମରଜେନ୍ସି ତଥା ମେଡିକାଲ ଟ୍ରାଭେଲ ଏବଂ ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିବା ଲୋକଙ୍କୁ ହିଁ ଅନୁମତି ଦେଉଛନ୍ତି ସରକାର ।

କିଭଳି କରିବେ ଆବେଦନ

ଆବେଦନକାରୀ ଜଣେ କିମ୍ବା ଏହାଠୁ ଅଧିକ ଲୋକଙ୍କ ପାଇଁ ଆବେଦନ କରିପାରିବେ । ତେବେ ଅନଲାଇନ ଫର୍ମ ସବମିଟ କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜକୁ ସ୍କାନ କରି ରଖିଦିଅନ୍ତୁ । ଏଥିରେ ଆପଣଙ୍କୁ ଆପଣଙ୍କର ଆଧାରକାର୍ଡ, ଗାଡି ନମ୍ବର, ଡ୍ରାଇଭରଙ୍କ ଡିଟେଲ ଦେବାକୁ ହେବ । ସେହିଭଳି ଆପଣ କେଉଁଥି ପାଇଁ ପାସ୍ ଆବେଦନ କରୁଛନ୍ତି ତାକୁ ମଧ୍ୟ ସ୍କାନ କରନ୍ତୁ । ଯଦି ଆପଣ ମେଡିକାଲ କାରଣରୁ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ମେଡିକାଲ ସାର୍ଟିଫିକେଟ୍ ପୈଠ କରିବାକୁ ହେବ । ସେହିପରି ଯଦି ଆପଣ କୌମସି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି କିମ୍ବା ଷ୍ଟୁଡେଂଟ ଅଟନ୍ତି ତେବେ ଏଠାରେ ଆପଣଙ୍କୁ ଆଧାରକାର୍ଡ ଅପଲୋଡ କରିବାକୁ ପଡିବ ।

ବାଟରେ ପୁଲିସ ମାଗିପାରେ ଇ-ପାସ

ଯଦି ଆପଣଙ୍କୁ ଇ-ପରମିଟ ମିଳିବ ତେବେ ଆପଣଙ୍କୁ ଏସଂପର୍କରେ ୱେବସାଇଟରେ ସୂଚନା ମିଳିଯିବ । ଆଉ ଯେତେବେଳେ ପାସ୍ ଜାରି କରାଯିବ ସେତେବେଳେ ଏହି ପାସ୍ ଉପରେ ଆବେଦନକାରୀଙ୍କ ନାଁ, ଠିକଣା, ଭ୍ୟାଲିଡିଟି ଏବଂ କ୍ୟୁଆର କୋଡ ରହିଥାଏସ୍ତେବେ ଏହି ଇ-ପାସକୁ ଆପଣ ଆପଣଙ୍କ ମୋବାଇଲରେ ବି ଡାଉନଲୋଡ କରିପାରିବେ । ଯାହା ଫଳରେ ଯଦି ବାହାରକୁ ଯିବା ସମୟରେ ଆପଣଙ୍କୁ ବାଟରେ ଅଟକାଇ ପାସ୍ ମାଗନ୍ତି ତେବେ ଏହି ପାସକୁ ଆପଣ ତାଙ୍କୁ ଦେଖାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe