ତାଲାବନ୍ଦ ସମୟରେ ଅନ୍ୟ ରାଜ୍ୟ ତଥା ସହରକୁ ଯିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ…ରାସ୍ତାରେ ହେବନି କୌଣସି ବି ଅସୁବିଧା

1,342

କନକ ବ୍ୟୁରୋ: ଲକଡାଉନ ମଧ୍ୟରେ କୌଣସି ଦରକାରୀ କାମ ପାଇଁ ଆପଣଙ୍କୁ ବି ଅନ୍ୟ ସହର ତଥା ରାଜ୍ୟ ଯିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଆପଣଙ୍କ ବଡ ଚ୍ୟାଲେଂଜ ହୋଇଥାଏ କି, କେମିତି ଯିବେ ? କେଉଁଠି ମିଳିବ ପରମିଟ୍ ? ଆଉ ଏଥିପାଇଁ କେତେ ସମୟ ଲାଗିପାରେ? ଏଭଳି ସବୁ ପ୍ରଶ୍ନର ଜବାବର ଏକମାତ୍ର ତରିକା ହେଲା ଇ-ପରମିଟ୍ ବା ଇ-ପାସ୍ । ତେବେ ଏହି ଇ-ପାସକୁ ପାଇବା ପାଇଁ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନାହିଁ । କାହିଁକି ନା ଏହି ପାସ୍ ନେବା ବହୁତ ସହଜ । ତେବେ କେମିତି , ଜାଣନ୍ତୁ …

ପାସ୍ ପାଇଁ କେଉଁଠି କରିବେ ଆବେଦନ

ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ତଥା ସହରକୁ ଯିବାକୁ ଚାହୁଁଥିଲେ ଆପଣଙ୍କୁ ଏଥିପାଇଁ ସରକାରୀ ୱେବସାଇଟରେ ଅନଲାଇନ ଅପ୍ଲାଏ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ http://serviceonline.gov.inକୁ ଯିବାକୁ ହେବ ଏବଂ ଏଠାରେ ଥିବା ଇ-ପରମିଟ ଅପସନକୁ ଯାଇ ଆବେଦନ କରିପାରିବେ ।

କିଭଳି ମିଳିବ ପରମିଟ୍

ଗୋଟିଏ ଅନ୍ୟ ଏକ ରାଜ୍ୟ ତଥା ସହରକୁ ଯିବା ପାଇଁ ସମସ୍ତଙ୍କୁ ମିଳିବନି ଅନୁମତି । କେବଳ ଛାତ୍ରଛାତ୍ରୀ, ଜରୁରୀ ସେବା ଯୋଗାଉଥିବା କର୍ମଚାରୀ, ପର୍ଯ୍ୟଟକ, ତୀର୍ଥଯାତ୍ରୀ , ଇମରଜେନ୍ସି ତଥା ମେଡିକାଲ ଟ୍ରାଭେଲ ଏବଂ ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିବା ଲୋକଙ୍କୁ ହିଁ ଅନୁମତି ଦେଉଛନ୍ତି ସରକାର ।

କିଭଳି କରିବେ ଆବେଦନ

ଆବେଦନକାରୀ ଜଣେ କିମ୍ବା ଏହାଠୁ ଅଧିକ ଲୋକଙ୍କ ପାଇଁ ଆବେଦନ କରିପାରିବେ । ତେବେ ଅନଲାଇନ ଫର୍ମ ସବମିଟ କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜକୁ ସ୍କାନ କରି ରଖିଦିଅନ୍ତୁ । ଏଥିରେ ଆପଣଙ୍କୁ ଆପଣଙ୍କର ଆଧାରକାର୍ଡ, ଗାଡି ନମ୍ବର, ଡ୍ରାଇଭରଙ୍କ ଡିଟେଲ ଦେବାକୁ ହେବ । ସେହିଭଳି ଆପଣ କେଉଁଥି ପାଇଁ ପାସ୍ ଆବେଦନ କରୁଛନ୍ତି ତାକୁ ମଧ୍ୟ ସ୍କାନ କରନ୍ତୁ । ଯଦି ଆପଣ ମେଡିକାଲ କାରଣରୁ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ମେଡିକାଲ ସାର୍ଟିଫିକେଟ୍ ପୈଠ କରିବାକୁ ହେବ । ସେହିପରି ଯଦି ଆପଣ କୌମସି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି କିମ୍ବା ଷ୍ଟୁଡେଂଟ ଅଟନ୍ତି ତେବେ ଏଠାରେ ଆପଣଙ୍କୁ ଆଧାରକାର୍ଡ ଅପଲୋଡ କରିବାକୁ ପଡିବ ।

ବାଟରେ ପୁଲିସ ମାଗିପାରେ ଇ-ପାସ

ଯଦି ଆପଣଙ୍କୁ ଇ-ପରମିଟ ମିଳିବ ତେବେ ଆପଣଙ୍କୁ ଏସଂପର୍କରେ ୱେବସାଇଟରେ ସୂଚନା ମିଳିଯିବ । ଆଉ ଯେତେବେଳେ ପାସ୍ ଜାରି କରାଯିବ ସେତେବେଳେ ଏହି ପାସ୍ ଉପରେ ଆବେଦନକାରୀଙ୍କ ନାଁ, ଠିକଣା, ଭ୍ୟାଲିଡିଟି ଏବଂ କ୍ୟୁଆର କୋଡ ରହିଥାଏସ୍ତେବେ ଏହି ଇ-ପାସକୁ ଆପଣ ଆପଣଙ୍କ ମୋବାଇଲରେ ବି ଡାଉନଲୋଡ କରିପାରିବେ । ଯାହା ଫଳରେ ଯଦି ବାହାରକୁ ଯିବା ସମୟରେ ଆପଣଙ୍କୁ ବାଟରେ ଅଟକାଇ ପାସ୍ ମାଗନ୍ତି ତେବେ ଏହି ପାସକୁ ଆପଣ ତାଙ୍କୁ ଦେଖାଇପାରିବେ ।