ଆୟୁଷ୍ମାନ ଭାରତ ଯୋଜନାରେ ୧ ଲକ୍ଷ ପଦବୀ ପାଇଁ ନିୟୁକ୍ତି ପ୍ରକ୍ରିୟା ହୋଇଯାଇଛି ଆରମ୍ଭ : ଜାଣନ୍ତୁ କେମିତି ରହିବ କାମ ଓ ଆବେଦନ ପ୍ରକ୍ରିୟା

79

କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଆୟୁଷ୍ମାନ ଭାରତ ଯୋଜନା ପାଇଁ ୧ ଲକ୍ଷ ଆୟୁଷ୍ମାନ ମିତ୍ରର ନିୟୁକ୍ତି ପ୍ରକ୍ରିୟା ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ । ସରକାରଙ୍କ ତରଫରୁ ଚୟନ କରାଯାଇଥିବା ସଂସ୍ଥା ଏହି ପଦ ପାଇଁ ସିଧାସଳଖ ଭେଟି ଓ ଅନଲାଇନ୍ ଇଣ୍ଟରଭ୍ୟୁ ଆରମ୍ଭ କରିଦେବ । ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେଶନ, ମିନିଷ୍ଟ୍ରି ଅଫ୍ ଆଇଟି ଆଣ୍ଡ ଇଲେକ୍ଟ୍ରୋନିକ୍ସ ତଥା ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଟ୍ରେନିଙ୍ଗ ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଶା ଅଛି ଯେ, ଆୟୁଷ୍ମାନଭାରତ ଯୋଜନା ଅଧିନରେ ଆସୁଥିବା ୫ ବର୍ଷରେ ପାଖାପାଖି ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କ’ଣ ରହିବ ଆୟୁଷ୍ମାନ ମିତ୍ରଙ୍କ କାମ : ଆୟୁଷ୍ମାନ ମିତ୍ରଙ୍କୁ ସରକାରୀ ଓ ଘରୋଇ ହସପିଟାଲରେ ମୁତୟନ କରାଯିବ । ରୋଗୀଙ୍କ ତଥ୍ୟ ଯାଂଚ କରିବା, ତାଙ୍କର ସମସ୍ୟାକୁ ନିବାରଣ କରିବା, ତାଙ୍କର ବିଲ କ୍ଲିୟର କରାଇବା କାମ ଏହି ସ୍ୱାସ୍ଥ୍ୟ ମିତ୍ରଙ୍କ ହେବ । ସ୍ୱାସ୍ଥ୍ୟ ମିତ୍ରଙ୍କ ଉପରେ ଜଣେ ନୋଡାଲ ଅଧିକାରୀ ରହିବେ ।

ଦରମା : କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଆୟୁଷ୍ମାନ ମିତ୍ରଙ୍କୁ ୧୫ ହଜାର ଟଙ୍କା ଦରମା ମିଳିବ । କିନ୍ତୁ ଜଣାପଡୁଛି ଯେ, ଆୟୁଷ୍ମାନ ମିତ୍ର ପାଇଁ କୈାଣସି ଦରମା ନିର୍ଦ୍ଧାରିତ କରାଯାଇନି । ଦରମା ରାଜ୍ୟ, ସହର ଓ ଅଂଚଳ ଅନୁଯାୟୀ କମ୍ ବେଶୀ ହୋଇପାରେ ।

ଶିକ୍ଷାଗତ ଯୋଗ୍ୟତା : ଆୟୁଷ୍ମାନ ମିତ୍ର ହେବା ପାଇଁ ସର୍ବନିମ୍ନ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ୍ ହୋଇଥିବା ଜରୁରୀ । ଅର୍ଥାତ୍ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ ଆୟୁଷ୍ମାନ ମିତ୍ର ହୋଇପାରିବେ । ଏହା ସହିତ ସାଧାରଣ କମ୍ପ୍ୟୁଟର ଜ୍ଞାନ ରହିବା ନିହାତି ଜରୁରୀ । ବୟସର କୈାଣସି ସୀମା ରହିବନି । ସର୍ବନିମ୍ନ ବୟସ ୧୮ ବର୍ଷ ହେବ ।

ଚୟନ ପ୍ରକ୍ରିୟା : ଆୟୁଷ୍ମାନ ମିତ୍ରଙ୍କୁ ସରକାର ସିଧାସଳଖ ନିଯୁକ୍ତି କରିବେନି । ସରକାର ଏଥିପାଇଁ ମେନ୍ ପାୱାର ଯୋଗାଇ ଦେଉଥିବା କମ୍ପାନୀଙ୍କ ସହାୟତା ନେବ । ମେନ୍ ପାୱାର ଯୋଗାଇ ଦେଉଥିବା କମ୍ପାନୀଙ୍କ ଚୟନ ବିଣ୍ଡିଙ୍ଗ ଆଧାରରେ କରାଯାଏ । ଭିନ୍ନ ଭିନ୍ନ ଅଂଚଳରେ ବିଣ୍ଡିଙ୍ଗ ଜରିଆରେ କମ୍ପାନୀଙ୍କୁ ଏହି କାମ ଦିଆଯିବ । ବିଣ୍ଡିଙ୍ଗରେ ସଫଳ ହୋଇଥିବା କମ୍ପାନୀ ହିଁ ସ୍ୱାସ୍ଥ୍ୟ ମିତ୍ରର ନିଯୁକ୍ତି କରିବେ । ଯଦି କେହି ଆୟୁଷ୍ମାନ ମିତ୍ର ହେବା ପାଇଁ ଚାହୁଁଛନ୍ତି, ତେବେ ଏହି କମ୍ପାନୀ ଗୁହିକ ସହିତ ସଂପର୍କ କରନ୍ତୁ ।