ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ କେମିତି କରିବେ ଆବେଦନ? ଜାଣନ୍ତୁ…

328

କନକ ବ୍ୟୁରୋ: ଆରଟିଓ ଅଫିସ ଯାଇ ଲମ୍ବା ଲାଇନରେ ଛିଡା ହୋଇ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଅନେକ ଲୋକଙ୍କ ପାଇଁ କଷ୍ଟର କାମ । ହେଲେ ଏହାକୁ ଏବେ ସହଜ କରିଦେଇଛନ୍ତି ସରକାର । ଆପଣ ଚାହିଁଲେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ ଆପଣ ଲର୍ଣ୍ଣ ଲାଇସେନ୍ସ କିମ୍ବା ନୂଆ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ।

ଲାଇସେନ୍ସ ଆବେଦନ ବ୍ୟତୀତ ଠିକଣା ପରିବର୍ତ୍ତନ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା କେମିତି ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବା । 

ଏଥିପାଇଁ ଆପଣଙ୍କୁ ପ୍ରଥମେ ପରିବହନ ଆପକୁ ଯିବାକୁ ହେବ । 

ସେଠାରେ ଆପଣଙ୍କୁ ଅନଲାଇନ ସର୍ଭିସ ଅପ୍ସନକୁ ଯାଇ ଡ୍ରାଇଭିଂ ଲାଇସେନ୍ସ ରିଲେଟେଡ ସର୍ଭିସ ଅପ୍ସନକୁ ସିଲେକ୍ଟ କରିବାକୁ ହେବ । 

ଏହାପରେ ଆପଣଙ୍କୁ ଡ୍ରପ ଡାଉନ ମେନ୍ୟୁରୁ ଆପ୍ଲାଏ ଫର ଲର୍ଣ୍ଣର ଲାଇସେନ୍ସ ଉପରେ କ୍ଲିକ କରିବାକୁ ହେବ । 

ଏଠାରେ ଯଦି ଆପଣ ଇକେୱାଇସି ଆଧାରରେ କରୁଛନ୍ତି ତେବେ ଆପଣଙ୍କୁ ଆରଟିଓ ଯାଇ ଟେଷ୍ଟ ଦେବାକୁ ପଡିବ ନାହିଁ । ଆଉ ଯଦି ଆପଣ ନନ ଆଧାର ଇକେୱାଇସି ଉପରେ କ୍ଲିକ କରୁଛନ୍ତି ତେବେ ଆପଣଙ୍କୁ ଆରଟିଓ ଯାଇ ଟେଷ୍ଟ ଦେବାକୁ ପଡିବ ।

ଏହାପରେ ଆପଣଙ୍କୁ ଆଧାର ଅଥଣ୍ଟିକେସନ ଉପରେ କ୍ଲିକ କରି ନିଜ ଆଧାର ନମ୍ବର ଦେବାକୁ ହେବ । ଏହାପରେ ଆପଣଙ୍କ ଫୋନକୁ ଯାଇଥିବା ଓଟିପି ଦେବେ । 

ଇକେୱାଇସି କେସରେ ପେଜ ଆପଣଙ୍କ ଡିଟେଲ୍ସ ଆପେ ଆପେ ଆଧାରରୁ ନେଇଯିବ । ହେଲେ ଦ୍ୱିତୀୟ କେସରେ ଫୋନ ନମ୍ବର ଓଟିପି ଦେଇ ଲଗଇନ କରିବାକୁ ହେବ । 

ଏହାପରେ ଆପଣଙ୍କ ଡିଟେଲ୍ସ ଦେଇ ପେମେଣ୍ଟ ପ୍ରୋସେସକୁ ପୂରା କରିଦିଅନ୍ତୁ । 

ଅନଲାଇନ ଟେଷ୍ଟ ପାଇଁ ଲଗଇନ ଡିଟେଲ୍ସ ଆପଣଙ୍କୁ ମେସେଜ ଜରିଆରେ ମିଳିଯିବ । ଏହାପରେ ଅଫଲାଇନ ଟେଷ୍ଟ ପାଇଁ ଆପଣଙ୍କୁ ଆରଟିଓ ଯିବାକୁ ପଡିବ ।