ବିଜେଡିର ନେତାଗିରି ଟ୍ରେନିଂ: ନୂଆ ଢଙ୍ଗରେ ହେଲା ପ୍ରଶିକ୍ଷଣ, ମୋଟିଭେସନାଲ ସ୍ପିକରଙ୍କ ଟିପ୍ସ

73

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମଶାଳାର ଚିତ୍ର । ୨୦୨୪ ନିର୍ବାଚନ ପାଇଁ ଯୁବ, ଛାତ୍ର ଓ ଅନ୍ୟ ଛାମୁଆ ସଂଗଠନକୁ ଏକାଠି କରି ଭୋଟବ୍ୟାଙ୍କ ବଢାଇବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ଗାଁକୁ କେମିତି ଯିବେ ନେତା ଏବଂ କେମିତି ଭୋଟରଙ୍କ ନିକଟତର ହେବେ ସେନେଇ ପ୍ରଶିକ୍ଷଣ ଦେବାକୁ ଜଣେ ମୋଟିଭେସନାଲ ସ୍ପିକରଙ୍କୁ ଡକାଯାଇଛି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସାଂଗଠିନକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ସାମିଲ ହୋଇଛନ୍ତି ହର ପ୍ରସନ୍ନ ଦାସ । ଯିଏ ବିଭିନ୍ନ ଉଦାହରଣ ମାଧ୍ୟମରେ ନେତାଗିରି ବାବଦରେ ଶିକ୍ଷା ଦେଇଛନ୍ତି ।

ଜନସେବା କରିବାକୁ ତିନିଟି ଟିପ୍ସ ଦେଇଛନ୍ତି ବିଜେଡିର ଏହି ଆମନ୍ତ୍ରିତ ପ୍ରଶିକ୍ଷକ । ଲୋକଙ୍କ ସହ ସଂପର୍କ ଯୋଡିବା, ସେମାଙ୍କୁ ସହଯୋଗ କରିବା ଏବଂ ସେବାପାଇଁ ନିଜକୁ ସମର୍ପଣ କରିବା ଭଳି ଟିପ୍ସ ଦେଇଛନ୍ତି ଏହି ମୋଟିଭେସନାଲ ସ୍ପିକର । ନଜର ପକାନ୍ତୁ ଲୋକଙ୍କ ନିକଟତର ହେବାକୁ ଆଉକଣ ଟିପ୍ସ ଦିଆଯାଇଛି ।

– ଗାଁ ଲୋକଙ୍କ ସହ ଜନ୍ମଦିନ ପାଳନ କରିବାକୁ ପରାମର୍ଶ
– ନେତା ନହୋଇ ସାଧାରଣ କର୍ମୀ ଭାବେ ସେବା କର
– ଲୋକଙ୍କ ଶୁଖ, ଦୁଃଖ ସହ ସାମାଜିକ କର୍ମରେ ସାମିଲ ହୁଅ
– ଜିନିଅସ ନହୋଇ ୟୁନିକ ହେବାପାଇଁ ଦିଆଯାଇଛି ଟିପ୍ସ

ଏସବୁ ଭିତରେ ନବୀନ ବ୍ରାଣ୍ଡକୁ ଉଦାହରଣ ଭାବେ ନେତା ଓ କର୍ମୀଙ୍କ ଆଗରେ ରଖି ଲୋକଙ୍କ ସେବାପାଇଁ ନିଜକୁ ପ୍ରତିବଦ୍ଧ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ନବୀନଙ୍କ ସାଦାସିଧା ଜୀବନ ଦଳ ଭିତରେ ଅନୁକରଣୀୟ ହୋଇ ରହିବାକୁ ବାରମ୍ବାର ଉପଦେଶ ଦିଆଯାଇଛି । ତେଣୁ ୨୨ ବର୍ଷର ଶାସନ ପରେ ବିଜେଡିକୁ ହଠାତ କାହିଁକି ଦରକାର ପଡିଲେ ମୋଟିଭେସନାଲ ସ୍ପିକର । ପ୍ରକୃତରେ ନେତା ଜନତାଙ୍କ ସେବା କରିବା ଭୁଲ ଗଲେଣି କି । ତାକୁ ମନେ ପକାଇଦେବା ପାଇଁ ଏଭଳି ପ୍ରଶିକ୍ଷଣ ଶିବିର କରିଛି ଦଳ ।