କେମିତି ସେମିଫାଇନାଲ ଖେଳିବ ଭାରତ? କଣ ରହିଛି ସମୀକରଣ, ଆଫଗାନିସ୍ତାନ ବିଜୟ ପାଇଁ ପ୍ରାର୍ଥନା କରିବ ପୂରା ଭାରତ? 

406

କନକ ବ୍ୟୁରୋ : ସ୍କଟଲାଣ୍ଡ ବିପକ୍ଷରେ ମାତ୍ର ୩୯ଟି ବଲରେ ବଡ ବିଜୟ ହାସଲ କରିବା ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିଛି । ଏହି ରେକର୍ଡ ବିଜୟ ସହ ଗ୍ରୁପରେ ଅନ୍ୟ ଟିମକୁ ନେଟ ରନରେଟରେ ପଛରେ ପକାଇଛି ଟିମ୍ ଇଣ୍ଡିଆ । କିନ୍ତୁ ୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ବିରାଟ ବାହିନୀ । କିନ୍ତୁ ଏବେ ଟିମ୍ ଇଣ୍ଡିଆ ପାଖରେ ସେମିଫାଇନାଲ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ଆଫଗାନିସ୍ତାନର ବିଜୟ ଜରୁରୀ ହୋଇପଡିଛି । ଆସନ୍ତା ୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଲେ ହିଁ ଭାରତକୁ ଏହି ରନ୍ ରେଟ ହିଁ ସେମିଫାଇନାଲର ନିକଟତର କରିବ । କିନ୍ତୁ ଆଫଗାନିସ୍ତାନ ପରାଜିତ ହେଲେ ଭାରତର ଟି-୨୦ ବିଶ୍ୱକପରେ ଅଭିଯାନ ଶେଷ ହେବ । କାରଣ ଆଫଗାନିସ୍ତାନ ବିପକ୍ଷରେ ବିଜୟୀ ହେଲେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହ ଦ୍ୱିତୀୟ ଟିମ୍ ଭାବେ ସେମିଫାଇନାଲ ଖେଳିବାକୁ ସୁଯୋଗ ପାଇବ । ତେବେ ଆଫଗାନିସ୍ତାନର ଯେମିତି ପ୍ରଦର୍ଶନ ରହିଛି ତାହା ଭାରତୀୟ କ୍ରିକେଟପ୍ରେମୀଙ୍କ ଆଶାକୁ ଉଜ୍ଜିବୀତ କରିଛି । ଏପରିକି ବିରାଟ କୋହଲି ମଧ୍ୟ ୭ ତାରିଖର ମ୍ୟାଚ୍ ଉପରେ ନଜର ରହିବ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ଭାରତୀୟ କ୍ରିକେଟପ୍ରେମୀ ନିଶ୍ଚୟ ପ୍ରାର୍ଥନା କରିବେ ଯେ, ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଉ । ତେବେ ଭାରତ କେମିତି ଖେଳିବ ସେମିଫାଇନାଲ ଓ କଣ ରହିଛି ସମୀକରଣ ତାହା ଉପରେ ଥରେ ନଜର ପକାନ୍ତୁ ।

ସେମିଫାଇନାଲ ସମୀକରଣ :

ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ନିଶ୍ଚିତ ବିଜୟ ଆବଶ୍ୟକ

ଯାହାଦ୍ୱାରା ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନର ୬ ପଏଣ୍ଟ ରହିବ

ଅନ୍ୟପଟେ ନାମ୍ବିଆ ବିପକ୍ଷରେ ଟିମ୍ ଇଣ୍ଡିଆକୁ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ

ଯାହାଦ୍ୱାରା ନେଟ୍ ରନରେଟ ବଳରେ ଟିମ୍ ଇଣ୍ଡିଆକୁ ଫାଇଦା ମିଳିପାରେ