କନକ ବ୍ୟୁରୋ : ପରୀ ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ । ହତ୍ୟାକାରୀକୁ ଧରିବା ପାଇଁ ବିରୋଧି ମାନେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ହେଲେ ପରୀ ହତ୍ୟାକାରୀ ଭାବେ ଏସଆଇଟି ଗିରଫ୍ କରିଥିବା ସରୋଜ ସେଠୀ କୁ କେମିତି ଧରିଲା ଏସଆଇଟି ତାହା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ବୋଥ୍ରାଙ୍କ କହିବା ମୁତାବକ ସରୋଜର ମୋବାଇଲରୁ ମିଳିଲା ହତ୍ୟାର ତଥ୍ୟ । ସରୋଜର ନିଜର ଆଣ୍ଡ୍ରଏଡ ମୋବାଇଲ ନଥିବାରୁ ସେ ବେଳେ ବେଳେ ତା’ ଭଉଣୀର ମୋବାଇଲ ବ୍ୟବହାର କରେ । ସେହି ମୋବାଇଲରେ ସେ ‘ଚାଇଲ୍ଡ ପର୍ଣ୍ଣ ସାଇଟ’କୁ ଯାଇ ବିଭିନ୍ନ ଅଶ୍ଳୀଳ ଭିଡିଓ ଦେଖଥାଏ । ଦେଖି ସାରିବା ପରେ ସେ ତାଙ୍କୁ ଡିଲିଟ୍ କରିଦେଇଥାଏ ଓ ଡାଉନଲୋକ କରିଥିବା ଭିଡିଓକୁ ଏକ ଫୋଲ୍ଡର କରି ରଖିଥାଏ । ଯେଉଁ ଫୋଲଡରକୁ ସେ ସିକ୍ୟୁରିଟି ପାସୱାର୍ଡ ଦେଇଥାଏ । ଫଳରେ ସରୋଜର ଭଉଣୀ ଏବାବଦରେ ଜାଣିପାରେ ନାହିଁ ।
ହେଲେ ପ୍ରଥମରୁ ନୟାଗଡ ପୋଲିସ ତା ଉପରେ ସନ୍ଦେହ କରିଥିଲେ ବି ମୋବାଇଲର ଦିଗ ପ୍ରତି ଧ୍ୟାନ ଦେଇ ନଥିଲା । ଏହା ପରେ ଏସଆଇଟି ଟିମ୍ ତାକୁ ପଚରା ଉଚରା କରିବା ବେଳେ ତା ମୋବାଇଲ ବାବଦରେ ପଚାରିବାରୁ ସେ ନିଜର ମୋବାଇଲ ନାହିଁ ଓ ଭଉଣୀର ମୋବାଇଲ ବ୍ୟବହାର କରେ ବୋଲି କହିଥିଲା । ଏସଆଇଟି ସରୋଜ ଭଉଣୀର ମୋବାଇଲ ଆଣ ସେଥିରେ ଥିବା ସର୍ଚ୍ଚର୍ ହିଷ୍ଟୋରୀକୁ ତଦନ୍ତ କରିବା ପରେ ତା ମଧ୍ୟରେ ଏକ ସିକ୍ୟୁରିଟି ଫୋଲ୍ଡର ଥିବା ଦେଖିବାକୁ ପାଇଥିଲା । ଏନେଇ ସରୋଜକୁ ପଚରା ଉଚରା କରିଲେ ମଧ୍ୟ ସେ ପାସୱାର୍ଡ ଜାଣିନଥିବା କଥା କହିଥିଲା । ଏହା ପରେ ଏସଆଇଟିର ସାଇବର ଟିମ୍ ଏହି ଫୋଲ୍ଡର ଖୋଲି ଦେଖିବାରୁ ସେହି ଫୋଲ୍ଡରରେ କେବଳ ଚାଇଲ୍ଡ ପର୍ଣ୍ଣ ଭିଡିଓ ଓ ମୃତ ଶରୀର ସହିତ କିଭଳି ଯୌନ ସଂପର୍କ କରାଯାଏ ସେହି ଆଧାରିତ ଭିଡିଓ ଥିବା ଜଣାପଡିଥିଲା । ଏହିଠାରୁ ଏସଆଇଟିର ସନ୍ଦେହ ଦୃଢିଭୂତ ହୋଇଥିଲା । ଏନେଇ ସରୋଜକୁ ପଚରା ଉଚରା କରିବାରୁ ସେ ସମ୍ପୁର୍ଣ୍ଣ କାହାଣୀ କହିଥିବା ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।