କନକ ବ୍ୟୁରୋ : ଶର୍ମିଷ୍ଠା ଗିରଫ ପରେ ପ୍ରଶ୍ନ ଉଠୁଛି ଶର୍ମିଷ୍ଠାଙ୍କ ପଛରେ ଆଉ କେଉଁ ବଡ ବଡ ବ୍ୟକ୍ତି ବିଶେଷ ରହିଛନ୍ତି । କାହା ସାହାସରେ ଶର୍ମିଷ୍ଠା ଅପହରଣ ଓ ହତ୍ୟାକାଣ୍ଡ ଭଳି କାମ କରିବାକୁ ପଛାଇଲେ ନାହିଁ । ଏହାଛଡା କେଉଁ ନେତା ଓ ଅଫିସର, ତାଙ୍କ ୱେବପୋର୍ଟାଲକୁ ସରକାରଙ୍କ ପାଖରେ ପଞ୍ଜିକରଣ ପାଇଁ ସହାୟତା କରିଥିଲେ ।

Advertisment

ଶର୍ମିଷ୍ଠାଙ୍କ ଫେସବୁକ ପେଜ୍ ଯଦି ଆପଣ ଖୋଲନ୍ତି ସେଥିରେ ତାଙ୍କ ସହିତ ଅନେକ ଭିଆଇପିଙ୍କ ଫଟୋ ଦେଖିବେ । ବହୁ ଲୋକଙ୍କ ସହ ସମ୍ପର୍କ ରହିଛି । ଏହା ଭିତରେ ଅଛନ୍ତି ସମାଜସେବୀ ଏବଂ ଅନେକ ନେତା । ଏହି ଫଟୋଗ୍ରାଫ ଗୁଡିକୁ ଦେଖିଲେ ଆପଣଙ୍କ ଭିତରେ ଧାରଣା ହେବ ଯେ ସତରେ ଶର୍ମିଷ୍ଠା କେତେ ପାୱାରଫୁଲ । ଏସବୁ ଭିତରେ ଶର୍ମିଷ୍ଠା ୱେବ ଚ୍ୟାନେଲର ମାଲିକାଣି ବନିବା ସହ, ଏକ ବୃଦ୍ଧାଶ୍ରମ ବି ଚଳାଉଥିଲେ । ଏହି ବୃଦ୍ଧାଶ୍ରମକୁ ଆସୁଥିଲେ ବହୁ ନାମି ଦାମି ସମାଜସେବୀ , ଅଧିକାରୀ ଓ ନେତା ।

ପ୍ରଶ୍ନ ଉଠୁଛି , ଶର୍ମିଷ୍ଠାଙ୍କ ପାୱାରଫୁଲ ହେବା ପଛରେ କାହାର ହାତ ରହିଥିଲା । କିଏ ତାଙ୍କୁ ସହଯୋଗ କରୁଥିଲେ । ଆଶ୍ରମ ଚଳାଇବା ପାଇଁ କେଉଁଠୁ ଆଣୁଥିଲେ ଟଙ୍କା । ମାନସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଆଜି ବିଧାନସଭାରେ ବି ଉଠିଛି । ପାୱାର କରିଡରରେ ଶର୍ମିଷ୍ଠାଙ୍କ ଲିଙ୍କ୍ ଥିବାରୁ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଦାବି କରିଛନ୍ତି ବିରୋଧୀ ।