ଗୋଟିଏ ମିସଡ୍ କଲ୍ କରି ଆକାଉଣ୍ଟ ବାଲାନ୍ସ ଜାଣିପାରିବେ ଏସବିଆଇ ଗ୍ରାହକ । ଜାଣନ୍ତୁ, କେଉଁ ନମ୍ବରକୁ କରିବେ ମିସଡ୍ କଲ୍?

1,130

କନକ ବ୍ୟୁରୋ: ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି , ଆଉ ଆପଣ ନିଜର ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । କେବଳ ଗୋଟିଏ ମିସଡ୍ କଲରେ ଆପଣ ଜାଣିପାରିବେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ । ଏସବିଆଇ କ୍ୱିକ୍-ମିସଡ୍ କଲ୍ ବ୍ୟାଙ୍କିଙ୍ଗ ସର୍ଭିସରେ ଲୋକଙ୍କ ପାଖରେ ଏଭଳି ସେବା ପହଞ୍ଚାଉଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଯେଉଁଥିରେ କେବଳ ଗୋଟିଏ ମିସଡ୍ କଲ୍ କିମ୍ବା ମେସେଜ୍ କଲେ ହିଁ ଜଣେ ଗ୍ରାହକ ନିଜର ଆକାଉଣ୍ଟ ବାଲାନ୍ସ ଜାଣିପାରିବେ ।

କେମିତି ଜାଣିବେ ଆପଣଙ୍କର ଆକାଉଣ୍ଟ ବାଲାନ୍ସ?

ଏସଏମଏସ୍ କିମ୍ବା ମିସଡ୍ କଲ୍ ମାଧ୍ୟମରେ ଆପଣ ନିଜର ଆକାଉଣ୍ଟ ବାଲାନ୍ସ ଜାଣିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଆପଣଙ୍କ ଆକାଉଣ୍ଟ ସହିତ ରେଜିଷ୍ଟର କରିବାକୁ ପଡିବ । ଯଦି ଆପଣ ଏହା କରିନାହାଁନ୍ତି, ତେବେ ଏହା ତୁରନ୍ତ କରାଇ ନିଅନ୍ତୁ । ଏହାକୁ ଆପଣ ଘରେ ବସି ମଧ୍ୟ କରିପାରିବେ । ଏଥିପାଇଁ ପ୍ରଥମେ ଆପଣ ନିଜ ମୋବାଇଲରୁ REG ଟାଇପ୍ କରିବା ସହିତ ଏଥିରେ ଆପଣଙ୍କର ଆକାଉଣ୍ଟ ନମ୍ବର ଲେଖି ଏହାକୁ ୦୯୨୨୩୪୮୮୮୮୮କୁ ପଠାଇ ଦିଅନ୍ତୁ । ଏପରି କରିବା ପରେ ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ରେଜିଷ୍ଟର ହୋଇଯିବ ।

ଏହାପରେ ଆପଣ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରୁ ୦୯୨୨୩୭୬୬୬୬୬ ନମ୍ବରକୁ ମିସଡ୍ କଲ କଲେ ଆପଣ କିଛି ସେକେଣ୍ଡ ଭିତରେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ ଜାଣିପାରିବେ । ଏହା ସହିତ ମେସେଜ୍ କରି ମଧ୍ୟ ଆପଣ ନିଜର ଆକାଉଣ୍ଟ ବାଲାନ୍ସ ଜାଣିପାରିବେ । ସେହିପରି ମିନି ଷ୍ଟେଟମେଣ୍ଟ ପାଇବାକୁ ହେଲେ ଆପଣ ନିଜର ରେଜିଷ୍ଟର ମୋବାଇଲ ନମ୍ବରରୁ MSTMT ଟାଇପ୍ କରି ଏହାକୁ ୦୯୨୨୩୭୬୬୬୬୬କୁ ପଠାଇ ଦେଲେ ଆପଣ ନିଜର ମିନି ଷ୍ଟେଟମେଣ୍ଟ ମଧ୍ୟ ପାଇପାରିବେ । ଏହା ସାହାଯ୍ୟରେ ଆପଣ ବ୍ୟାଙ୍କ୍ ଚେକ୍ ପାଇ ମଧ୍ୟ ଆବେଦନ କରିପାରିବେ ।