କେତେ ସୁରକ୍ଷିତ ଅସ୍ଥାୟୀ ରତ୍ନଭଣ୍ଡାର? ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ସୁରକ୍ଷା ପାଇଁ କଣ ହୋଇଛି ବ୍ୟବସ୍ଥା?

Advertisment
କେତେ ସୁରକ୍ଷିତ ଅସ୍ଥାୟୀ ରତ୍ନଭଣ୍ଡାର? ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ସୁରକ୍ଷା ପାଇଁ କଣ ହୋଇଛି ବ୍ୟବସ୍ଥା?

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିଛି। ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ କେମିତି ରଖାଯାଇଛି, କେମିତି ସୁରକ୍ଷା ବ୍ୟବସ୍ଥା କରାଯାଇଛି ଆସନ୍ତୁ ଜାଣିବା ।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ ଏହା ଭିତରେ ୧୦ ଦିନ ବିତିଲାଣି। ଭିତର ଭଣ୍ଡାରର ରତ୍ନ ଅଳଙ୍କାର ସ୍ଥାନାନ୍ତରକୁ ସପ୍ତାହେ ପୂରିଲାଣି। କିନ୍ତୁ ଏଯାଏଁ ରତ୍ନ ଭଣ୍ଡାରର ମରାମତି କିମ୍ବା ରତ୍ନ ଅଳଙ୍କାରର ଗଣତି ମଣତି ହୋଇନାହିଁ। ଅନ୍ୟପଟେ ମହାପ୍ରଭୁଙ୍କ ମୂଲ୍ୟବାନ ଓ ଦୁଲର୍ଭ ରତ୍ନ ଅଳଙ୍କାରର ସୁରକ୍ଷା ପାଇଁ କି ବ୍ୟବସ୍ଥା କରାଯାଇଛି ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡିତ ମହାପ୍ରଭୁଙ୍କ ବହୁମୂଲ୍ୟ ଓ ଦୁଲର୍ଭ ରତ୍ନ ଅଳଙ୍କାର । ଆଉ ଯେତେବେଳେ ସେହି ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି, ତାହା କେତେ ସୁରକ୍ଷିତ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂର୍ବରୁ ଅନେକ ଥର ଶ୍ରୀମନ୍ଦିରରୁ ଲୁଟ ହେବାର ନଜିରି ରହିଥିବାରୁ ଏହି ଚର୍ଚ୍ଚା ଏବେ ପୁଣି ଥରେ ଆରମ୍ଭ ହୋଇଚି। ହେଲେ, ରତ୍ନଭଣ୍ଡାର ଯାଂଚ କମିଟି ସଦସ୍ୟଙ୍କ କହିବା କଥା ଏସଓପି ଅନୁସାରେ ସବୁ ପଦକ୍ଷେପ ନିଆଯାଇଛି। ସିସିଟିଭି ନଜରରେ ଅସ୍ଥାୟୀ ରତ୍ନଭଣ୍ଡାର ରହିଛି। ଲାଗିଛି ଲୁହା ଗ୍ରିଲ୍, ତାଲାରେ ଜଉମୁଦ ଦିଆଯାଇଛି। ଲାଇଟ୍, ଅଗ୍ନି ନିରାପତ୍ତା ସହ ଅନ୍ୟାନ୍ୟ ସବୁ ପ୍ରକାର ନିରାପତ୍ତା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପୋଲିସ ଓ ପ୍ରତିହାରୀ ସେବାୟତ ୨୪ ଘଂଟିଆ ପହରା ଦେଉଛନ୍ତି।

ବଡ କଥା ହେଉଛି ଅସ୍ଥାୟୀ ରତ୍ନଭଣ୍ଡାରକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଥିଲେ ବି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ରହିଛି। କେବଳ ହାତ ଗଣତି କେତେ ଜଣ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗିଛନ୍ତି। ଯାହାକି ଯଥେଷ୍ଟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe