କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଗଲାଣି । ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି ସ୍ଥିତି । ଏପରି ପରିସ୍ଥିତିରେ ସାଧାରଣରେ ପ୍ରଶ୍ନ ଉଠୁଛି କେତେ ଦିନ ଚାଲିବ ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ । କେମିତି ସମାପ୍ତ ହେବ ଯୁଦ୍ଧ ବିଭିସିକା ? ଏହାର ୩ଟି ଦିଗ ଉପରେ ନଜର ପକାନ୍ତୁ...
ବଡ ଆକ୍ରମଣ ଆଉ ୟୁକ୍ରେନ ଉପରେ କବଜା !
ଋଷ ଏବେ ନିର୍ଣ୍ଣାୟକ ଲଢେଇ ଲଢିପାରେ । ଋଷ ତାର ଶକ୍ତିଶାଳି ବାୟୁସେନାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରେ । କାରଣ ଯେତେ ଶୀଘ୍ର ଋଷ ୟୁକ୍ରେନ୍ ଉପରେ କବ୍ଚା କରିବ ସେତେ ଶୀଘ୍ର ଯୁଦ୍ଧରେ ବିରାମ ଲାଗିପାରିବ ।
ଜେଲେନସ୍କିଙ୍କ ହତ୍ୟା !
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ହତ୍ୟା କରି ଯୁଦ୍ଧକୁ ନିଜେ ସମାପ୍ତ କରିପାରେ ଋଷ । କାରଣ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ୟୁକ୍ରେନରେ ସରକାର ଭାଙ୍ଗିଯିବ ଆଉ ସେଠାରେ ପୁଟିନ୍ ତାଙ୍କ ଅନୁଗତଙ୍କୁ ବସାଇପାରିବେ ।
କ୍ଷମତାରୁ ପୁଟିନଙ୍କୁ ବେଦଖଲ !
ଏପରି ବି ସମ୍ଭାବନା ରହିଛି କି, ଯୁଦ୍ଧ ପାଇଁ ଋଷରେ ପୁଟିନ୍ ଲୋକପ୍ରିୟତା ହରାଇ କ୍ଷମତାରୁ ବେଦଖଲ ହୋଇପାରିଲେ ଯୁଦ୍ଧ ସମାପ୍ତି ହେବା ନେଇ ସମ୍ବାବନା ରହିଛି ।
ଏହି ତିନୋଟି ସମ୍ଭାବନାରୁ ଗୋଟିଏ ଘଟିପାରିଲେ ଯୁଦ୍ଧ ଶୀଘ୍ର ସମାପ୍ତ ହୋଇପାରିବ ବୋଲି କୁହାଯାଇପାରିବ
୩ଟି ସମ୍ଭାବନା : ଶୀଘ୍ର ଶେଷ ହୋଇଯିବ ଯୁଦ୍ଧ
Advertisment
Follow Us