ଆସୁଛି ବାତ୍ୟା, କେତେ ପ୍ରସ୍ତୁତ ଓଡିଶା? ପୂରା ପ୍ଲାନ କହିଲେ ଏସଆରସି…

200

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରେସମିଟ କରିଛନ୍ତି ଏସଆରସି । ଆସୁଥିବା ବାତ୍ୟାକୁ ନେଇ ଓଡିଶା କେତେ ପ୍ରସ୍ତୁତ ଅଛି ପୂରା ପ୍ଲାନ କହିଛନ୍ତି ଏସଆରସି । ବାତ୍ୟା ପାଇଁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନୀଶମ କର୍ମଚାରୀ ପ୍ରସ୍ତୁତ ଅଛନ୍ତି । ୬୦ଟି ଓଡ୍ରାଫ, ୧୭ଟି ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ୧୭୨ଟି ଅଗ୍ନୀଶମ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏଭଳି ଭାବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୨୫ଟି ଟିମ ରହିଛନ୍ତି ।

ବାତ୍ୟା ନେଇ ମତ୍ସ୍ୟ ବିଭାଗ ଓ କୃଷି ବିଭାଗକୁ ସତର୍କ ମଧ୍ୟ ସତର୍କ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ମତ୍ସ୍ୟଜୀବୀ ସମୁଦ୍ର ଭିତରେ ନାହାନ୍ତି । ଚିଲିକାରେ କିଛି ମତ୍ସ୍ୟଜୀବୀ ରହିଛନ୍ତି ସେମାନଙ୍କୁ ଆଜି କିମ୍ବା କାଲି ସୁଦ୍ଧା ଫେରାଇଆଣିବାକୁ ଚେଷ୍ଟା ଚାଲିଛି । ସେହିପରି ଅମଳ ଶସ୍ୟକୁ ଯଥାଶୀଘ୍ର ଆଣିବାକୁ ଚାଷୀମାନଙ୍କୁ କୁହାଯାଇଛି ।

ସେପଟେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ପାନୀୟ ଜଳ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ୨ ଦିନ ପାଇଁ ପାନୀୟ ଜଳ ଗଚ୍ଛିତ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।