ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ

410

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପର୍କରେ ନିଜ ପୁସ୍ତକ ‘ଆଙ୍ଗର ମ୍ୟାନଜେମେଂଟ’ରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ । ସେତେବେଳେ ପାକିସ୍ତାନରେ ଭାରତର ରାଷ୍ଟଦୂତ ଭାବେ ନିୟୋଜିତ ଥିଲେ ଅଜୟ ବିସାରିଆ । ଭୟଭୀତ ହୋଇ ରାତି ଅଧରେ ଅଜୟଙ୍କ କବାଟ ବାଡେଇଥିଲେ ପାକିସ୍ତାନ ସରକାର । ପାକିସ୍ତାନ ରାଷ୍ଟ୍ରଦୂତ ଅଜୟଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେତେବେଳେର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଥା ହେବାକୁ ଚାହୁଁଥିବା କହିଥିଲେ    । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କହି କଥା ହେବାକୁ ମନା କରିଥିଲା ଭାରତ । ଅଜୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ ଫେବୃଆରି ୨୭ ତାରିଖ ରାତିରେ ଭାରତ ୯ ଟି ମିଶାଇଲ ପାକିସ୍ତାନ ଆଡକୁ ଲକ୍ଷ୍ୟ କରି ପ୍ରସ୍ତୁତ ହେବା ପରେ ଡରିଯାଇଥିଲେ ପାକିସ୍ତାନ ସରକାର । ସେଦିନ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ଖସିପଡିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଥିଲା । ଏହାର ଦୁଇ ଦିନ ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା ପାକିସ୍ତାନ ।