ଲକଡାଉନରେ ପାଣି ଭଳି ଟଙ୍କା ଉଡାଇଥିଲେ ପ୍ରଦୀପ ପାଣିଗ୍ରାହୀ ଓ ପାଠକଙ୍କ ପରିବାର । ବିଳାସପୂର୍ଣ୍ଣ ସମୟ ପାଇଁ ଦିନକୁ ରୁମ ଭଡ଼ା ଦେଉଥିଲେ ୨ ଲକ୍ଷ ୭୧ ହଜାର ।

Advertisment
ଲକଡାଉନରେ ପାଣି ଭଳି ଟଙ୍କା ଉଡାଇଥିଲେ ପ୍ରଦୀପ ପାଣିଗ୍ରାହୀ ଓ ପାଠକଙ୍କ ପରିବାର । ବିଳାସପୂର୍ଣ୍ଣ ସମୟ ପାଇଁ ଦିନକୁ ରୁମ ଭଡ଼ା ଦେଉଥିଲେ ୨ ଲକ୍ଷ ୭୧ ହଜାର ।
କନକ ବ୍ୟୁରୋ: ସାମ୍ନାକୁ ଆସିଛି ପାଠକ ଓ ପାଣିଗ୍ରାହୀ ପରିବାର ବିଳାସ ବ୍ୟସନ କାହାଣୀ । ଥରେ ହୋଟେଲ୍ରେ ରହିଲେ, କେତେ ବିଲ ହୋଇପାରେ ତାହା ଅନୁମାନ କରାଯାଇପାରେ । କିନ୍ତୁ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ମୁମ୍ବାଇର ତାଜ ହୋଟେଲରେ ରହି କେତେ ବିଲ୍ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ ।
ହୋଟେଲ୍ ତାଜ୍ ପ୍ୟାଲେସ୍  । ଯେଉଁଠିି ଜୀବନକୁ ଉପଭୋଗ କରିବାର ସବୁ ସରଞ୍ଜାମ ଉପଲବ୍ଧ । ଅଏସ୍ ଆରାମରେ ସମୟ କାଟିବା ପାଇଁ ଲୋଡ଼ା କେବଳ ପୁଳା ପୁଳା ଟଙ୍କା । ହୁଏତ ଯାହା, ପାଠକ ପରିବାର ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ପାଖରେ ଅଭାବ୍ ନଥିଲା । ତାହା ହୋଇନଥିଲେ, ଲୋକେ ତାଲାବନ୍ଦ ଭିତରେ ଥିବା ସମୟରେ ପାଠକ୍ ଓ ପାଣିଗ୍ରାହୀଙ୍କ ପରିବାର ତାଜ୍ ପ୍ୟାଲେସ୍କୁ ସମୟ କାଟିବାର ସୁୁଯୋଗ ବୋଲି କେମିତି ବାଛିଥାନ୍ତେ । ଗଞ୍ଜାମ ଜିଲ୍ଲାରେ ଲୋକ କରୋନା ଯୋଗୁଁ ଛଟପଟ ହେଉଥିବା ବେଳେ ପ୍ରଦୀପ ପାଣିଗ୍ରାହୀ, ନୂଆ ବନ୍ଧୁଙ୍କୁ ଧରି ଗୋଟିଏ ମହାନଗରରୁ ଆଉ ଗୋଟିଏ ନଗରକୁ ଘୁରି ବୁଲୁଥିଲେ ।
ଦୁର୍ନୀତିର ପାହାଡ଼ ଉପରେ ଠିଆ କଳାଟଙ୍କାର ସାମ୍ରାଜ୍ୟ ଗଢ଼ିଥିବା ଆଇଏଏଫ୍ ଅଫିସର ଅଭୟ ପାଠକ୍ ଏବଂ ତାଙ୍କ ପରିବାରରେ ବନ୍ଧୁ ବାନ୍ଧିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଦାମୀ ହୋଟେଲରେ କେଉଁ ଭଳି ଟଙ୍କା ଉଠାଇଥିଲେ, ତାର ତାଲିକା ଦେଖିଲେ ଆପଣ ବି ଚମକି ପଡ଼ିବେ । ହୁଏତ ଆପଣ ଅନୁମାନ ବି କରିପାରିବେନି ଯେ ସେମାନେ ନିଜ ଅୟାସୀ ପାଇଁ କେତେ ଖର୍ଚ୍ଚ କରିଛନ୍ତି । ସେମାନଙ୍କର ଦିନକର ହୋଟେଲ ରୁମ୍ ଭଡ଼ା ଥିଲା ୨ ଲକ୍ଷ ୭୧ ହଜାର ଟଙ୍କା । ଅଗଷ୍ଟ ମାସ ଶେଷ ସପ୍ତାହରେ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଏଭଳି ଭାବରେ ଟଙ୍କା ଉଡାଇଥିଲେ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଲକଡାଉନ ବେଳେ ସାରା ଦେଶ ଅସୁବିଧାରେ ରହିଥିବା ବେଳେ ପାଣି ଭଳି ଟଙ୍କା ଖର୍ଚ୍ଚ ଅୟସ କରିଛନ୍ତି ଏମାନେ ।
ଚାର୍ଟର ପ୍ଲେନ୍ରେ ପାଠକ୍ ପରିବାର ଏବଂ ପାଣିଗ୍ରାହୀ ପରିବାର ମୁମ୍ବାଇରୁ ଦିଲ୍ଲୀକୁ ଉଡିଯାଇଥିଲେ । ଆଉ ଦିଲ୍ଲୀର ହୋଟେଲ୍ ତାଜ୍ ପ୍ୟାଲେଜ୍ରେ ବିତିଥିଲା ୩ ଦିନ । ଏହି ହୋଟେଲ ବିଲ୍ ସାମନାକୁ ଆସିବା ପରେ ସେମାନଙ୍କ ବିଳାସପୂର୍ଣ୍ଣ ଜୀବନ ସଂପର୍କରେ ଆଉ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ସବୁଠୁ ବଡ଼ କଥା ହେଉଛି, ଏତେ ଟଙ୍କା ସେମାନଙ୍କ ପାଖକୁ  କିପରି ଆସିଲା । ସେହି ରହସ୍ୟ ଖୋଲିବାକୁ ଭିଜିଲାନ୍ସ ଖୋଳତାଡ଼ କରୁଛି ।  ତେବେ ଭିଜିଲାନ୍ସ ଘଟଣାକୁ ନେଇ ଯେତିକି ଭିତରକୁ ଯାଉଛି, ତଦନ୍ତ ଯେତିକି ଆଗକୁ ଯାଉଛି, ସେତିକି ସେତିକି ଚାଂଚଲ୍ୟକର ଖବର ସବୁ ଆସିବାରେ ଲାଗିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe