କନକ ବ୍ୟୁରୋ : ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ନାୟିକା ପରିଣୀତି ଚୋପ୍ରା ଓ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା । ନିକଟରେ ନିର୍ବନ୍ଧ ସରିଛି ଓ ଏମାନେ ନିଜ ସମ୍ପକ ଉପରେ ମୋହର ମାରିଛନ୍ତି । ଅନ୍ୟପଟେ ଉଭୟଙ୍କ କିଛି ଭିଡିଓ ଏବେ ଖୁବ ଭାଇରାଲ ହେଉଛି । କାରଣ ଏକ ସାକ୍ଷ।।ତାକାରରେ ପରିଣୀତି କହିିଥିଲେ ସେ କୌଣସି ରାଜନେତାଙ୍କୁ ବିବାହ କରିବାକୁ ଚାହୁଁନାହାଁନ୍ତି । କିନ୍ତୁ କହିଥିବା କଥା ବଦଳିଯାଇଛି ଓ ରାଜନୀତି ଦୁନିଆର ଅନ୍ୟତମ ଚର୍ଚ୍ଚିତ, ଲୋକପ୍ରିୟ ଓ ହ୍ୟାଣ୍ଡସମ ରାଜନେତା ରାଘବ ଚଡ୍ଡାଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ଅନ୍ୟପଟେ ରାଜ୍ୟସଭାରେ ସାଂସଦ ରାଘବ ଚଡ୍ଡା ଦେଇଥିବା ଏକ ବୟାନ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ପ୍ରେମକୁ ନେଇ ରାଜ୍ୟସଭା ସଭାପତି ଓ ରାଘବଙ୍କ ମଧ୍ୟରେ କିଛି ଆଲୋଚନା ହୋଇଥିଲା । ଆଉ ରାଘବ କହିଥିଲେ କି ପ୍ରେମକୁ ନେଇ ତାଙ୍କର ବିଶେଷ ଅନୁଭବ ନାହିଁ । କିନ୍ତୁ ପ୍ରଥମ ପ୍ରେମ ସବୁବେଳେ ମନେ ରହେ ।
ଏମାନଙ୍କ ନିବର୍ନ୍ଧ ଖବର ଯେତିକି ଚର୍ଚ୍ଚାରେ ରହିଛି ତାଠୁ ଅଧିକ ଖବରରେ ରହିଛି ଦୁହେଁଙ୍କ ଭିନ୍ନ ଭିନ୍ନ ପ୍ରୋଫାଇଲ । ସୂଚନା ଅନୁସାରେ ପରିଣୀତି କୋଟି କୋଟି ଟଙ୍କାର ସମ୍ପତିର ମାଲିକାଣୀ ହୋଇଥିବାବେଳେ ରାଘବ ଗୋଟିଏ ସାଧାରଣ ପରିବାରରୁ ଆସିଛନ୍ତି । ପରିଣୀତିଙ୍କ ତୁଳନାରେ ରାଘବଙ୍କ ପାଖରେ ରହିଛି ଖୁବ କମ ସମ୍ପତି ।
ପରିଣୀତି ଚୋପ୍ରାଙ୍କ ସମ୍ପତି
• ପରିଣୀତିଙ୍କ ନିକଟରେ ୬୦କୋଟି ଟଙ୍କାର ସମ୍ପତି ରହିଛି
• ପ୍ରତ୍ୟେକ ମାସରେ ୪୦ଲକ୍ଷରୁ ଅଧିକ ଆୟ କରନ୍ତି
• ଫିଲ୍ମ, ମଡେଲିଂ ଓ ବିଜ୍ଞାପନ ଦୁନିଆରୁ ମଧ୍ୟ ପରିଣିତି ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି
• ପାଖରେ ରହିଛି ବିଭିନ୍ନ ପ୍ରକାର ଦାମୀ କାର
• ଗୋଟିଏ ଫିଲ୍ମ ପାଇଁ ଅତିକମରେ ୫କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି
ଅନ୍ୟପଟେ ନିର୍ବାଚନ ସମୟରେ ଦାଖଲ କରିଥିବା ନିଜର ସମ୍ପତି ସୂଚନା ଅନୁସାରେ ---
ରାଘବ ଚଡ୍ଡାଙ୍କ ସମ୍ପତି
• ରାଘବଙ୍କ ପାଖରେ ରହିଛି ୩୭ଲକ୍ଷ ଟଙ୍କାର ସମ୍ପତି
• ତାଙ୍କ ଉପରେ କୌଣସି ପ୍ରକାର ଋଣ ନାହିଁ ।
• ରାଘବଙ୍କ ନାଁରେ କୌଣସି ନିଜସ୍ୱ ସମ୍ପତି କି ଜମି ନାହିଁ
• ରାଘବ ଚଡ୍ଡାଙ୍କ ନିକଟରେ କୌଣସି ଦାମୀ କାର ନାହିଁ
• ମାରୁତି ଡିଜାୟର କାର ଚଳାନ୍ତି
• ମୋଟ ୯୦ଗ୍ରାମର ସୁନା ଗହଣା ରହିଛି
ଏବେ ଆସନ୍ତୁ ଜାଣିବା ରାଘବ ଓ ପରିଣୀତିଙ୍କ ଲଭ ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା । ୟୁକେର ମାଂଚେଷ୍ଟର ବିଶ୍ୱବିଦ୍ୟାଳୟରେ ପରିଣୀତି ଇକୋନୋମିକସ ଆଣ୍ଡ ଫାଇନାନ୍ସ କୋର୍ସର୍ କରୁଥିଲେ । ସେଠି ରାଘବ ମଧ୍ୟ ପାଠ ପଢୁଥିଲେ । ଏଠାରୁ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ଭାରତ ଫେରିବା ପରେ ଏମାନଙ୍କ ବନ୍ଧୁତା ମଜବୁତ ହେବା ସହ ଫିଲ୍ମ ଚମକିଲା ସେଟରେ ପରିଣୀତିଙ୍କୁ ରାଘବ ପ୍ରୋପଜ କରିଥିବା କୁହାଯାଏ ।