କନକ ବ୍ୟୁରୋ: ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ହରାଇବା ପରେ ପାକିସ୍ତାନର ସେମି ଫାଇନାଲର ଆଶା ଟିକେ ମଉଳି ଯାଇଛି । କିନ୍ତୁ ଏବେ ବି ପାକିସ୍ତାନ ସେମିଫାଇନାଲ ଯାଇପାରିବ । ଏଥିପାଇଁ ପାକିସ୍ତାନକୁ ବଡ଼ ଲକ୍ଷ୍ୟ ନେଇ ଖେଳିବାକୁ ପଡିବ । ଏବେ ନ୍ୟୁଜିଲ୍ୟାଣ୍ଡ ପାଖରେ ୧୦ ପଏଣ୍ଟ ଥିବା ବେଳେ ପାକିସ୍ତାନ, ଆଫଗାନିସ୍ଥାନ ୮ ଲେଖାଏଁ ପଏଣ୍ଟ ପାଇଛନ୍ତି । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ତୁଳନାରେ ପାକିସ୍ତାନ ଏବଂ ଆଫଗାନିସ୍ଥାନର ନେଟ ରନ ବହୁତ କମ ଅଛି । ନ୍ୟୁଜିଲ୍ୟାଣ୍ଡର ରନରେଟ (+୦. ୭୪୩) ଥିବା ବେଳେ ପାକିସ୍ତାନର ରନ ରେଟ (+୦.୦୩୬), ଆଫଗାନିସ୍ଥାନର (-୦.୩୩୮ ଅଛି । ଆଫଗାନିସ୍ଥାନର ରନ ରେଟ ମାଇନସ୍ ଥିବାରୁ ତାଙ୍କ ପାଇଁ ସେମିଫାଇନାର ପ୍ରବେଶ ଦ୍ୱାର ତାଙ୍କ ପାଇଁ ବନ୍ଦ ହୋଇଛି । କାରଣ ଆଫଗାନିସ୍ଥାନ ଦକ୍ଷିଣ ଆଫ୍ରିକାକୁ ୪୩୮ ରନରେ ହରାଇଲେ ହିଁ ସେମିରେ ପ୍ରବେଶ କରିପାରିବ ।

Advertisment

ଅନ୍ୟପଟେ ପାକିସ୍ତାନ ପାଇଁ ସେମି ଫାଇନାଲ ବାଟ ଖୋଲା ରହିଥିଲେ ମଧ୍ୟ ତାହା ବହୁତ ଜଟିଳ । ଆସନ୍ତାକାଲି ଇଂଲଣ୍ଡ ବିପକ୍ଷରେ ପାକିସ୍ତାନକୁ ବଡ଼ ବ୍ୟବଧାନରେ ମ୍ୟାଚ ଜିତିବାକୁ ପଡିବ । ପାକିସ୍ତାନ ଯଦି ଆଗ ବ୍ୟାଟିଂ କରୁଛି, ତେବେ ତାକୁ ୨୮୭ ରନ ବ୍ୟବଧାନରେ ଜିତିବାକୁ ପଡିବ । ଆଉ ଯଦି ପଛ ବ୍ୟାଟିଂ କରୁଛି ୩ ଓଭର ଭିତରେ ମ୍ୟାଚ ଜିତିବାକୁ ପଡିବ । ଯଦି ପାକିସ୍ତାନ ୩୫୦ ରନ କରେ ତେବେ ଇଂଲଣ୍ଡକୁ ୬୩ ରନରେ ଆଉଟ କରିବାକୁ ପଡିବ । ଆଉ ୪୦୦ ରନ କରେ ୧୧୩ ରନରେ ହରାଇବାକୁ ପଡିବ । ଯଦି ୪୫୦ ରନ କରେ ତେବେ ୧୬୩ ରନ ବ୍ୟବଧାନରେ ହରାଇବାକୁ ପଡିବ । ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଛି, ତେବେ ସେମିଫାଇନାଲର ଆଶା ରହିବ । ଯଦି ପଛରେ ବ୍ୟାଟିଂ କରୁଛି ତେବେ ପାକିସ୍ତାନ ପାଇଁ ସେମି ଫାଇନାଲର ପ୍ରବେଶ ଦ୍ୱାରା ବନ୍ଦ ହୋଇଯିବ । ତେଣୁ ପାକିସ୍ତାନ ପାଇଁ ଟସ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।