ତୃତୀୟ ଲହର : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଆମ ଦେଶରେ ବି ଆସିପାରେ ତୃତୀୟ ଲହର, ଡିଏମଇଟି କହିଲେ ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର ।

251

କନକ ବ୍ୟୁରୋ : ପୃଥିବୀର ଅନେକ ଦେଶରେ ତୃତୀୟ ଲହର ଆସିଥିବା ବେଳେ କେତେକ ଦେଶରେ ଏ ପର୍ଯ୍ୟନ୍ତ ଆସିନି । ତେଣୁ ତୃତୀୟ ଲହର ପାଇଁ ଆମକୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଡେଲଟା ପ୍ଳସ ଭେରିଆଂଟ ଆମ ଦେଶରେ ମାତ୍ର ୭ଟି ଚିହ୍ନଟ ହୋଇଛି । ତାଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି । ଆଗକୁ ଯଦି କିଏ ଏମିତି ଚିହ୍ନଟ ହେବେ ତାକୁ ତୁରନ୍ତ ଆଇସୋଲେଟ କରାଗଲେ ଡେଲଟା ପ୍ଲସ ଭେରିଆଂଟ ବିଶେଷ କ୍ଷତି କରିବ ନାହିଁ ବୋଲି ଡିଏମଇଟି କହିଛନ୍ତି ।

ସେହିପରି ପୋଷ୍ଟ କୋଭିଡ କମ୍ପ୍ଲିକେସନ ନେଇ ପ୍ରତିକ୍ରିିୟାରେ କହିଛନ୍ତି, କୋଭିଡ ହେବା ଦ୍ୱାରା ଆପଣଙ୍କ ଶରୀରକୁ ଭାଇରସ ଅନେକ ଡ୍ୟାମେଜ କରିଦେଉଛି । ସାଇଟୋକାଇନ ଟର୍ମ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହେଉଛି ।  ଯାହା ଦ୍ୱାରା ଦ୍ୱିତୀୟ ସପ୍ତାହ ବେଳକୁ ମୃତ୍ୟୁ ହେଉଥିବା ଦେଖାଯାଇଛି । କୋଭିଡ ଦ୍ୱାରା ଅନେକ ଗୁଡିଏ ଅଙ୍ଗ ଅଚଳ ହୋଇଯିବା ପରେ ତାହା ଆଉ ସୁରକ୍ଷିତ ହୋଇ ରହୁନାହିଁ, ତାହା ଉପରେ ସେକେଣ୍ଡାରି କମ୍ପ୍ଲିକେସନ ହେବାର ଦେଖାଯାଉଛି ।

ଅନ୍ୟପଟେ ବିଭିନ୍ନ ଦେଶରେ ତୃତୀୟ ଲହର ଆସିବାର ଦେଖାଯାଉଛି, ତେଣୁ ଆମର ବି ଆସିପାରେ । ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ହେଲେ, ଆଶ୍ୱସ୍ତିକର କଥା ହେଉଛି, ଦିତ୍ୱୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ୍ ରହୁଛି । ତଥାପି ଆମକୁ ତୃତୀୟ ଲହର ଆସିବା ପୂର୍ବରୁ ଟୀକାକରଣକୁ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟୀକା ଦେବ ସେହି ଅନୁସାରେ ଆମେ ଟିକାକରଣ କରିବୁ । ଟିକାକରଣ ନେଇ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଏବଂ ଏଥିପାଇଁ ପ୍ରସ୍ତୁତ ରହିଛୁ ବୋଲି ନିରଞ୍ଜନ ଦେଇଛନ୍ତି ।