ଯାତ୍ରା ମଞ୍ଚରେ ଲକ୍ଷ୍ମଣରେଖା: ଅଶ୍ଲୀଳ ନାଚ କଟକଣାକୁ କେତେ ମାନିବେ ମାଲିକ?

220

କନକ ବ୍ୟୁରୋ: ଦୁଇବର୍ଷ ପରେ ଖଣ୍ଡଗିରି ମେଳାରେ ବଡ ବଡ ଯାତ୍ରା ପାର୍ଟି ଏଥର ନାଟକ ପରିବେଷଣ କରିବେ । କିନ୍ତୁ ପ୍ରଶାସନ ପକ୍ଷରୁ ଏଥର ଯେଉଁ ଲକ୍ଷ୍ମଣରେଖା ଟଣାଯାଇଛି ତାହା ଆୟୋଜକ, ମାଲିକଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କ ଟେନସନ ବଢାଇଦେଇଛି । ଏଥର ଯାତ୍ରାପାର୍ଟିରେ ଅଶ୍ଲୀଳ ନାଚକୁ ମନା କରାଯାଇଛି । ବାହାରୁ କଳାକାର ଆଣି ଯାତ୍ରା ପାର୍ଟି ନୃତ୍ୟ ବି ପରିବେଷଣ କରିପାରିବେ ନାହିଁ । କିଛି କଳାକାର ପ୍ରଶାସନର ଏଭଳି କଟକଣାକୁ ନାପସନ୍ଦ କରିଛନ୍ତି । ବଲିଉଡ କଳାକାରଙ୍କ ପାଇଁ ଗୋଟିଏ ଓ ଅନ୍ୟ କଳାକାରଙ୍କ ପାଇଁ ଆଉ ଗୋଟେ ନିୟମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଏହି କଳାକାର ।

୨୦୧୯ରେ ଖଣ୍ଡଗିରି ଯାତ୍ରାରେ ରାଣୀପଣ୍ଡାଙ୍କ ନାଚ ନେଇ ବହୁ ତୁମ୍ବିତୋଫାନ ହୋଇଥିଲା । ରାଣୀଙ୍କ ପୋଷାକ ଓ ନାଚକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏବେ ଦୁଇବର୍ଷ ପରେ ଖଣ୍ଡଗିରି ମେଳାରେ ବିବାଦ ଏଡାଇବାକୁ ଅଶ୍ଲୀଳ ନାଚ ଉପରେ ରୋକ ଲଗାଇଛି ପ୍ରଶାସନ । ବର୍ତ୍ତମାନ ଯାତ୍ରା ସିଜିନ । ଉପକୂଳ ଅଂଚଳର ବିଭିନ୍ନ ସ୍ଥାନରେ ଚାଲିଛି ଯାତ୍ରା । କାଳାକାର ନୃତ୍ୟୁ ପରିବେଷଣ କରୁଛନ୍ତି । ଯାତ୍ରାରେ ଆଇଟମ ଡ୍ୟାନ୍ସ ଦେଖିବାକୁ ହିଁ ଅଧିକାଂଶ ଦର୍ଶକ ଆସିଥାନ୍ତି । କିନ୍ତୁ ଏଭଳି କଟକଣା ପରେ ଯାତ୍ରା ଦେଖିବାକୁ କେତେ ଦର୍ଶକ ଆସିବେ, ଖର୍ଚ୍ଚ ଉଠିବ ନା ନାହିଁ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଯାତ୍ରା ମାଲିକ । କିଛି କଳାକାର କହିଛନ୍ତି, ଅଶ୍ଲୀଳ ନାଚକୁ ବନ୍ଦ କରାଯାଉ । କିନ୍ତୁ ଆଇଟମ ଡ୍ୟାନ୍ସକୁ ଅନୁମତି ମିଳୁ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଯାତ୍ରା ପାର୍ଟିରେ ଆଇଟନ ଡ୍ୟାନ୍ସ ପରିବେଷଣ ଉପରେ କୌଣସି ରୋକ ନାହିଁ । କିନ୍ତୁ ଖଣ୍ଡଗିରି ମେଳାରେ ଅଶ୍ଲୀଳ ନାଚ ଉପରେ କଟକଣା ଲଗାଇବାକୁ ଅନେକ ସମର୍ଥନ କରିଥିବାବେଳେ ଅନେକ ବିରୋଧ କରିଛନ୍ତି ।