ଦିନକୁ ପିଇବେ କେତେ ପାଣି ? ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ ?

378

କନକ ବ୍ୟୁରୋ : ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ ପାଇଁ ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ ।

ଦିନକୁ ପିଇବେ କେତେ ପାଣି ?

– ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା
– ଅର୍ଥାତ୍ ଦିନକୁ ୨ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ
– ଜଣେ ବ୍ୟକ୍ତିର କାମ ଅନୁସାରେ ପାଣି ଦରକାର ପଡ଼ିଥାଏ
– ଚାଷ କରୁଥିବା ଓ ଜିମ୍ ଯାଉଥିବା ବ୍ୟକ୍ତି ଅଧିକ ପାଣି ପିଅନ୍ତୁ
– ଅଧିକ ଝାଳ ବାହାରୁଥିଲେ ୩ରୁ ସାଢେ ୩ ଲିଟର ପାଣି ପିଇ ପାରିବେ
– ଅଫିସ୍ କିମ୍ବା ଘରେ ରହି କାମ କରୁଥିଲେ ୨ରୁ ଅଢେଇ ଲିଟର ପାଣି ଯଥେଷ୍ଟ
– ଖାଦ୍ୟ ଖାଇ ସାରିବା ମାତ୍ରେ ପାଣି ପିଅନ୍ତୁ ନାହିଁ
– ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍
– ଖାଦ୍ୟ ଠିକ୍ ଭାବେ ହଜମ ହେବା ପାଇଁ ପାଣିର ଆବଶ୍ୟକତା ନଥାଏ
– ପାଣି ପିଇଲେ ନୁହେଁ ପେଟରେ ଥିବା ଏସିଡ୍ ଦ୍ୱାରା ଖାଦ୍ୟ ହଜମ ହୋଇଥାଏ
– ଖାଇ ସାରିବା ମାତ୍ରେ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୁଏ
– ସଂଧ୍ୟା ପରେ ଅଧିକ ପାଣି ପିଇବା ଠିକ୍ ନୁହେଁ
– ରାତିରେ ଶୋଇବା ପରେ ଉଠି ଅଧିକ ପାଣି ପିଅନ୍ତୁ ନାହିଁ