ଲୁଣକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ : ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବିପଦ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

322

କନକ ବ୍ୟୁରୋ : ଯେତେ ଭଲ ଖାଇବା ହେଉନା କାହିଁକି ଖାଦ୍ୟରେ ଲୁଣ ଟିକେ କମିଗଲେ ତା ସ୍ୱାଦ ଖରାପ ହୋଇଯାଏ । କିନ୍ତୁ ଯଦି ଲୁଣ ଆପଣ ଟିକେ ଅଧିକ ଖାଉଛନ୍ତି ତେବେ ଏହା ସ୍ୱାଦ ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଅନୁସାରେ ଜଣେ ବ୍ୟଙ୍କିଙ୍କୁ ଦିନରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା କଥା ନୁହେଁ । ଅଧିକ ଲୁଣ ଖାଇଲେ ଆପଣଙ୍କ ଶରିରକୁ ପ୍ରଭାବିତ କରିଥାଏ । ବିଟ୍ରେନର ଏକ ସଂସ୍ଥା ଆକ୍ସନ ଅନ ସଲ୍ଟ ରିପୋର୍ଟ ଦେଖିଲେ ଆପଣଙ୍କ ଚିନ୍ତା ବଢିଯିବ ।

ସ୍ୱାସ୍ଥ୍ୟ ପକ୍ଷେ ଭଲ ଖାଦ୍ୟ ତଥା ହେଲଦି ଖାଦ୍ୟ କୁହାଯାଉଥିବା ୧୧୯ ଖାଦ୍ୟର ମାନକୁ ନେଇ ଏକ ପରୀକ୍ଷା କରାଯାଇଥିଲା । ୪୩ ପ୍ରତିଶତରୁ ଅଧିକ ଖାଦ୍ୟରେ ଲୁଣ, ଚିନି, ଫ୍ୟାଟ୍ ଅଧିକ ରହିଛି । ବଜାରରେ ପ୍ୟକେଟ ଖାଦ୍ୟକୁ ହେଲଦି କହି ବିକ୍ରି କରାଯାଉଛି । ହେଲେ ଏଥିରେ ବାସ୍ତବରେ କ’ଣ ଅଛି ତାହା ଲୋକେ ଜାଣୁ ନାହାଁନ୍ତି । ଲଣ୍ଡନର କୁଇନମେରି ବିଶ୍ୱବିଦ୍ୟାଳୟର ଏହି ରିସର୍ଚ୍ଚ ଟିମ୍ କହିଛି, ଯେଉଁ ଖାଦ୍ୟରେ କମ ଲୁଣ ଥିବା ଲେଖାଯାଉଛି ସେଥିରେ ମଧ୍ୟ ଲୁଣର ମାତ୍ରା ଅଧିକ ରହୁଛି ।

ଗୋଟିଏ ଦିନର ଲୁଣର ଆବଶ୍ୟକତା ୫ ଗ୍ରାମ
ବ୍ରିଟେନରେ ବିକ୍ରି ହେଉଥିବା ୧୦୦ ଗ୍ରାମର ଚିପ୍ସ ପ୍ୟାକେଟରେ ୩.୬ ଗ୍ରାମ ଲୁଣ ରହୁଛି
ସମୂଦ୍ର ୧୦୦ ଗ୍ରାମ ପାଣିର ୩. ୫ ଗ୍ରାମ ଲୁଣ ମଳିଥାଏ
କିନ୍ତୁ ଲୋକେ ସମୁଦ୍ର ପାଣି ପିଉନାହାଁନ୍ତି ହେଲେ ଖାଦ୍ୟ ଖାଉଛନ୍ତି
ଭାରତରେ ମଧ୍ୟ ସମାନ ଢଙ୍ଗରେ ଖାଦ୍ୟରେ ଏଭଳି ଲୁଣ ମିଶୁଛି
ସେଣ୍ଟର ଫର ସାଇନ୍ସ ଏନଭରମେଣ୍ଟ ରିପୋର୍ଟ ଏହାର ଖୁଲାସା କରିଛି
ଦିଲ୍ଲୀରେ ଏଭଳି ୩୩ ପ୍ରକାରର ଖାଦ୍ୟର ନମୂନା ନେଇ ପରୀକ୍ଷା କରାଯାଇଥିଲା
୧୪ ଟି ନମୂନା ଯେଉଥିରେ ଚିପ୍ସ, ନମଙ୍କିନ ଓ ସୁପ ଥିଲା
୧୯ ଟି ସାମ୍ପୁଲରେ ପିଜା, ବର୍ଗର, ଫ୍ରେଚ୍ ଫ୍ରାଇସ ଥିଲା
୩୦ ଗ୍ରାମ ଚିପ୍ସ ପ୍ୟାକେଟରେ ୫. ୧ ଗ୍ରାମ ଲୁଣ ଥିଲା
୨୩୦ ଗ୍ରାମ ଆଳୁ ଭୁଜିଆରେ ଲୁଣ ୭ ଗ୍ରାମ ଥିଲା
୧୭ ଗ୍ରାମ ନୁଡୁଲ୍ସରେ ୫.୮ ଗ୍ରାମ ଲୁଣ ଥିଲା
ସୁପରେ ୧୧.୦୭ ଗ୍ରାମ ଲୁଣ ମିଳିଥିଲା
ଲୁଣର ମାତ୍ରା ଅଧିକ ରହଥିବା ଖାଦ୍ୟରେ ସାକାହାରୀ ଖାଦ୍ୟ ଭଳି ଚିହ୍ନ ରଖିବାକୁ ପରାମର୍ଶ
ଖାଦ୍ୟରେ ସ୍ୱାଦ ଅନୁସାରେ ନୁହେଁ ସ୍ୱାସ୍ଥ୍ୟ ଅନୁସାରେ ଲୁଣ ପକାଇବାକୁ ଡାକ୍ତରଙ୍କ ପରାମର୍ଶ
ଭାରତରେ ଉଚ୍ଚ ରକ୍ତଚାପ ସମସ୍ୟା ୨୦ କୋଟିରୁ ଅଧିକ ଲୋକଙ୍କର ଅଛି
ହାର୍ଟ ରୋଗୀଙ୍କ ସଂଖ୍ୟା ୪ କୋଟିରୁ ଅଧିକ
କିଡନୀ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ
ଏସବୁ ଅଧିକ ଲୁଣ ଖାଇବା ଯୋଗୁ ହୋଇଥାଏ