ଆର୍ମୀ ଅଫିସରଙ୍କ ଦରମା କେତେ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

1,109

କନକ ବ୍ୟୁରୋ : ଦେଶରେ ଲକ୍ଷ ଲକ୍ଷ ଯୁବକଙ୍କ ସ୍ୱପ୍ନ ରହିଥାଏ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ । ମାଟି ମାଆର ସେବା କରିବା ପାଇଁ । ସେନାର ବିଭିନ୍ନ ପଦବୀ ପାଇଁ ପ୍ରତିବର୍ଷ ବିଜ୍ଞପ୍ତି ବାହାରିଥାଏ ଏବଂ ପ୍ରତିବର୍ଷ ହଜାର ହଜାର ଯୁବକ ଚାକିରି ପାଇଁ ସେନାରେ ଭର୍ତ୍ତି ହୋଇଥାନ୍ତି । ଏହାସହିତ ସେନାର ଉଚ୍ଚ ପଦବୀ ପାଇଁ ମଧ୍ୟ ପରୀକ୍ଷା ହୋଇଥାଏ । ନ୍ୟାସନାଲ ଡିଫେନ୍ସ ଆକାଡେମୀ (ଏନଡିଏ) କଂବାଇଡ୍ ଡିଫେନ୍ସ ସର୍ବିସ୍ (ସିଡିଏସ୍) ସମେତ ଅନେକ ପରୀକ୍ଷା ଦେବାକୁ ପଡିଥାଏ । ତେବେ ଆର୍ମୀରେ ଉଚ୍ଚ ପଦବୀରେ ଥିବା ଅଫିସରଙ୍କୁ ଅଧିକ ଦରମା ମିଳିଥାଏ । ଆସନ୍ତୁ ଜାଣିବା କେଉଁ ଉଚ୍ଚ ପଦବୀର ଅଫିସରଙ୍କୁ କେତେ ଦରମା ମିଳିଥାଏ ।
ଆର୍ମୀ ଚିଫ୍ ବା ଚିଫ୍ ଅଫ୍ ଡିପେନ୍ସ ସିଷ୍ଟମ୍ (ସିଡିଏସ)ଙ୍କ ମାସିକ ଦରମା ୨.୫୦ ଲକ୍ଷ ଟଙ୍କା ହୋଇଥାଏ । ଏହାଛଡା ସିଡିଏସଙ୍କୁ ଅନ୍ୟ ସୁବିଧା ମଧ୍ୟ ଦିଆଯାଇଥାଏ । ସିଡିଏସକୁ ଦେଶର ସବୁଠୁ ପ୍ରତିଷ୍ଠିତ ପଦବୀ ଭାବେ ଗଣାଯାଇଥାଏ ।
ଆର୍ମୀରେ ଜେନେରାଲ ପୋଷ୍ଟକୁ ବି ଉଚ୍ଚ ପଦସ୍ତ ପଦବୀ ଭାବେ ଗଣନା କରାଯାଇଥାଏ । ଜଣେ ଆର୍ମୀ ଜେନେରାଲଙ୍କ ମାସିକ ଦରମା ସିଡିଏସଙ୍କ ଦରମା ସହିତ ସମାନ ହୋଇଥାଏ । ଅର୍ଥାତ୍ ଜେନେରାଲ ପଦବୀରେ ଥିବା ଅଧିକାରୀଙ୍କୁ ମଧ୍ୟ ମାସିକ ୨.୫୦ ଲକ୍ଷ ହଜାର ଟଙ୍କା ମିଳିଥାଏ ।
ସେହିପରି ଆର୍ମିର ଲେପ୍ଟନାଣ୍ଟ ଜେନେରାଲଙ୍କ ମାସିକ ଦରମା ୧.୮୨ଲକ୍ଷ ହୋଇଥାଏ । ସମୟ ଅନୁସାରେ ଦରମା ବୃଦ୍ଧି ହୋଇଥାଏ ।
ମେଜର ଜେନରାଲ ର୍ୟାଙ୍କଙ୍ଗର ଅଧିକାରୀଙ୍କୁ ମାସକୁ ୧.୪୪ ଲକ୍ଷ ଟଙ୍କା ଦରମା ମିଳିଥାଏ । ଏହି ଦରମା ପେ-ସ୍କେଲ ଲେବୁଲ ୧୩ ଅନୁସାରେ ଦିଆଯାଇଥାଏ ।
ଆର୍ମୀରେ ବ୍ରିଗେଡିୟରଙ୍କ ପଦବୀକୁ ବି ଉଚ୍ଚ ପଦସ୍ତ ପଦବୀରେ ଗଣାଯାଇଥାଏ । ସିଡିଏସଙ୍କ ମଧ୍ୟମରେ ବ୍ରିଗେଡିୟରଙ୍କ ଚୟନ କରାଯାଇଥାଏ । ବ୍ରିଗେଡିୟରଙ୍କୁ ପ୍ରତି ମାସ ୧.୩୯ ଲକ୍ଷ ଟଙ୍କା ଦରମା ମିଳିଥାଏ ।
ସେହିପରି ଆର୍ମୀର କର୍ନଲଙ୍କୁ ପ୍ରତି ମାସ ୧.୩୦ ଲକ୍ଷ ଟଙ୍କା ଦରମା ଦିଆଯାଇଥାଏ । ଏହା ସହିତ କର୍ନଲଙ୍କୁ ରହିବା ପାଇଁ କ୍ୱାଟର୍, ଯାତାୟତ କରିବା ପାଇଁ ଗାଡି ଏବଂ ଅନ୍ୟାନ ସୁବିଧା ଯୋଗାଇ ଦିଆଯାଇଥାଏ । କେବଳ କର୍ନଲଙ୍କୁ କ୍ୱାଟର ଏବଂ ଗାଡି ମିଳିଥାଏ ତା’ ନୁହେଁ ଅନ୍ୟ ଉଚ୍ଚ ପଦସ୍ଥ ପଦବୀରେ ଥିବା ଅଫିସରଙ୍କୁ ବି ଏହି ସୁବିଧା ମିଳିଥାଏ ।
ସବୁଠୁ ବଡକଥା ହେଉଛି ଏମାନେ ଦରମା ଅପେକ୍ଷା ନିଜର ଡ୍ୟୁଟିକୁ ଅଧିକ ଭଲପାଇଥାନ୍ତି । ପ୍ରତି ମୁହୁର୍ତ୍ତରେ ଦେଶ ମାତୃକାର ସୁରକ୍ଷା ପାଇଁ ଶତ୍ରୁ ସହ ଲଢିବାକୁ ପ୍ରସ୍ତୁତ ରହିଥାନ୍ତି । ଦରକାର ପଡିଲେ ମାଟି ପାଇଁ ହସି ହସି ଜୀବନ ମଧ୍ୟ ଦେଇଦିଅନ୍ତି । ସେଥିପାଇଁତ ଆଜି ଆମ ଦେଶ ଇଣ୍ଡିଆନ ଆର୍ମୀକୁ ନେଇ ଗର୍ବ କରୁଛି ।