ଦେଶରେ କେତେ ରହିବ ସଂରକ୍ଷଣ ? ୫୦ ପ୍ରତିଶତରୁ ଟପିବ ନା ନାହିଁ, ସବୁ ରାଜ୍ୟର ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ । ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । 

161

କନକ ବ୍ୟୁରୋ: ସଂରକ୍ଷଣକୁ  ନେଇ  ଦେଶରେ ବିତର୍କ ଚାଲିଛି  । କାହାକୁ କେତେ ଓ କେଉଁ ଆଧାର ଭିତରେ ସଂରକ୍ଷଣ ଦିଆଯିବ  ।  ଚାକିରୀ  କ୍ଷେତ୍ର ହେଉ ବା ପାଠପଠା କ୍ଷେତ୍ରରେ  ଅଧିକ ସଂରକ୍ଷଣ ପାଇଁ  ବିଭିନ୍ନ ଜାତିର ସଂଗଠନ ସାମ୍ନାକୁ ଆସିଛନ୍ତି  । ଏ ନେଇ ମଧ୍ୟ ମାମଲା ମଧ୍ୟ କୋର୍ଟରେ  ରହିଛି । କିନ୍ତୁ ଗତ ସୋମବାର ସଂରକ୍ଷଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ମାନଙ୍କର ମତାମତ ଲୋଡିଛନ୍ତି ।

ରାଜ୍ୟ ସରକାରଙ୍କୁ ଚିଠି ଲେଖି କହିଛନ୍ତି, ନିଯୁକ୍ତି ଓ ପାଠପଢା କ୍ଷେତ୍ରରେ  ସଂରକ୍ଷଣ  ୫୦ ପ୍ରତିଶତ ରହିବା ଦରକାର ନା ଏହାର  ପ୍ରତିଶତ ଅଧିକ ରହିବା ଦରକାର । ବିଚାରପତି ଆଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ  ଖଣ୍ଡପୀଠ ସଂରକ୍ଷଣ ମାମଲାରେ ରାଜ୍ୟମାନଙ୍କରେ ମତ ନିଆଯିବ ବୋଲି ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ଆଉ ଆସନ୍ତା ୧୫ ତାରିଖ ସୁଦ୍ଧା ଏହାର ରିପୋର୍ଟ ଦେବା ପାଇଁ ରାଜ୍ୟ ଗୁଡିକୁ  କୁହାଯାଇଛି ।

ବର୍ତମାନ ସୁଦ୍ଧା ରାଜ୍ୟରେ  ଅନୁସୂଚିତ ଜନଜାତିଙ୍କ ପାଇଁ  ୨୨.୫୦ ପ୍ରତିଶତ, ଅନିୁସୁଚିତ ଜାତିଙ୍କ ପାଇଁ ୧୬.୨୫ ପ୍ରତିଶତ ଏସଇବିସି ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିଛି  । ଅନ୍ୟପଟେ  ପଛୁଆ ବର୍ଗଙ୍କ ସାମାଜିକ ଓ ଆର୍ଥିକ ବିକାଶ  ପାଇଁ  ସର୍ଭେ କରୁଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର  ମଧ୍ୟ ଏହି ତାଲିକା ପ୍ରକାଶ ପାଇବ । ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେମସମିଟ କରି ଓବିସିଙ୍କ ପାଇଁ ୨୭ ପ୍ରତିଶତ ସରଂକ୍ଷଣ  କଥା ଉଠାଇଥିଲେ । କିନ୍ତୁ ଓଡିଶା ଅପେକ୍ଷା ଅନ୍ୟ ରାଜ୍ୟରେ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଛି । ମହାରାଷ୍ଟରେ  ୬୩ ପ୍ରତିଶତ , ତାମିଲନାଡୁରେ  ୫୯ ପ୍ରତିଶତ  ସଂରକ୍ଷଣ  ବ୍ୟବସ୍ଥା ରହିଛି । ଦେଶ ହେଉ ବା ରାଜ୍ୟରେ ବେଶ କିଛି ଦିନ ହେଲା ଜାତି ପଲିଟିକ୍ସ ମଧ୍ୟ ସରଗରମ ହେଉଛି ।