ଉପସ୍ଥାପନ ହେଲା ଅନ୍ତରୀଣ ବଜେଟ୍: ପଢନ୍ତୁ, କେଉଁ ଯୋଜନା ପାଇଁ ଘୋଷଣା ହେଲା କେତେ ଟଙ୍କା

1,964

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ । ତେବେ ଆସନ୍ତୁ ନଜର ପକାଇବା କେଉଁ ଯୋଜନା ପାଇଁ କେତେ ଟଙ୍କା ଘୋଷଣା ହୋଇଛି ।

କେଉଁ ଯୋଜନା ପାଇଁ କେତେ ଟଙ୍କା?
ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ୨୪୦୦ କୋଟି
ପିଏମ୍ ଆବାସ ଯୋଜନା – ୮୦,୬୭୧ କୋଟି
ଜଳଜୀବନ ମିଶନ – ୭୦,୧୬୩ କୋଟି
ୟୁରିଆ ସବସିଡି – ୧,୬୪,୦୦୦ କୋଟି
ମନରେଗା – ୮୬,୦୦୦ କୋଟି
ଆୟୁଷ୍ମାନ ଭାରତ – ୭,୫୦୦ କୋଟି
ପିଏମ୍ କୃଷି ସିଞ୍ଚନ ଯୋଜନା -୧୧,୩୯୧ କୋଟି